Advertisment

ଧସିଲା ପାହାଡ଼, ୧୫ ନିଖୋଜ

୨୦୨୨ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି। ପ୍ରଥମେ ଜମ୍ମୁ-କଶ୍ମୀରର ବୈଷ୍ଣୋ ଦେବୀ ଭବନରେ ଦଳାଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ହରିୟାଣାରେ ଭୟଙ୍କର ଭୂସ୍ଖଳନ ହୋଇଛି

author-image
Sarbeswar
ଅଦ୍ୟତନ ହୋଇଛି
Himachal Pradesh

Himachal Pradesh

ହରିୟାଣା ଭିଓ୍ୱାନି ଜିଲ୍ଲାର ଏକ ଖଣି ଅଞ୍ଚଳରେ ବଡ଼ ଧରଣର ଅଘଟଣ ହୋଇଛି। ଭୂ-ସ୍ଖଳନ ପରେ ମାଇନିଂ ଏରିଆରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ନିଖୋଜ ଅଛନ୍ତି । ଏମାନେ ସମସ୍ତେ ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ବଡ଼ ବଡ଼ ଗାଡ଼ି ବି ମାଟି ତଳେ ପୋତି ହୋଇଯାଇଛି । ତୋସାମ ବ୍ଲକର ଦାଦମ ମାଇନିଂ ଏରିଆରେ ଏହି ଅଘଟଣ ଘଟିଛି। ମାଇନିଂ ଅଞ୍ଚଳରେ ଥବା ଏକ ପାହାଡ଼ର ବଡ଼ ଅଂଶକୁ ବିସ୍ଫୋରଣ କରାଯିବାରୁ ଏହି ଲ୍ୟାଣ୍ଡ ସ୍ଲାଇଡ ହୋଇଥିବା କୁହାଯାଉଛି। ହରିୟାଣା କୃଷି ମନ୍ତ୍ରୀ ଜେପି ଦଲାଲ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନକୁ ତଦାରଖ କରୁଛନ୍ତି । ହରିୟାଣା ଭିଓ୍ୱାନି ଜିଲ୍ଲାର ଏକ ଖଣିରେ ବ୍ଲାଷ୍ଟିଂ ବେଳେ ଭୂସ୍ଖଳନ୧୫ରୁ ୨୦ ଜଣ ନିଖୋଜ ଥିବା ନେଇ ସୂଚନା ମିଳିଛି।

Advertisment

ପ୍ରତିଦିନ ଭଳି ଆଜି ମଧ୍ୟ ଦାଦମ ଖଣି ଅଞ୍ଚଳରେ କାମ ଚାଲିଥିଲା। ତେବେ ହଠାତ୍‌ ଗୋଟିଏ ବିରାଟ ପାହାଡ଼ର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାମ କରୁଥିବା ୧୦ରୁ ୧୫ ଜଣ ଶ୍ରମିକ ଗାଡ଼ି ସହ ଏହା ତଳେ ଚାପି ହୋଇଯାଇଛନ୍ତି।

ସେମାନଙ୍କୁ ଠାବ କରିବା ପାଇଁ ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ତେବେ ଏଯାଏ ସେମାନଙ୍କର କୌଣସି ବି ପତ୍ତା ମିଳିନି। ଆମ୍ବୁଲାନ୍ସ ଯୋଗେ ଆଉ କିଛି ଆହତ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। କ’ଣ ପାଇଁ ପାହାଡ଼ ଧସିଲା, ସେକଥା ଏଯାଏ ଜଣାପଡ଼ିନି। କିନ୍ତୁ ପାହାଡ଼କୁ ଫଟାଇବା ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି।

Advertisment
Haryana Landslide
Advertisment
Advertisment