• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍କଟ ରୋଗୀଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିଛି କୁନି ଝିଅ । ସାନ ସିନା ଦାନ ତା ମହାନ୍ । ବୟସ ଅଧିକ ହୋଇନଥିଲେ ସୁଦ୍ଧା କର୍କଟ ରୋଗୀଙ୍କ ଦୁଃଖ ବୁଝିଛି ଦୀପିକା ସ୍ମାଇଲ୍ । ମାତ୍ର ୧୩ ମାସ ବୟସରେ କର୍କଟ ରୋଗୀଙ୍କୁ କେଶ ଦାନ କରି ଦେଶର ସର୍ବକନିଷ୍ଠ କୁନି ହେୟାର ଡୋନର୍ ପାଲଟି ଯାଇଛି । ତାହାର ଏହି ମହତ କାମ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି ।

ଦୀପିକା ସ୍ମାଇଲ୍ । ବୟସ ମାତ୍ର ମାତ୍ର ୧୩ ମାସ । ହେଲେ ଏ ବୟସରେ ମଧ୍ୟ ସେ ବଡ଼ କାମ କରିଛନ୍ତି । ହେତୁ ହୋଇ ନଥିଲେ ସୁଦ୍ଧା କ୍ୟାନସର୍ ରୋଗୀଙ୍କ ଦୁଃଖ ବୁଝିଛନ୍ତି, ଆଉ ସେଥିରେ ସାମିଲ ହୋଇଛନ୍ତି । ୧୩ ମାସର କୁନି ଝିଅ, କର୍କଟ ରୋଗୀଙ୍କ ୱିଗ୍ ତିଆରି କରିବା ପାଇଁ କେଶ ଦାନ କରିଛନ୍ତି । ତେବେ ଏହା ପଛରେ ଅଛନ୍ତି ତାଙ୍କ ମା ଜେମିମା । ଜେମିମା ଏକ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଅଛନ୍ତି  । ଜଣେ ସମ୍ପର୍କୀୟଙ୍କ ୪ ବର୍ଷର ପୁଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଲା ପରେ ତାଙ୍କ ମନରେ ଗଭୀର ଆଘାତ ଲାଗିଥିଲା ।

ଅଳ୍ପ ବୟସରେ କୁନି ପୁଅର କଷ୍ଟ ଦେଖିଥିଲେ ସେ । ଆଉ ଏହି ଘଟଣା ତାଙ୍କୁ ଖୁବ୍ କଷ୍ଟ ଦେଇଥିଲା ।  ଏଥିଲାଗି କ୍ୟାନସର୍ ରୋଗୀଙ୍କ ଉଦ୍ଦେଶ୍ୟରେ ଝିଅର କେଶ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦୀପିକାଙ୍କ ପ୍ରଥମ ଜନ୍ମଦିନ ଅବସରରେ ସେ ଏହି ମହତ କାମ କରିଥିଲେ । ତେଲେଙ୍ଗାନାର ଜେମିମା ଗର୍ବର ସହିତ କହିଛନ୍ତି ଯେ ତାଙ୍କ ଝିଅ ହେଉଛି ଭାରତର ସାନ କେଶ ଦାତା।

କେଶ ଦାନ ପାଇଁ କେଶର ଲମ୍ବ ପ୍ରାୟ ୧୨ ଇଞ୍ଚ ହେବା ଆବଶ୍ୟକ । ତେଣୁ କେଶ ଦାନ କରିବା ପୂବୟରୁ ପିଲାମାନେ ପ୍ରଥମେ ସେମାନଙ୍କର କେଶକୁ ବଢ଼ାଇ ଥାଆନ୍ତି । କେଶ ଦାନ କରୁଥିବା ପିଲାଙ୍କ ମଧ୍ୟରେ କେବଳ ଝିଅ ନୁହଁ ଅନେକ ପୁଅ ମଧ୍ୟ ସାମିଲ୍ ଅଛନ୍ତି ।

୨୦୧୮ ରେ ପ୍ରାୟ ୭ ଲକ୍ଷ ୮୫ ହଜାର ଲୋକ କର୍କଟ ରୋଗରେ ପ୍ରାଣ ହରାଇଥିବା କର୍କଟ ରୋଗ ବିରୋଧରେ ଭାରତର ପରିସଂଖ୍ୟାନରୁ ଜଣାପଡିଛି । ଏଥିରେ ପୁରୁଷଙ୍କ ସଂଖ୍ୟା ପ୍ରାୟ ୪.୧୪ ଲକ୍ଷ ଏବଂ ମହିଳାମାନଙ୍କ ସଂଖ୍ୟା ୩.୭୧ ଲକ୍ଷ ଥିଲା । କର୍କଟ ରୋଗୀଙ୍କ ପାଇଁ ମାଗଣାରେ ୱିଗ୍ ତିଆରି କରୁଥିବା ତାମିଲନାଡୁର ଏକ ସଂଗଠନ ହେୟାର କ୍ରାଉନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରାମ ଅରଶିତ କହିଛନ୍ତି, ପ୍ରତିବର୍ଷ ପ୍ରାୟ ୧୦୦ ପିଲାଙ୍କ ଦାନ ହୋଇଥିବା କେଶ ତାଙ୍କ ସଂସ୍ଥାକୁ ଆସିଥାଏ ।

ହେୟାର କ୍ରାଉନ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏକମାତ୍ର ଅନୁଷ୍ଠାନ,ଯେଉଁଠାରେ କର୍କଟ ରୋଗୀଙ୍କ ପାଇଁ ଆସୁଥିବା ୱିଗ୍ ଅଡର୍ ମାଗଣାରେ ପ୍ରଦାନ କରାଯାଏ । ନିଜେ କର୍କଟ ରୋଗୀଙ୍କ ପାଇଁ ଦୁଇଥର କେଶ ଦାନ କରିଛନ୍ତି ଅରଶିତ ।