• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରପ୍ରଦେଶ ସୁଲାତାନପୁର ହାଇେୱେ ପାଲଟିଛି ଫ୍ଲାଏ ୱେ । ଭାରତୀୟ ବାୟୁ ସେନା ଦେଖାଇଛି ଦମ୍‌ । ବାୟୁ ସେନାର କଳା କୌଶଳ ଦେଖିଲେ ସାଧାରଣ ଜନତା । ଆଗରେ ବୀର ଯବାନ ଦେଖାଇଲେ କମାଲ । ରନ୍‌ୱେରେ ପାଲଟିଗଲା ଫ୍ଲାଇ ୱେ । ଶକ୍ତିଶାଳୀ ଯୁଦ୍ଧ ବିମାନ ଧରି ବୀର ଭାରତୀୟ ଯବନା ଦେଖାଇଛନ୍ତି ବିରତ୍ୱ । ଗୋଟେ ପରେ ଗୋଟେ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଠାରେ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ଜାଗୁଆର ଯୁଦ୍ଧ ବିମାନ ଏକ୍ସପ୍ରେସ ୱେ’କୁ ଟଚ୍ ଡାଉନ୍ କରି ପୁଣି ଉଡ଼ିଛି । ରନ୍‌ୱେକୁ ମାତ୍ର କିଛି ସେକେଣ୍ଡରେ ଛୁଇଁଥିଲା ଆଉ ତାପରେ ଫୁର କି ଉଡ଼ିଯାଇଥିଲା । ଯାହା ବାୟୁ ସେନା ପାଇଲଟ୍‌ଙ୍କ ଅଦ୍ୟମ ଦକ୍ଷତାକୁ ଦର୍ଶାଇଛି ।

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଆଜି ଲ୍ୟାଣ୍ଡ କରିଛି ମିରାଜ୍ । ଯୁଦ୍ଧ ବିମାନ ମିରାଜ୍-2000, ଏକ୍ସପ୍ରେସ୍ ୱେ’ରେ ଲ୍ୟାଣ୍ଡ କରିବା ପରେ ଆବଶ୍ୟକ କରୁଥିବା ଇନ୍ଧନ ତାକୁ ଦିଆଯାଇଥିଲା । ପରେ ପୁଣି ଥରେ ଉଡ଼ାଣ ଭରିଥିଲା । ସୁଖୋଇ mk ii ଆକାଶ ମାର୍ଗରେ ପ୍ରଦର୍ଶିତ କରିଛି ବାୟୁ ସେନାର ସୌର୍ୟ୍ୟ ା ସେହିଭଳି AN32 ଏୟାରକ୍ରାଫ୍ଟ ଜାତୀୟ ରାଜପଥରେ ଅବତରଣ କରିଥିଲା । ଏଥିରେ ଥିବା ଗରୁଡ଼ କମାଣ୍ଡେ ରେସ୍କ୍ୟୁ ଅପରେସନ୍‌ର ଡେମୋ ବି ପ୍ରଦର୍ଶିତ କରିଛନ୍ତି । ରାଜରାସ୍ତା ଉପରେ ବାୟୁ ସେନାର ଗୋଟେ ପରେ ଗୋଟେ ପ୍ରଦର୍ଶନକୁ ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି, ସିଡିଏସ୍ ବିପିନ ରାୱତ, ୟୁପି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ୩୪୧ କିଲୋମିଟର ଲମ୍ବା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ସୁଲତାନପୁର କରଓ୍ୱାଲଖେରୀରେ ଆୟୋଜିତ ହୋଇଛି ଲୋକାର୍ପଣ କାର୍ଯ୍ୟକ୍ରମ । ୟୁପିର ବିକାଶ, ଜୀବନ ରେଖାକୁ ଏହା ଏକ ବଡ଼ ସୁଯୋଗ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଏକ୍ସପ୍ରେସ୍ ୱେ ଉତ୍ତରପ୍ରଦେଶର ସାମଥ୍ୟକୁ ଦର୍ଶାଉଛି । ଏହା ଆଧୁନିକ ଉତ୍ତର ପ୍ରଦେଶର ପ୍ରତିବିମ୍ବ ବୋଲି ମୋଦି କହିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି ମୋଦି । ପୂର୍ବ ସରକାର ଉତ୍ତରପ୍ରଦେଶବାସୀଙ୍କ ବିକାଶକୁ ଧ୍ୟାନ ଦେଉନଥିଲେ । ପ୍ରତିରକ୍ଷା ଭିତ୍ତିଭୂମିର ବିକାଶକୁ ମଧ୍ୟ ଅବହେଳା କରୁଥିଲେ । ତେବେ ଯୋଗୀ ସରକାର ଲୋକଙ୍କ ପାଇଁ ଓ ଲୋକଙ୍କ ବିକାଶ ପାଇଁ ରହିଥିବା ମୋଦି ଦୋହରାଇଛନ୍ତି । ଏହାପୂର୍ବରୁ ଆଜି C-130 ହରକ୍ୟୁଲେସ୍ ବିମାନ ରାଜପଥରେ ଅବତରଣ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି C-130 ହରକ୍ୟୁଲେସ୍ ବିମାନରୁ ଓହ୍ଲାଇ ଏକ୍ସପ୍ରେସ୍ ୱେକୁ ସମୀକ୍ଷା କରିଥିଲେ ।