• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମୟୂର ପୁଚ୍ଛ ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ

ମୟୂର ପୁଚ୍ଛ ଦେଖିବାକୁ ଯେତିକି ସୁନ୍ଦର ସେତିକି ଶୁଭର ପ୍ରତୀକ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ବାସ୍ତୁ ଅନୁଯାୟୀ ଘରେ ମୟୂର ପୁଚ୍ଛ ରଖିଲେ ଘରକୁ ଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି ବିବେଚନା କରାଯାଏ । ଘରେ ଶାନ୍ତି ରହିବା ସହ ଆର୍ଥିକ ସମସ୍ୟା ଦୂର ହୁଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

ବାସ୍ତୁ ଅନୁସାରେ ମୟୂର ପୁଚ୍ଛର ମହତ୍ତ୍ୱ କଣ ରହିଛି:

  • ବାସ୍ତୁ ଅନୁସାରେ, ମୟୂର ପୁଚ୍ଛକୁ ଫ୍ରେମ୍ କରି କାନ୍ଥରେ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘର ମଧ୍ୟକୁ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ।
  • ଠାକୁର ଘରେ ମୟୂର ପୁଚ୍ଛ ଏବଂ ବଂଶୀକୁ ଏକା ସାଥିରେ ରଖିବା ଦ୍ୱାରା ଘର ମଧ୍ୟରେ ଭଲ ପାଇବା ବଢିବା ସହିତ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ।
  • ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ସହିତ ମୟୂର ପୁଚ୍ଛ ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ସକାରାତ୍ମକ ଭାବନା ଜାଗ୍ରତ ହେବା ସହିତ ଘର ମଧ୍ୟକୁ ନାକାରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ ।
  • ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୟୂର ପୁଚ୍ଛ ସହିତ ୨୧ ଥର ଗ୍ରହ ମନ୍ତ୍ର ପଢି, ତାହା ଉପରେ ଜଳ ସିଞ୍ଚନ କରି ଏକ ଏମିତି ସ୍ଥାନରେ ରଖିବେ ଯେମିତିକି ତାହା ଉପରେ ସମସ୍ତଙ୍କ ନଜର ରହୁଥିବ । ଏହା ଦ୍ୱାରା ରାହୁ ଦୋଷ ଦୂର ହେବା ସହିତ ଜୀବନରେ ସବୁ ମଙ୍ଗଳମୟ ହୋଇଥାଏ ବୋଲି ବିବେଚନା କରାଯାଏ ।
  • ଅନେକ ପିଲାଙ୍କୁ ରାତିରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ତକିଆ ତଳେ ମୟୂର ପୁଚ୍ଛ ରଖିବା ଦ୍ୱାରା ସମସ୍ତ ଖରାପ ନଜରରୁ ରକ୍ଷା ମିଳି ଥାଏ ବୋଲି ବିବେଚନା କରାଯାଏ ।