Advertisment

ବିବାହକୁ ସ୍ଥାୟୀ କରିବା ନେଇ ଦମ୍ପତି କରିନେଲେ ଅଜବ ନିୟମ

ଏକ ଦମ୍ପତି ନିଜ ବିବାହକୁ ଚିରଦିନ ପାଇଁ ସ୍ଥାୟୀ କରିବାକୁ କିଛି କଠୋର ନିୟମ କରିଛନ୍ତି। ଏହି ନିୟମକୁ ଉଭୟ ଅନୁସରଣ କରୁଥିବା ବେଳେ କିଛି ଲୋକ କିନ୍ତୁ ତାଙ୍କର ଏଭଳି ସର୍ତ୍ତକୁ ଭୁଲ୍ ଭାବନ୍ତି। କିନ୍ତୁ ଏହି ଦମ୍ପତିଙ୍କ ସେଥିପ୍ରତି କୌଣସି ଖାତିର ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Couple made controlling rules for each other

Couple made controlling rules for each other

କୁହାଯାଏ ବିବାହର ସମ୍ପର୍କ କେବଳ ବିଶ୍ୱାସ ଓ ପ୍ରେମ ଉପରେ ନିର୍ଭର କରେ। ଯଦି ଏଥିରେ ବ୍ୟତିକ୍ରମ ଦେଖାଯାଏ ତେବେ ସମସ୍ୟା ଉପୁଜିବା ଆରମ୍ଭ କରେ। ଏନେଇ ଏକ ଦମ୍ପତି ନିଜ ବିବାହକୁ ଚିରଦିନ ପାଇଁ ସ୍ଥାୟୀ କରିବାକୁ କିଛି କଠୋର ନିୟମ କରିଛନ୍ତି। ଏହି ନିୟମକୁ ଉଭୟ ଅନୁସରଣ କରୁଛନ୍ତି। କିନ୍ତୁ କିଛି ଲୋକ ତାଙ୍କର ଏଭଳି ସର୍ତ୍ତକୁ ଭୁଲ୍ ମଧ୍ୟ ଭାବନ୍ତି, କିନ୍ତୁ ସେମାନେ ଏଥିପ୍ରତି ଖାତିର କରନ୍ତି ନାହିଁ।

Advertisment

ଏହା ନୁହେଁ ଯେ ଏମାନେ ନବ ଦମ୍ପତି, ଯେଉଁମାନେ ବିବାହକୁ ସ୍ଥାୟୀ ରଖିବା ପାଇଁ ଏଭଳି କଠୋର ନିୟମ କରିଛନ୍ତି। ଏହି ଦମ୍ପତିଙ୍କ ବିବାହର ଅନେକ ବର୍ଷ ବିତିଗଲାଣି ଏବଂ ସେମାନଙ୍କର ୪ଟି ସନ୍ତାନ ମଧ୍ୟ ଅଛନ୍ତି। ଏପରି ପରିସ୍ଥିତିରେ, ଏହା ନିଶ୍ଚିତ ମାନିବାକୁ ପଡ଼ିବ ଯେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ସୁଖୀ ରଖିବା ନେଇ ଏହି ନିୟମ ସେମାନଙ୍କ ପାଇଁ ନିହାତି ଭାବେ ପ୍ରଭାବଶାଳୀ ହୋଇଛି।

ଟିକ୍‌ଟକ୍‌ରେ ନିଜ ବିବାହିତ ଜୀବନର ରହସ୍ୟ ଉନ୍ମୋଚନ କରିଥିବା ମ୍ୟାଡିସନ୍ ଚାଭେଜ୍ କହିଛନ୍ତି ଯେ ସେ ତାଙ୍କ ଜୀବନ ପାଇଁ ଏପରି କିଛି ନିୟମ କରିଛନ୍ତି, ଯାହା ଅନ୍ୟମାନଙ୍କୁ କ୍ରୋଧିତ କରିପାରେ। ଏହି ନିୟମଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ କେହି ବି ତାଙ୍କ ମୋବାଇଲରେ ବିନା ଲୋକେସନ ଅନ୍‌ରେ କୁଆଡେ ବାହାରକୁ ଯାଇ ପାରିବେ ନାହିଁ। ବାହାରକୁ ଯିବାକୁ ହେଲେ ସେମାନଙ୍କୁ ଲୋକେସନ ଅଫ୍‌ କରିବାର କୌଣସି ଅନୁମତି ନାହିଁ। ସେମାନଙ୍କ ମଧ୍ୟରୁ କେହି ବି ଇଣ୍ଟର୍‌ନେଟ୍‌ରେ ଆପତ୍ତିଜନକ ବିଷୟବସ୍ତୁ ଦେଖିପାରିବେ ନାହିଁ। ସେମାନଙ୍କ ଜୀବନରେ କେହିବି ଆଉ କାହାକୁ ନିଜ ଉପରେ ରଖିପାରିବେ ନାହିଁ, ଏମିତିକି ସେମାନଙ୍କ ପିତା ମାତାଙ୍କୁ ମଧ୍ୟ।

Advertisment

ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲେ। ଜଣେ ବ୍ୟକ୍ତି ଲୋକେସନ୍‌ ସେବା ନିୟମକୁ ନେଇ କହିଛନ୍ତି ଯେ “ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହା ସମ୍ପୂର୍ଣ୍ଣ ପାଗଳାମି। ଦୁହେଁ ପରସ୍ପରକୁ ବିଶ୍ୱାସ କରନ୍ତି ନାହିଁ।”

ମ୍ୟାଡିସନ୍‌ ଏହାକୁ ବୁଝେଇବାକୁ ଯାଇ କହିଛନ୍ତି ଯେ “ଲୋକେସନ ଅନ୍ ରହିବାର କାରଣ ହେଲା, ଆମେ ପରସ୍ପରର ସୁରକ୍ଷା ବିଷୟରେ ଚିନ୍ତା କରୁ।” ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଯଦି ଏହା ଆପଣଙ୍କ ଜୀବନ ପାଇଁ ଠିକ୍, ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ।”

Ajab Gajab
Advertisment
Advertisment