Advertisment

୨୦୧୪ ପରେ ୨୦୨୧ରେ ସର୍ବାଧିକ ମହିଳା ବିରୋଧୀ ଅପରାଧ, ଏନ୍‌ସିଡବ୍ଲୁ ନିକଟରେ ୩୧,୦୦୦ ଅଭିଯୋଗ

ମହିଳାଙ୍କ ପ୍ରତି ଦିନକୁ ଦିନ ବଢ଼ୁଛି ଅପରାଧ । ଲୋକେ ସଚେତନ ଥିଲେ ସୁଦ୍ଧା ଘରର ମହିଳାଙ୍କୁ ସମ୍ମାନ ଦେବାରେ ପଛେଇ ଯାଉଛନ୍ତି । ୨୦୨୧ରେ ହୋଇଛି ୩୧,୦୦୦ ମହିଳା ବିରୋଧୀ ଅପରାଧ ।

author-image
Prangyan Parimita
ଅଦ୍ୟତନ ହୋଇଛି
crimes against women

crimes against women

ନୂଆଦିଲ୍ଲୀ : ବିଦାୟୀ ବର୍ଷ ୨୦୨୧ରେ ବଢ଼ିଛି ମହିଳା ବିରୋଧୀ ଅପରାଧ । କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ହିଂସାର ଶିକାର ହୋଇଛନ୍ତି ମହିଳା ଓ ଯୁବତୀ । ଜାତୀୟ ମହିଳା ଆୟୋଗ (NCW) ଗତ ବର୍ଷ ମହିଳାଙ୍କ ପ୍ରତି ହୋଇଥିବା ଅପରାଧର ପ୍ରାୟ ୩୧,୦୦୦ ଅଭିଯୋଗ ଗ୍ରହଣ କରିଥିଲା, ୨୦୧୪ ପର ଠାରୁ ସର୍ବାଧିକ ବୋଲି କୁହାଯାଉଛି । ତେବେ ଏହି ମାମଲା ଗୁଡ଼ିକର ଅଧାରୁ ଅଧିକ ଉତ୍ତରପ୍ରଦେଶର, ଅର୍ଥାତ ୟୁପିରେ ମହିଳାଙ୍କ ପ୍ରତି ଅଧିକ ହିଂସା ଘଟୁଛି    ୨୦୨୦ ତୁଳନାରେ ୨୦୨୧ରେ ମହିଳାଙ୍କ ବିରୋଧରେ ୩୦ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି ଏବଂ ସେହି ସମୟରେ NCW ନିକଟକୁ ୨୩,୭୨୨ ଟି ଅଭିଯୋଗ ଆସିଥିଲା ।

Advertisment

National Commission for Womenର ସରକାରୀ ତଥ୍ୟ ଅନୁସାରେ ୩୦,୮୬୪ଟି ଅଭିଯୋଗ ମଧ୍ୟରୁ ସର୍ବାଧିକ ୧୧,୦୧୩ଟି ହେଉଛି ସମ୍ମାନର ସହ ବଞ୍ଚିବାର ଅଧିକାର ସମ୍ବନ୍ଧିତ । ଏଥିରେ ମହିଳାଙ୍କୁ ଆବେଗିକ ନିର୍ଯାତନା ଦିଆଯାଏ । ଏହା ପରେ ଘରୋଇ ହିଂସାଜନିତ ୬,୬୩୩ଟି  ଏବଂ ୪,୫୮୯ଟି ଥିଲା ଯୌତୁକ ନିର୍ଯାତନା ଅଭିଯୋଗ । ସେହିପରି ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ମହିଳାଙ୍କ ଉପରେ ହୋଇଥିବା ଅପରାଧର ଅଭିଯୋଗ ସର୍ବାଧିକ ୧୫,୮୨୮ ରେକର୍ଡ ହୋଇଛି ।

ତା’ପଛକୁ ରହିଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ୩,୩୩୬ ମହାରାଷ୍ଟ୍ରରେ ୧୫୦୪, ହରିୟାଣାରେ ୧୪୬୦ ଏବଂ ବିହାରରେ ୧୪୫୬ ଅପରାଧ ରେକର୍ଡ ହୋଇଛି । ସମ୍ମାନର ସହ ବଞ୍ଚିବାର ଅଧିକାର ଏବଂ ପାରିବାରିକ ହିଂସା ସହ ଜଡିତ ସର୍ବାଧିକ ସଂଖ୍ୟକ ଅଭିଯୋଗ ଉତ୍ତରପ୍ରଦେଶରୁ ଆସିଥିଲା । NCW କୁ ୨୦୧୪ ଠାରୁ ମିଳିଥିବା ଅଭିଯୋଗ ସଂଖ୍ୟା ଗତ ବର୍ଷଠାରୁ ଅଧିକ । ୨୦୧୪ରେ ସମୁଦାୟ ୩୩୯୦୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ।

Advertisment

ଜାତୀୟ ମହିଳା ଆୟୋଗ ଲୋକଙ୍କୁ ଏହାର କାର୍ଯ୍ୟ ସମ୍ପର୍କରେ ଅବଗତ କରାଉଥିବାରୁ ଅଭିଯୋଗ ବୃଦ୍ଧି ହେଉଛି । ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଆୟୋଗ ସର୍ବଦା ନୂତନ ପଦକ୍ଷେପ ଆରମ୍ଭ କରିବାକୁ ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ଆୟୋଗ ମୁଖ୍ୟ ରେଖା ଶର୍ମା କହିଛନ୍ତି । ଏହା ବ୍ୟତୀତ ଅଭାବୀ ମହିଳାମାନଙ୍କୁ ସହାୟତା ଯୋଗାଇବା ଏବଂ ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରିବା ପାଇଁ ଏକ ଘଣ୍ଟା ହେଲ୍ପଲାଇନ ନମ୍ବର ଆରମ୍ଭ କରାଯାଇଥିବା ସେ କହିଛନ୍ତି ।

ଜୁଲାଇରୁ ସେପ୍ଟେମ୍ବର ୨୦୨୧ପର୍ଯ୍ୟନ୍ତ ପ୍ରତି ମାସରେ ୩୧୦୦ ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିଲା । ଶେଷ ଥର ପାଇଁ ୨୦୧୮, ନଭେମ୍ବର ୩ରେ ଭାରତରେ ମହିଳା ବିରୋଧୀ ଅପରାଧ ସର୍ବାଧିକ ଥିବା ବେଳେ ସେତେବେଳେ ୩୦୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିଲା ।

Crimes Against Women NCW Data
Advertisment
Advertisment