• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବିଶ୍ୱର ସବୁଠୁ ବଡ଼ ମନ୍ଦିର, ଯେଉଁଠି ଅଛି ରହସ୍ୟମୟ ମୃତ୍ତି

ପ୍ରାଚୀନ ମିଶ୍ରର କର୍ଣ୍ଣାକ ମନ୍ଦିର ଯାହା ମିଶ୍ର ସଭ୍ୟତାର ସ୍ୱର୍ଣ୍ଣିମ କାହାଣୀର ମୂକସାକ୍ଷୀ । ଏହି ମନ୍ଦିର ବର୍ଣ୍ଣନା କରେ ମିଶ୍ର ସଭ୍ୟତାର ଭବ୍ୟତା ସମ୍ପର୍କରେ । ତେବେ ଏହି ମନ୍ଦିର ପରିସରରେ ପ୍ରାଚୀନ ମିଶ୍ରର ବିଭିନ୍ନ ମନ୍ଦିର, ସ୍ତମ୍ୱ ଓ ଅନ୍ୟାନ୍ୟ ସ୍ମାରକକୁ ନେଇ ନିର୍ମିତ ହୋଇଛି । ଏହି ମନ୍ଦିର ପରିସରରେ ଥିବା ସ୍ମାରକ ଗୁଡିକ ପ୍ରାୟତଃ ନବୀନ ସାମ୍ରାଜ୍ୟ କାଳର । କର୍ଣ୍ଣାକ୍ ମନ୍ଦିର ଆଖପାଖ କ୍ଷେତ୍ର ହେଉଛି ପ୍ରାଚୀନ ମିଶ୍ରର ଅଷ୍ଟାଦଶ ରାଜବଂଶର ମୁଖ୍ୟ ପୂଜାସ୍ଥଳ । ଯେଉଁଠାରେ ଅମୂନ ଦେବତାଙ୍କ ପୂଜା କରାଯାଉଥିଲା । ଏହି ମନ୍ଦିର ପରିସରର କେନ୍ଦ୍ରୀୟ କ୍ଷେତ୍ରଟି ଅମୁନ ରାଙ୍କୁ ଉତ୍ସର୍ଗୀକୃତ, ଯିଏ ଏହି ପ୍ରାଚୀନ ସଭ୍ୟତାର ପୁରୁଷ ଈଶ୍ୱର । ଏହି ସ୍ଥାନଟି ଇପେଟ୍‌ ବା ସୂର୍ଯ୍ୟ ଭାବେ ଜଣାଶୁଣା ଥିଲା । ଏହି ସ୍ଥାନର ଦକ୍ଷିଣରେ ତାଙ୍କ ପତ୍ନୀ ଦେବୀ ମୁତ୍‌ଙ୍କ ଉଦେଶ୍ୟରେ ଏକ ସ୍ଥାନ ରହିଛି ।

ଏହି ମନ୍ଦିର ପରିସରର ନିର୍ମାଣ କାର୍ଯ୍ୟ ୪ହଜାର ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ପ୍ରାୟ ୨ ହଜାର ବର୍ଷ ପୂର୍ବେ ରୋମୀୟମାନେ ମିଶ୍ରକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରହିଥିଲା ୨୦୦୬ରେ ଏହି ମନ୍ଦିର ପରିସରକୁ ନେଇ ପୁସ୍ତକ ମଧ୍ୟ ରଚନା କରାଯାଇଛି । ଏଠାରେ ଯେଉଁ ସ୍ତମ୍ୱ ରହିଛି ତାହା ୨୭ ମିଟର ଲମ୍ବ । ଆଉ ସେହିଭଳି ଶହ ଶହ ସ୍ତମ୍ୱ ଏଠାରେ ରହିଛି । କୁହାଯାଏ ଇଜିପ୍ଟ ପିରାମିଡକୁ ନେଇ ଯେତେ ପ୍ରସିଦ୍ଧ । ଆଉ ଏହାକୁ ପୃଥିବୀର ସବୁଠାରୁ ବଡ ଓ ପୁରାତନ ମନ୍ଦିର ବୋଲି କୁହାଯାଏ ।

ଏହି ପ୍ରାଚୀନ ମନ୍ଦିରର କାନ୍ଥ ଗୁଡିକରେ ଅନେକ କାରୁକାର୍ଯ୍ୟ ଖୋଦିତ ହୋଇଛି । ଯାହା ସେ ସମୟର ମିଶ୍ର ସଭ୍ୟତା ସମ୍ପର୍କରେ ବଖାଣିଥାଏ । ଅନେକ ପ୍ରାଚୀନ ମୂର୍ତ୍ତି ମଧ୍ୟ ଏଠାରେ ରହିଛି । ‌ଆଉ ଏଠାକାର କାରୁକାର୍ଯ୍ୟ ବେଶ ଉଚ୍ଚକୋଟୀର । ତେବେ କୁହାଯାଏ ଏହି ମୂର୍ତ୍ତି ଗୁଡିକ ବେଶ ରହସ୍ୟମୟ । ‌ଆଉ ସେହି ରହସ୍ୟ କାରଣରୁ ହିଁ ଏହା ଜିଜ୍ଞାସାର ବିଷୟବସ୍ତୁ ହୋଇ ରହି‌ଆସିଛି । କୌଣସି ଦେଶ ପାଇଁ ସେମାନଙ୍କର ନିର୍ମାଣ, ପରମ୍ପରା, ସଂସ୍କୃତି ହିଁ ସେମାନଙ୍କର ପରିଚୟ । ଆଉ ଏହି କର୍ଣ୍ଣାକ୍ ମନ୍ଦିର ପରିସର ମଧ୍ୟ ଇଜିପ୍ଟର ପରିଚୟ ପାଲଟିଯାଇଛି ।

karnak egyptkarnak egypt

ଏହି ମନ୍ଦିରର ବିଶେଷତ୍ୱ ହେଉଛି ଏଠାରେ ବର୍ଷକୁ କେବଳ ୨ ଥର ହିଁ ସୂର୍ଯ୍ୟକିରଣ ପହଁଚିଥାଏ । ପ୍ରଥମେ ୨୧ ଫେବୃୟାରୀ ଓ ଦ୍ୱିତୀୟ ଥର ୨୧ ଅକ୍ଟୋବର  । ଏହି ଦୁଇଦିନ ସୂର୍ଯ୍ୟକିରଣ ମନ୍ଦିରର ମୁଖ୍ୟ ଗୃହରେ ପହଞ୍ଚିଥାଏ । ତେବେ ବହୁ ବର୍ଷ ପୂର୍ବେ ଏହି ମନ୍ଦିର ବାଲିରେ ଆଚ୍ଛାଦିତ ହୋଇ ହଜାର ହଜାର ବର୍ଷ ଧରି ବାଲିରେ ପୋତି ହୋଇରହିଥିଲା । ଆଉ ଦୀର୍ଘ ବର୍ଷ ପରେ ହି ଏହାର ପୁନଃ ‌ଆବିଷ୍କାର ହୋଇଥିଲା । ଆଉ ଏହି ଭଳି ଅଦ୍ଭୁତ ନିର୍ମାଣ କାରଣରୁ ହି ଆମ ବିଶ୍ୱ ବ୍ରହ୍ମାଣ୍ଡ ବିଚିତ୍ର ହୋଇ ରହିଆସିଛି ।