• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାଜମା ଖାଇବା ଦ୍ୱାରା ଶରୀରକୁ ଫୁର୍ତ୍ତି ମିଳିଥାଏ 

  • କୋଲେଷ୍ଟ୍ରଲ ନିୟନ୍ତ୍ରିଣ କରେ ରାଜମା

ରାଜମା ଭାରତୀୟ ଲୋକ ମାନଙ୍କର ଏକ ପସନ୍ଦ ଯୋଗ୍ୟ ଖାଦ୍ୟ ଅଟେ । ଉତ୍ତର ଭାରତର ଲୋକମାନେ ଏହାକୁ ପୂର୍ବରୁ ଅଧିକ ପରିମାଣରେ ଖାଦ୍ୟରେ ସାମିଲ କରୁଥିଲେ କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ଭାରତରେ ସମସ୍ତଙ୍କର ଗୋଟିଏ ପ୍ରିୟ ଖାଦ୍ୟ ରୂପରେ ଗଣନା ହେଉଛି । ଏହା ସ୍ୱାଦ ପାଇଁ ଯେତିକି ଭଲଲାଗେ ତାହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହିତକର । ଏଥିରେ ରହିଥିବା ପ୍ରୋଟିନ ବିଭିନ୍ନ ପ୍ରକାରର ରୋଗ ପାଇଁ ଆବଶ୍ୟକ ହୋଇଥାଏ ।

  • ରାଜମା ଖାଇବା ଦ୍ୱାରା ଶରୀରକୁ ଫୁର୍ତ୍ତି ମିଳିଥାଏ । ଏଥିରେ ପ୍ରୋଟିନର ପରିମାଣ ଖୁବ ଉଚ୍ଚ ସ୍ତରର । ଏଥିରେ କ୍ୟାଲସିୟମ ରହିଥିବା ହେତୁ ହାଡ଼ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ ।
  • ପୂର୍ବରୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇ ଆମର ପୂର୍ବ ପୁରୁଷ ମାନେ ନିଜର ହାଡ଼ ଗୋଡ଼କୁ ସୁସ୍ଥ ରଖୁଥିଲେ ତେଣୁ ରାଜମାକୁ ଆମ ହାଡ ପାଇଁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ ।
  • ୟୁକେର ଗୋଟିଏ ଗବେଷକ ଦଳଙ୍କ ରିପୋର୍ଟ ଅନୁସାରେ ଯେଉଁ ଲୋକମାନେ ପ୍ରତ୍ୟେକ ଦିନ ରାଜମା ଖାଇଥାନ୍ତି ସେମାନେ ହୃଦୟ ସମ୍ବଧୀୟ କୌଣସି ରୋଗର ସମ୍ମୁଖୀନ ହୋଇ ନଥାନ୍ତି । କାରଣ ରାଜମା ଖାଇବା ଦ୍ୱାରା ଶରୀରରେ ଚର୍ବି କମିବା ସହିତ କୋଲେଷ୍ଟ୍ରଲ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।
  • ହାଇ କୋଲେଷ୍ଟ୍ରଲ ହୃଦଘାତର ମୁଖ୍ୟ କାରଣ ଅଟେ । ତେଣୁ ରାଜମାକୁ ନିଜ ଖାଦ୍ୟରେ ସାମିଲ କରି ହୃଦଘାତ ସମନ୍ଧିୟ ସମସ୍ୟାକୁ ଦୁରେଇ ରଖାଯାଇ ପାରିବ ।
  • ପ୍ରୋଟିନ ,ଫାଇବର ଓ କାର୍ବୋହାଇଡ୍ରେଡ଼ରେ ଭରପୁର ରହିଥିବା କାରଣରୁ ରାଜମା ରକ୍ତ ଶର୍କରାକୁ ସନ୍ତୁଳନ ରଖିଥାଏ ।
  • ରାଜମା ଖାଇବା ପରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ହେବ ସହିତ ଦ୍ୱିତୀୟ ସ୍ତରର ମଧୁମେହ ମଧ୍ୟ ଦୂର ହୋଇଥାଏ ।
  • ମୋଟାପଣର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ନେଇ ଗୋଟିଏ ଗବେଷଣା କରାଯାଇଥିଲା । ସେମାନଙ୍କର ବୟସ ୩୦ ବର୍ଷରୁ ୩୫ ବର୍ଷ ରହିଥିଲା । ଦୁଇ ମାସର ଅନୁସନ୍ଧାନ ପରେ ଜଣା ପଡିଲା ଯେ ଯେଉଁମାନେ ସପ୍ତାହକୁ ଚାରିଥର ରାଜମାଙ୍କୁ ନିଜ ଖାଦ୍ୟରେ ସାମିଲ କରିଛନ୍ତି ସେମାନଙ୍କର ଓଜନ ଅନ୍ୟମାନଙ୍କ ତୁଳନାରେ କମ ରହିଥିଲା । କାରଣ ପ୍ରୋଟିନ ଓ ଫାଇବରରେ ଭରପୁର ରହିଥିବା କାରଣରୁ ରାଜମା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।