• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଯେତେବେଳେ ବଲିଉଡ ଅଭିନେତା ହ୍ରିତିକ ରୋଶନ ସିନେମା ଜଗତରେ ପ୍ରବେଶ କଲେ, ଲୋକମାନେ ଅଭିନୟ ବ୍ୟତୀତ ତାଙ୍କର ଗୋଟିଏ ହାତରେ ଛଅଟା ଆଙ୍ଗୁଠି ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ପ୍ରକୃତି ଦ୍ୱାରା ନିର୍ମିତ ଜିନିଷଗୁଡ଼ିକରେ ଯେତେବେଳେ ସ୍ୱାଭାବିକ ଠାରୁ କିଛି ଭିନ୍ନ ଦେଖାଯାଏ ଲୋକମାନେ ଏହାକୁ ଦେଖି ସବୁବେଳେ ଚକିତ ହୋଇଥାନ୍ତି। ସେଥିପାଇଁ ଲୋକେ ଦୁଇ ମୁଣ୍ଡିଆ ସାପ, ଦୁଇ ମୁଣ୍ଡିଆ କଇଁଛ କିମ୍ବା ଚାରି ହାତିଆ ପିଲା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି।

ନିକଟ ଅତୀତରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଯେ କେହିବି ଚକିତ ହେବା ଥୟ। ବିଲେଇ ଏକ କୌତୁକିଆ ପ୍ରାଣି। ଏହା ପ୍ରାୟ ସମସ୍ତଙ୍କ ଘରେ ଦେଖାଯାଏ। ଏହାକୁ ସମସ୍ତେ ଆଦରରେ ପାଳନ୍ତି ଆଉ ଖାଇବାକୁ ଦିଅନ୍ତି। କିନ୍ତୁ ଆପଣ କେବେ ଦେଖିଛନ୍ତି କି କୌଣସି ବିଲେଇର ୪ଟି କାନ ଥିବା? କିନ୍ତୁ ଆମେ ଆପଣଙ୍କୁ ଚାରି କାନିଆ ବିଲେଇ ଦେଖେଇଦେଇ ପାରିବୁ। ଏହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଋଷ୍‌ରେ ଜନ୍ମ ହୋଇଥିବା ଏହି ବିଲେଇର ୪ଟି କାନ ନେଇ ସେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ବିଲେଇର କାନ ହିଁ ତାକୁ ସ୍ୱାଭାବିକ ଠାରୁ ଭିନ୍ନ କରୁଛି। ଏହି ବିଲେଇଟିକୁ ବର୍ତ୍ତମାନ ୪ ମାସ ହୋଇଥିବା ବେଳେ ଏହାର ନାମ ହେଉଛି ମିଡାସ୍। ସବୁଠାରୁ ବେଶି ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଲେଇର ନିଜସ୍ୱ ଇନ୍‌ଷ୍ଟାଗ୍ରାମ୍‌ ପେଜ୍ ମଧ୍ୟ ଅଛି। ଏଥିକୁ ୪୬ ହଜାରରୁ ଅଧିକ ଲୋକ ଅନୁସରଣ କରୁଛନ୍ତି। କେବଳ ଯେ ବିଲେଇର କାନ ଆଶ୍ଚର୍ଯ୍ୟଜନକ ତାହା ନୁହେଁ, ଏହାର ଛାତିରେ ଏକ ଧଳା ଚିହ୍ନ ମଧ୍ୟ ଅଛି ଯାହା ହୃଦୟ ପରି ଦେଖାଯାଉଛି।

ଯେଉଁମାନେ ବିଲେଇପ୍ରେମୀ ଅଛନ୍ତି ଯେଉଁମାନେ ବିଲେଇର ବିଭିନ୍ନ କାର୍ଯ୍ୟକଳାପ ଦେଖି ଖୁସୀ ହୁଅନ୍ତି। ତେବେ ସେମିତି ଜଣେ ମହିଳା ଏହି ବିଲେଇଟିକୁ କୋଳେଇ ନେଇଛନ୍ତି। ମହିଳାଙ୍କ ଏହି କାମକୁ ଦେଖି ଲୋକମାନେ ସୋସିଆଲ ମିଡିଆରେ ସେମାନଙ୍କ ଖୁସି ବ୍ୟକ୍ତ କରୁଛନ୍ତି।

ଯେଉଁ ମହିଳା ଏହି ଚାରି କାନିଆ ବିଲେଇଟିକୁ ସେ ହେଉଛନ୍ତି ତୁର୍କୀର ଜଣେ ବାସିନ୍ଦା, ଯାହାଙ୍କ ନାମ କାନିସ୍ ଡୋସେମେକି। କାନିସ୍ ଓ ତାଙ୍କ ଜୀବନସାଥୀ ଯେତେବେଳେ ଏହି ବିଲେଇଟିକୁ ଦେଖିଥିଲେ ସେମାନେ ତାକୁ ସାଙ୍ଗରେ ରଖିବା ନେଇ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଏହି ବିଲେଇ ସେମାନଙ୍କ ସହ ବେଶ ଖୁସୀରେ ଅଛି।

ବିଲେଇର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଜଣାପଡିଛି ଯେ କାନିସ୍ ଏକ ଗୃହପାଳିତ ପଶୁପ୍ରେମୀ। ସେ ମିଡାସ୍‌କୁ କୋଳେଇ ନେବା ପୂର୍ବରୁ ତାଙ୍କର ଗୋଟିଏ ୧୨ ବର୍ଷର କୁକୁର ସୁଜି ଥିଲା। ମିଡାସ୍ ଏବଂ ସୁଜି ବହୁତ ଭଲରେ ଅଛନ୍ତି। ସେମାନେ ଏବେ ଦୁଇ ବନ୍ଧୁ ହୋଇଯାଇଛନ୍ତି। ଉଭୟେ ଏକାଠି ଖେଳୁଥିବା ଅନେକ ଫଟୋ ଏହି ଆକାଉଣ୍ଟରେ ଦେଖାଯାଏ।

ଗୋଟିଏ ଭିଡିଓରେ ବିଲେଇଟି ତା’ର ବନ୍ଧୁ ସୁଜି ସହିତ ଖେଳୁଥିବା ବେଳେ ତାକୁ ବହୁର ସ୍ନେହ କରୁଥିବା ଦେଖାଯାଏ। ବିଲେଇର ମାଲିକାଣୀ କାନିସ୍ କହିଛନ୍ତି ଯେ ଏହାର ଚାରିଟି କାନ ଥିଲେ ବି ଏହା ତା’ର ଶ୍ରବଣ ଶକ୍ତି ଉପରେ କୌଣସି ପ୍ରଭାବ ପକାଉ ନାହିଁ। ସାଧାରଣ ବିଲେଇ ଭଳି ସେ ମଧ୍ୟ ପ୍ରତିକ୍ରିୟା କରେ।