• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୱାଶିଂଟନ୍ : କରୋନା ଭାଇରସର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ତେଣୁ ଅଧିକାଂଶ ଦେଶ ବିମାନବନ୍ଦରରେ କରୋନା ନିୟମ, ଆଇସୋଲେସନ୍ ଏବଂ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି । ତେବେ ଏହି କ୍ରମରେ ଆମେରିକାର ଜଣେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ବିମାନର ବାଥରୁମରେ ହିଁ ତାଙ୍କୁ ଆଇସୋଲେଟ୍ ହେବାକୁ ପଡିଲା । ଚିକାଗୋରୁ ଆଇସଲ୍ୟାଣ୍ଡକୁ ଉଡ଼ାଣ ସମୟରେ ଅଧା ରାସ୍ତାରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ୍ ଆସିଥିଲେ । ଫଳରେ ଆମେରିକାର ମହିଳା ବାଥରୁମରେ ପାଞ୍ଚ ଘଣ୍ଟା ପାଇଁ ଅଲଗା ରହିଥିଲେ ।

ମିଚିଗାନର ଜଣେ ଶିକ୍ଷୟିତ୍ରୀ ମରିସା ଫୋଟିଓ ଡିସେମ୍ବର ୧୯ରେ ଚିକାଗୋରୁ ଆଇସଲ୍ୟାଣ୍ଡକୁ ଯାତ୍ରା କରୁଥିଲେ । ହେଲେ ଯାତ୍ରା ସମୟରେ ତାଙ୍କ ଗଳା ଯନ୍ତ୍ରଣା ଆରମ୍ଭ ହୋଇଥିଲା । ତେଣୁ ସେ ଶୀଘ୍ର ସିଟ୍‌ରୁ ଉଠି କୋଭିଡ ପରୀକ୍ଷା କରିବାକୁ ବାଥରୁମକୁ ଯାଇଥିଲେ । କିଟ୍‌ରେ କରୋନା ପରୀକ୍ଷା କରିଥିଲେ ଆଉ ରିପୋର୍ଟ ପଜିଟିଭ୍ ଆସିଥିଲା ।

ତେବେ ଗସ୍ତ ପୂର୍ବରୁ ବିମାନବନ୍ଦରରେ ୨ ଥର ପିସିଆର ପରୀକ୍ଷା ଏବଂ ୫ ଥର ରାପିଡ଼୍ ଆଣ୍ଟିଜେନ୍ ପରୀକ୍ଷା କରାଇଥିଲେ ମହିଳା ଜଣକ । ହେଲେ ତାଙ୍କ ସମସ୍ତ ରିପୋର୍ଟ ନକାରାତ୍ମକ ଭାବରେ ଆସିଥିଲା । କିନ୍ତୁ ବିମାନରେ ପ୍ରାୟ ଦେଢ଼ ଘଣ୍ଟା ପରେ ତାଙ୍କର ଗଳାରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ସେ ତୁରନ୍ତ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ୍ ‌ଆସିଲା ।

ଫ୍ଲାଇଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ମହିଳା ଜଣକ ଟିକାର ଉଭୟ ଡୋଜ୍ ନେଇଛନ୍ତି । ସେ ବୁଷ୍ଟର ଡୋଜ୍‌ ମଧ୍ୟ ନେଇଛନ୍ତି । ପାଠ ପଢ଼ିନଥିବା ଲୋକଙ୍କ ସହିତ କାର୍ଯ୍ୟ କରୁଥିବାରୁ ସେ ପ୍ରତି ସପ୍ତାହରେ ତାଙ୍କର କୋଭିଡ୍ ପରୀକ୍ଷା କରନ୍ତି । ତେବେ ବର୍ତ୍ତମାନ ମହିଳା ଜଣକ ପଜିଟିଭ୍ ଚିହ୍ନଟ ହେବା ପରେ ନିଜ ଘରେ ଆଇସୋଲେସନ୍‌ରେ ଅଛନ୍ତି ।