Advertisment

ବ୍ୟକ୍ତିଙ୍କ ମହାନତା ପିଲାଟି ମୁହଁରେ ଫୁଟେଇଲା ହସ

ରାସ୍ତା କଡରେ ବୁଲୁଥିବା ଏକ ଛୋଟ ପିଲାର ମୋମୋ ଖାଇବାକୁ ଇଛା ହେଲା। ତା’ର ଏହି ଇଛାକୁ ପୂରଣ କଲେ ଜଣେ ଦୟାଳୁ ବ୍ୟକ୍ତି। ଏହା ପରେ ପିଲାଟି ମୁହଁରୁ ଯେଉଁ ନିରୋଳା ହସ ଝରିଗଲା ତାହା ସମସ୍ତଙ୍କ ହୃଦୟକୁ ତରଳେଇ ଦେବା ଭଳି।

author-image
Pramod Behera
ଅଦ୍ୟତନ ହୋଇଛି
Man buys momos for little boy

Man buys momos for little boy

ସୋସିଆଲ୍ ମିଡିଆ ଏମିତି ଏକ ଜାଗା ଯେଉଁଠି ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଠାରୁ ଆରମ୍ଭ କରି ଭାବୁକ କରିଦେବା ଭଳି ଭିଡିଓ ପର୍ଯ୍ୟନ୍ତ ପ୍ରାୟ ସବୁ ଭଳି ଦେଖିବାକୁ ମିଳେ। ଏଇଠି ମଧ୍ୟ ଏପରି ଭିଡିଓ ମିଳେ, ଯାହା ଆମ ଜୀବନକୁ ଶିକ୍ଷା ଦେଇଯାଏ। ଏବେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଗଲା ଭଳି।

Advertisment

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ରାସ୍ତାରେ ଯାଉଥିବା ଜଣେ ପିଲା ମୋମୋ ଖାଉଛି। ଏହି ପିଲାଟିର ମୋମୋ ଖାଇବାକୁ ବହୁତ ଇଛା ଥିଲା। କିନ୍ତୁ ପିଲାଟି ଖୁବ ଗରିବ ଘରର ହୋଇଥିବାରୁ ଏହାକୁ କିଣିବା ପାଇଁ ସକ୍ଷମ ନଥିଲା। କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ଏହି ପିଲାଟିର ଇଛାର ଡାକକୁ ଶୁଣିପାରିଲେ। ସେ ପିଲାଟିର ଏହି ଇଛାକୁ ପୂରଣ କରିବା ନେଇ ତା ପାଇ ମୋମୋ କିଣିଦେଲେ। ଏହାକୁ ମନ ଖୁସିରେ ଖାଇବା ପରେ ପିଲାଟି ମୁହଁରୁ ଯେଉଁ ଆତ୍ମସନ୍ତୋଷ ଭରା ହସ ବାହାରି ଆସୁଛି ତାକୁ ଯେ କେହି ଦେଖିବ ତା’ ହୃଦୟ ତରଳି ଯିବ।

ଭାଇରାଲ୍‌ ହେଉଥିବା ଏହି ଭିଡିଓକୁ chatore_broothers (ଚାଟୋର ବ୍ରଦର୍ସ) ନାମକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ପୋଷ୍ଟ୍‌ କରାଯାଇଛି। କମ ସମୟର ଏହି ଭିଡିଓରେ, ଛୋଟ ପିଲାଟି ମୋମୋ ବିକ୍ରୟ କରୁଥିବା ଏକ ଦୋକାନ ଆଡକୁ ଯାଉଥିବାର ଦେଖାଯାଏ। ପିଲାଟି ସଙ୍ଗେ ସଙ୍ଗେ ମେନୁରେ ଥିବା ପନିର୍ ମୋମୋକୁ ଦେଖାଏ। ଏହା ପରେ ତାକୁ ଯେତେବେଳେ ଗରମ ଗରମ ମୋମୋ ମିଳିଯାଏ ସେ ଏହାକୁ ଆନନ୍ଦର ସହିତ ଖାଉଥିବା ଦେଖାଯାଏ। ସେ ଯେତେବେଳେ ଏଥିରୁ ଖଣ୍ଡେ ଖାଇଦିଏ ତା’ ମୁହଁରେ ଏକ ମଧୁର ହସ ଖେଳିଯାଏ। ଏହାକୁ ଦେଖିଲା ପରେ ଯେ କେହି ବି ଭାବନାତ୍ମକ ହୋଇପଡିବ।

Advertisment

ଭିଡିଓଟି ପୋଷ୍ଟ୍‌ ହେବା ପରଠାରୁ ୧.୪ ମିଲିୟନରୁ ଅଧିକ ଥର ଦେଖାଯାଇଛି। ବ୍ୟକ୍ତିଙ୍କ ଏଭଳି ଦୟାଳୁ ଭାବ ଦେଖି ଲୋକମାନେ ବହୁତ ଖୁସି ହେଉଥିବା ବେଳେ ତାଙ୍କର ଏହି ପ୍ରକୃତିକୁ ଖୁବ୍ ପ୍ରଶଂସା କରୁଛନ୍ତି। ଏହାସହିତ ପିଲାଟିର ଏହି ନିରୋଳା ହସକୁ ଦେଖି ଲୋକମାନେ ମଧ୍ୟ ଖୁବ୍ ଖୁସି ହେଉଯାଉଛନ୍ତି। ସେମାନେ ମଧ୍ୟ ଭିଡିଓ ଉପରେ ନିଜର ସକାରାତ୍ମକ ପ୍ରତିକ୍ରିୟା ଦେଉଥିବା ଦେଖାଯାଏ। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ଯଦି ତୁମେ ଏଭଳି ମହତ କାମ କରୁଛି, ତେବେ ତୁମ ନମ୍ବର ଦିଅ”। ସେହିପରି ଆଉଜଣେ ବ୍ୟକ୍ତି ମଧ୍ୟ ଉତ୍ସାହିତ ହୋଇ “ସମସ୍ତେ ଏଭଳି କରିବା ଉଚିତ ବୋଲି କହିଛନ୍ତି।

Viral Video
Advertisment
Advertisment