Advertisment

ପିଲାଟି ଦିନରୁ ହିଁ ଡ୍ରାମାବାଜୀ ଓ ଷ୍ଟାଇଲିସ୍ ଥିଲେ ଅନନ୍ୟା ପାଣ୍ଡେ

ଆଗକୁ ଆସୁଛି ଅନନ୍ୟା ପାଣ୍ଡେଙ୍କ ‘ଲାଇଗର୍’। ଏହି ଫିଲ୍ମରେ କାମ କରୁଛନ୍ତି ହଲିଉଡ୍ ଅଭିନେତା ମାଇକ୍ ଟାୟସନ୍‌। ଅନନ୍ୟା ତାଙ୍କ ସହ ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି।

author-image
Pramod Behera
Ananya Panday dramabaji From childhood

Ananya Panday dramabaji From childhood

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଲାଇଗର୍’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ସାଉଥ୍ ସୁପର୍‌ଷ୍ଟାର୍ ବିଜୟ ଦେୱରକୋଣ୍ଡା ଅଛନ୍ତି। ପୂର୍ବରୁ ଏହି ଫିଲ୍ମର ପ୍ରଯୋଜକ କରଣ ଜୋହର ସୂଚନା ଦେଇ କହିଥିଲେ ଯେ ଏଥିରେ ବିଶ୍ୱ ବିଖ୍ୟାତ ବକ୍ସର ତଥା ହଲିଉଡ୍ ଅଭିନେତା ମାଇକ୍ ଟାୟସନ୍‌ ନଜର ଆସିବେ।

Advertisment
Ananya Panday fun with Mike Tysonମଜ୍ଜାଳିଆ ଦୃଶ୍ୟରେ ଅନନ୍ୟା ପାଣ୍ଡେ ଓ ମାଇକ୍ ଟାୟସନ୍

ବର୍ତ୍ତମାନ ଅନନ୍ୟା ପାଣ୍ଡେ ଫିଲ୍ମକୁ ନେଇ ମାଇକ୍ ଟାୟସନ୍‌ଙ୍କ ଏକ ଝଲକ ଶେୟାର କରିଛନ୍ତି। ଏହି ଅଭିନେତ୍ରୀ ମାଇକ୍ ଟାୟସନ୍‌ଙ୍କ ସହ ତାଙ୍କର ଏକ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ଭିନ୍ନ ଭିନ୍ନ ଧରଣରେ ମସ୍ତି କରୁଥିବା ଦେଖାଯାଆନ୍ତି। ଅନନ୍ୟା ପାଣ୍ଡେଙ୍କ ଏହି ଫଟି ସୋସିଆଲ୍ ମିଡିଆରେ ଭାଇରାଲ ହୋଇଚାଲିଛି।

ଅନନ୍ୟା ଶେୟାର କରିଥିବା ଏହି ଫଟୋରେ ଦେଖାଯାଏ ଯେ ସେ ଏକ କଳା ରଙ୍ଗର କ୍ରପ୍ ଟପ୍ ସହିତ୍ ବ୍ଲୁ ଜୀନ୍ସ ପିନ୍ଧିଛନ୍ତି। ଟାୟସନଙ୍କ ଉପରକୁ ଆଉଜି ପଡି ଏକ ନିଆରା ଢଙ୍ଗରେ ହସୁଛନ୍ତି। ସେହିପରି ମାଇକ୍ ଟାଇସନ ତାଙ୍କ କାନ ପାଖରେ ଚିଲ୍ଲଉଥିବା ନଜର ଆସନ୍ତି। ଏହି ଫଟି ଶେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ଆମେ ଏକାଠି ରହି ଖୁବ ଭଲ ଅନୁଭବ କରୁଛୁ।”

Advertisment

ଅନନ୍ୟା ଏହି ଫଟୋରେ ଫିଲ୍ମ ନିର୍ମାତା ଓ ସହ-କଳାକାରଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଏହା ସହିତ ସେ ପୁରୀ ଜଗନ୍ନାଥ ଓ ପୁରୀ କନେକ୍ଟ ସହିତ ମଧ୍ୟ ଟ୍ୟାଗ କରିଛନ୍ତି। ଅନନ୍ୟାଙ୍କ ଏହି ଫଟୋ ପୋଷ୍ଟ୍‌ ହେବାର ମାତ୍ର ୪ ଘଣ୍ଟା ଭିତରେ ୬ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି।

ଅନନ୍ୟା ପାଣ୍ଡେ ଓ ମାଇକ୍ ଟାୟସନଙ୍କୁ ଏହି ଫଟୋରେ ପ୍ରଶଂସକମାନେ ମଧ୍ୟ ଜମେଇକି ପ୍ରତିକ୍ରିୟା ଦେଉଛନ୍ତି। ଅନନ୍ୟା ଫିଲ୍ମ ଦୁନିଆରେ ‘ଷ୍ଟୁଡେଣ୍ଟ୍ ଅଫ୍‌ ଦ ଇୟର୍ ୨’ରେ ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହା ପରେ ସେ ‘ପତି ପତ୍ନୀ ଔର୍ ଓ’ ଏବଂ ‘ଖାଲି ପିଲି’ରେ ନଜର ଆସିଥିଲେ। ତେବେ ଖୁବ ଶୀଘ୍ର ତାଙ୍କ ଅଭିନୀତ ‘ଲାଇଗର୍’ ବଡ ପରଦା ଧମାଲ କରିବାକୁ ଯାଉଛି।

ଅନନ୍ୟା ପିଲା ବେଳୁ ହିଁ ବହୁତ ଡ୍ରାମାବାଜୀ ଓ ଷ୍ଟାଇଲିଶ ଥିଲେ। ୨୦୨୦ରେ ତାଙ୍କ ମା’ ଭାବନା ପାଣ୍ଡେ ଅନନ୍ୟାଙ୍କ ପିଲା ବେଳର ଏକ ମଜ୍ଜାଦାର ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରୁ ହିଁ ଜଣାଯାଉଛି ଯେ ତାଙ୍କର ପିଲାଦିନରୁ ହିଁ ମନୋରଞ୍ଜନ ଦୁନିଆରେ ରୁଚି ଥିଲା। ଏହି ଭିଡିଓରେ ସେ ‘ଇଟ୍ସ ଟାଇମ୍ସ ଟୁ ଡିସ୍କୋ’ ଗୀତରେ ଜବରଦସ୍ତ ନାଚୁଥିବା ଦେଖାଯାଆନ୍ତି। ଏହି ଭିଡିଓରେ ସେ ଏକ ହ୍ୱାଇଟ୍ ଆଉଟ୍ ଫିଟ୍ ପିନ୍ଧିଥିବା ବେଳେ ଚୁଟିରେ ମାଚିଂ ହେଡ୍ ବେଣ୍ଡ୍ ଲଗେଇ ଖୁବ୍ ମସ୍ତି କରୁଛନ୍ତି।

ଅନନ୍ୟାଙ୍କ ମା ଭାବନା ଇନ୍‌ଷ୍ଟାଗ୍ରାମରେ ତାଙ୍କ ପିଲାବେଳର ଅନେକ ଭିଡିଓ ଶେୟାର କରିଛନ୍ତି। ତାଙ୍କ ଦ୍ୱାରା ଶେୟାର ହୋଇଥିବା ଆଉ ଏକ ଭିଡିଓରେ ଅନନ୍ୟା ବହୁତ କୌତୁକିଆ ଲାଗୁଛନ୍ତି। ଏହି ଭିଡିଓରେ ସେ ପାଟିରେ ଚକୋଲେଟ୍ ଖାଉଥିବା ବେଳେ କ୍ୟାମେତା ସାମ୍ନାରେ ନଜର ଆସିଛନ୍ତି। ଏହି ଭିଡିଓକୁ ୨ ଲକ୍ଷ ୮୪ ହଜାରରୁ ଅଧିକ ଭିୟୁ ମିଳିଥିବା ବେଳେ ୫୦୦ରୁ ଅଧିକ କମେଣ୍ଟ ମିଳିସାରିଛି।

ଅନନ୍ୟାଙ୍କ ପିଲାବେଳର ଆଉ ଏକ ମଜ୍ଜାଳିଆ ଭିଡିଓ ନିଜେ ଅନନ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର୍ କରିଛନ୍ତି। ଏହି ଭିଡିଓରେ ତାଙ୍କ ବାପା ଚଙ୍କି ପାଣ୍ଡେ ତାଙ୍କୁ ପଚାରୁଛନ୍ତି ଯେ ସେ ସବୁଠାରୁ କାହାକୁ ଭଲ ପାଆନ୍ତି? ଏହାର ଉତ୍ତରରେ ଅନନ୍ୟା ମାମା ବୋଲି କୁହନ୍ତି।

ଏହି ଭିଡିଓକୁ ଶେୟାର କରି ଅନନ୍ୟା ଲେଖିଛନ୍ତି ଯେ ଆଜି ବି ତାଙ୍କ ଉତ୍ତର ସମାନ। ଅନନ୍ୟାଙ୍କ ଏହି ଭିଡିଓକୁ ୯ଲକ୍ଷ ୬୪ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୪ ହଜାର ୫ ଶହରୁ ଅଧିକ କମେଣ୍ଟ ମିଳିଛି।

Bollywood Ananya Panday
Advertisment
Advertisment