କରୋନା ପାଇଁ ବାଥରୁମ୍ରେ ୫ ଘଣ୍ଟା ବିତାଇଲେ ମହିଳା । ପଜିଟିଭ୍ ଚିହ୍ନଟ ହେବା ପରେ ନିଜକୁ ଆଇସୋଲଟ୍ କରିବାକୁ ବାଥରୁମରେ ତାଙ୍କୁ ସମୟ ବିତାଇବାକୁ ପଡ଼ିଲା ।
କରୋନା ବଢ଼ୁଥିବାରୁ ତେଲେଙ୍ଗାନାରେ ଲାଗିଲା କଟକଣା । ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଫାଇନ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ।
ପାଟିକୁ ସ୍ୱାଦ ଦେହକୁ ହିତ । ଏହିଭଳି ଏକ ଶସ୍ୟ ବା ଖାଦ୍ୟ ହେଉଛି 'ରାଜମା'। ଖାଦ୍ୟର ସ୍ୱାଦ ବଢାଇବା ସହ ଶରୀର ପାଇଁ ଏହା ବହୁ ଲାଭଦାୟକ । ରାଜମା ଖାଇବା ଦ୍ୱାରା ଶରୀରରେ ଚର୍ବି କମିବା ସହିତ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ଓ ରକ୍ତ ଶର୍କରାକୁ ସନ୍ତୁଳନ ରଖିଥାଏ ।
୨୦୨୨ ରେ ଅନ୍ତ ହୋଇଯିବ କରୋନା ମହାମାରୀ । ନୂଆ ବର୍ଷକୁ ସ୍ୱାଗତ କରୁ କରୁ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) ।
ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ବର୍ତ୍ତମା ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରେଣ୍ଟିନ୍ରେ ରଖାଯାଇଛି ।
ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ହାଇବଜେଟ୍ ଫିଲ୍ମ ‘RRR’ ରିଲିଜ୍। କରୋନା କଟକଣା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଫିଲ୍ମର ରିଲିଜ୍କୁ ଘୁଞ୍ଚା ଦିଆଯାଇଛି। କେବେ ଫିଲ୍ମ ‘RRR’ ରିଲିଜ୍ ହେବ ତାହା ଜଣାପଡ଼ିନି।
ମହିଳାଙ୍କ ପ୍ରତି ଦିନକୁ ଦିନ ବଢ଼ୁଛି ଅପରାଧ । ଲୋକେ ସଚେତନ ଥିଲେ ସୁଦ୍ଧା ଘରର ମହିଳାଙ୍କୁ ସମ୍ମାନ ଦେବାରେ ପଛେଇ ଯାଉଛନ୍ତି । ୨୦୨୧ରେ ହୋଇଛି ୩୧,୦୦୦ ମହିଳା ବିରୋଧୀ ଅପରାଧ ।
କରୋନା ବଢ଼ୁଛି, ଭୟ ବଢ଼ୁଛି । ଦେଶକୁ ଆସିଲା କି ତୃତୀୟ ଲହରୀ ? ସଂକ୍ରମଣ ବଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ରାଜଧାନୀ ଦିଲ୍ଲୀ ଓ ମାୟାନଗରୀ ମୁମ୍ବାଇରେ ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମଣ ।
କରୋନା ସଂକ୍ରମଣ ରୋକିବାକୁ ହରିୟାଣା ସରକାର ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ୍, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ୍ ଇତ୍ୟାଦି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ । ସେଥିଲାଗି ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ମୟୁର ପୁଚ୍ଛ ରଖିଲେ ଘର ମଧ୍ୟରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହିତ ଜଡିତ କିଛି ବାସ୍ତୁ ଟିପ୍ସ …
୧୯ ବର୍ଷରେ ଦେଖିଥିଲେ ପାଇଲଟ୍ ହେବାର ସ୍ୱପ୍ନ। ୨୧ ବର୍ଷରେ ହେଇଗଲେ ପାଇଲଟ୍। ମହିଳା ହୋଇ ଏବେ ଉଡାଉଛନ୍ତି ୪୦୦ ଟନ ଓଜନ ଭଳି ପ୍ଲେନ୍।
କୁହାଯାଏ ଦୁନିଆର ସବୁ ସଂପର୍କ ଠାରୁ ଊର୍ଦ୍ଧ୍ୱରେ ପ୍ରେମ। ପ୍ରେମ ପାଇଁ ଜଣେ କିଛି ବି କରିପାରେ। ଏବେ ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ କିଣିନେଇଛି ।
ରୋମାନ୍ କ୍ୟାଲେଣ୍ଡର୍ ଅନୁଯାୟୀ, ନୂଆବର୍ଷକୁ ବିଶ୍ୱର ସର୍ବ ବୃହତ ସ୍ତରରେ ପାଳନ କରାଯାଏ। ଅନେକ ବିଶ୍ୱାସ ଏବଂ ପରମ୍ପରା ମଧ୍ୟ ଏହା ସହିତ ଜଡିତ। ଆସନ୍ତୁ ନଜର ପକେଇବା।
ଏକ ଦମ୍ପତି ନିଜ ବିବାହକୁ ଚିରଦିନ ପାଇଁ ସ୍ଥାୟୀ କରିବାକୁ କିଛି କଠୋର ନିୟମ କରିଛନ୍ତି। ଏହି ନିୟମକୁ ଉଭୟ ଅନୁସରଣ କରୁଥିବା ବେଳେ କିଛି ଲୋକ କିନ୍ତୁ ତାଙ୍କର ଏଭଳି ସର୍ତ୍ତକୁ ଭୁଲ୍ ଭାବନ୍ତି। କିନ୍ତୁ ଏହି ଦମ୍ପତିଙ୍କ ସେଥିପ୍ରତି କୌଣସି ଖାତିର ନାହିଁ।
ବୈଷ୍ଣୋଦେବୀ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଗୃହ ବିଭାଗର ପ୍ରମୁଖ ସଚିବଙ୍କ ନେତ୍ରୁତ୍ୱରେ କରାଯିବା ପାଇଁ ଆଦେଶ ଦିଆଯାଇଥିବା ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।
୪ ଦିନରେ ଦୁଇ ଗୁଣା ହେଲାଣି ରାଜ୍ୟର ଦୈନିକ କରୋନା ସଂକ୍ରମଣ। ଡିସେମ୍ବର ୨୮ ତାରିଖରେ ଦୈନିକ ସଂକ୍ରମଣ ୧୫୬ ଥିଲା। ବେଳେ ନୂଆବର୍ଷର ପ୍ରଥମ ଦିନରେ ଏହା ୨୯୮ ଛୁଇଁଛି।
ରାସ୍ତା କଡରେ ବୁଲୁଥିବା ଏକ ଛୋଟ ପିଲାର ମୋମୋ ଖାଇବାକୁ ଇଛା ହେଲା। ତା’ର ଏହି ଇଛାକୁ ପୂରଣ କଲେ ଜଣେ ଦୟାଳୁ ବ୍ୟକ୍ତି। ଏହା ପରେ ପିଲାଟି ମୁହଁରୁ ଯେଉଁ ନିରୋଳା ହସ ଝରିଗଲା ତାହା ସମସ୍ତଙ୍କ ହୃଦୟକୁ ତରଳେଇ ଦେବା ଭଳି।
ନୋରା ଫତେହୀଙ୍କ ଧୂଆଁଦାର ଡ୍ୟାନ୍ସ ସବୁବେଳେ ସମସ୍ତଙ୍କୁ ରୋମାଞ୍ଚିତ କରିଥାଏ। ଏବେ ତାଙ୍କର ଏମିତି ଏକ ଡ୍ୟାନ୍ସ ଭିଡିଓ ଭିଇରାଲ ହେଉଛି ଯାହା ସମସ୍ତଙ୍କ ଛାତିରେ ନିଆଁ ଜାଳୁଛି।
ଆପଣ ଚାକିରି ଖୋଜୁଛନ୍ତି କି ? ଇନଫୋସିସ କମ୍ପାନୀ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଇନଫୋସିସରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇନଫୋସିସ କମ୍ପାନୀ ଏଜ୍ୟୁକିଟିଭ ପଦବୀରେ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ବଢିଲା ସୁନାର ଦାମ୍ । ଗତକାଲି ସୁନାର ଦାମ୍ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୩,୭୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ରହିଥିଲା । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି ।
ଆନ୍ଧ୍ର ଗୁଂଟୁରର ସଂକୀର୍ଥଙ୍କ ସହ ତୁର୍କୀର ଗିଜେମଙ୍କ ସହ ଭଲପାଇବ ହୋଇଥିଲା। ଆଉ ପ୍ରେମ ପାଇଁ ତୁର୍କୀରୁ ଇଣ୍ଡିଆ ଚାଲିଆସିଲେ ଗିଜେମ୍। ତେବେ ପାଠ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା
୨୦୨୧କୁ ବିଦାୟ ଦେଇ ଆମେ ଆଉ ଏକ ବର୍ଷକୁ ସ୍ୱାଗତ କରିଛେ। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଧରଣରେ ନବବର୍ଷକୁ ସ୍ୱାଗତ କରିଛନ୍ତି। କିନ୍ତୁ ବଲିଉଡ୍ର ଫିଟ୍ମ୍ୟାନ୍ ହ୍ରିତିକ୍ ରୋଶନ ଏହାକୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି।
ମଣିଷ ଜୀବନରେ ସଫଳତାର ଅନେକ ମହତ୍ତ୍ୱ ରହିଛି । ଆଜିକାଲି ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ବର୍ତ୍ତମାନ କାମକୁ ନେଇ ଖୁସି ନୁହନ୍ତି । ତେଣୁକରି ସେମାନେ ନିଜ କାମ ଉପରେ ଠିକ ଭାବରେ ଧ୍ୟାନ ଦେଇ ପାରୁ ନାହାନ୍ତି ,ସେହି କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେବେ ଏହି ବର୍ଷ ଆରମ୍ଭରୁ ଏମିତି କିଛି କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ,ଯାହା ଆପଣଙ୍କୁ ସଫଳତା ପ୍ରଦାନ କରିବ ।
୨୦୨୨ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ପ୍ରଥମେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ହରିୟାଣାରେ ଭୟଙ୍କର ଭୂସ୍ଖଳନ ହୋଇଛି
କରୋନାର ଓମିକ୍ରନ ଭାରିଆଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି