Advertisment

ନିଆଁ ଲଗେଇଲା ନୋରାଙ୍କ ନାଚ; ପାଗଳ ହେଲେ ପ୍ରଶଂସକ

ନୋରା ଫତେହୀଙ୍କ ଧୂଆଁଦାର ଡ୍ୟାନ୍ସ ସବୁବେଳେ ସମସ୍ତଙ୍କୁ ରୋମାଞ୍ଚିତ କରିଥାଏ। ଏବେ ତାଙ୍କର ଏମିତି ଏକ ଡ୍ୟାନ୍ସ ଭିଡିଓ ଭିଇରାଲ ହେଉଛି ଯାହା ସମସ୍ତଙ୍କ ଛାତିରେ ନିଆଁ ଜାଳୁଛି।

author-image
Pramod Behera
ଅଦ୍ୟତନ ହୋଇଛି
Nora Fatehi gave challenge on dance meri rani

Nora Fatehi gave challenge on dance meri rani

ମୁମ୍ବାଇ: ବଲିଉଡ୍‌ର ନମ୍ବର ୱାନ୍ ନୃତ୍ୟଶିଳ୍ପୀ ନୋରା ଫତେହୀଙ୍କୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଏ। ତାଙ୍କର ଧୂଆଁଦାର ଡ୍ୟାନ୍ସ ସମସ୍ତଙ୍କୁ ରୋମାଞ୍ଚିତ କରିଦିଏ। ସେ ନିଜର ପ୍ରତ୍ୟେକ ଡ୍ୟାନ୍ସ ପ୍ଟେପ୍‌ରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପାଗଳ କରିଦିଅନ୍ତି। ଯିଏ ତାଙ୍କ ଡ୍ୟାନ୍ସକୁ ଥରେ ଦେଖିଛି ସେ ତାଙ୍କୁ ଆଉ କେବେ ଭୁଲି ପାରିନି। ତାଙ୍କ ଡ୍ୟାନ୍ସକୁ ଖୋଜି ଖୋଜି ସେ ଦେଖିବାକୁ ବାଧ୍ୟ ହୋଇଛି।

Advertisment

ବର୍ତ୍ତମାନ ତାଙ୍କର ଏକ ନୂଆ ଗୀତ 'ଡ୍ୟାନ୍ସ ମେରୀ ରାନୀ'କୁ ପ୍ରୋତ୍ସାହିତ କରିବା ପାଇଁ ନୋରା ଫତେହୀ ସୋସିଆଲ୍‌ ମିଡିଆରେ ଏକ ଡ୍ୟାନ୍ସ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଡ୍ୟାନ୍ସର ଏକ ଭିଡିଓ ଶେୟାର କରି ନୋରା ଏହି ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ତେବେ ସମ୍ପ୍ରତି ଆସିଥିବା ନୋରାଙ୍କର ଏହି ଗୀତ ଆଜିକାଲି ଖୁବ୍ ଦେଖାଯାଉଛି ଏବଂ ଶୁଣାଯାଉଛି।

ନୋରା ଫତେହୀଙ୍କ ଏହି ଡ୍ୟାନ୍ସ ଭିଡିଓ ‘Whatsinthenews’ ନାମକ ଏକ ପୃଷ୍ଠାରୁ ଶେୟାର କରାଯାଇଛି। ନୋରା ମଧ୍ୟ ଏହାକୁ ନିଜ ପୃଷ୍ଠାରେ ଶେୟାର କରିଛନ୍ତି। ନୋରା ଫତେହି 'ଡ୍ୟାନ୍ସ ମେରୀ ରାନୀ' ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି। ଏହି ଆହ୍ୱାନରେ ଭାଗ ନେବାକୁ ଏବଂ ସେମାନଙ୍କର ଭିଡିଓ ଶେୟାର କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଭିଡିଓ ଶେୟାର ସହିତ ଏହା ଲେଖାଯାଇଛି ଯେ “ଡ୍ୟାନ୍ସ ଚ୍ୟାଲେଞ୍ଜ୍‌ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି, ଯାହା ସବୁଠାରୁ ଭଲ ଭିଡିଓ ହେବ। ଏହା ମୋ ଫିଡ୍‌ରେ ପୋଷ୍ଟ୍‌ ହେବ। ନାଚିବା ଆରମ୍ଭ କରିଦିଅ।”

Advertisment
Nora Fatehi gave challenge on dance meri raniନୋରାଙ୍କ ଫତେହୀ ଓ ଗୁରୁ ରାନ୍ଧୱା

ତେବେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ହୋଇଥିବା ଏହି ଭିଡିଓରେ ନୋରା ‘ଡ୍ୟାନ୍ସ ମେରୀ ରାନୀ‍’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସନ୍ତି। ସେ ଏହି ଗୀତରେ ବେଲି ଡ୍ୟାନ୍ସ ମଧ୍ୟ କରିଛନ୍ତି। ତାଙ୍କ ବେଲିର ଏହି କମାଲକୁ ଦେଖି ପ୍ରଶଂସକମାନେ ଖାଲି ତାଙ୍କର ପ୍ରଶଂସା କରୁ ନାହାନ୍ତି ସେମାନେ ପାଗଳ ହେଉଥିବା ମଧ୍ୟ ଦେଖାଯାଏ।

ପ୍ରକାଶଥାଉ ଯେ ନିକଟରେ ନୋରା ଫତେହୀଙ୍କ ରିଲିଜ୍ ହୋଇଥିବା ଗୀତ 'ଡ୍ୟାନ୍ସ ମେରୀ ରାନୀ' ଖୁବ୍ ହଇଚଇ ସୃଷ୍ଟି କରୁଛି। ଗୁରୁ ରାନ୍ଧୱା ଓ ନୋରା ଫତେହୀଙ୍କୁ ପୁଣି ଥରେ ଏକାଠି ଦେଖିବା ପରେ ସେମାନଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି। ତେବେ ଏହି ଗୀତ ସହିତ ନୋରା ଫତେହୀଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ମଧ୍ୟ ହୋଇଛି। ଏହି ଗୀତରେ ନୋରା ଜଳପରି ସାଜି ନିଜ ଡ୍ୟାନ୍ସରେ ସମସ୍ତଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି।

Bollywood
Advertisment
Advertisment