• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ନୂଆ ବର୍ଷରେ କରୋନା ମହାମାରୀରେ ଅନ୍ତ । ସବୁଦିନ ପାଇଁ ଚାଲିଯିବ କି ମହାମାରୀ ? ସାରା ବିଶ୍ୱ ତଥା ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଆଶ୍ୱସ୍ତିକର ଖବର ଦେଲା ଡବ୍ଲୁଏଚଓ (World Health Organization) । ଚଳିତ ବର୍ଷ ବିଶ୍ୱରୁ ସଂକ୍ରମଣ ଶେଷ ହୋଇଯିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି । ବର୍ଷ ଶେଷ ସୁଦ୍ଧା କରୋନାର ଅନ୍ତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ବିଶ୍ୱର ସମସ୍ତ ଦେଶ ଟିକା ବାଣ୍ଟିଲେ ତଥା ମିଳିତ ଭାବରେ କାର୍ଯ୍ୟ କଲେ ଚଳିତ ବର୍ଷ ଶେଷ ମହମାରୀ ଶେଷ ହୋଇଯାଇପାରେ ବୋଲି କହିଛନ୍ତି WHO ମହାନିର୍ଦ୍ଦେଶକ । ଆସନ୍ତା ମାସରେ ଅନେକ ଦେଶରେ କରୋନା ସଂକ୍ରମଣ ବଢ଼ିବ ଏ‍ବଂ ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।  ସେମାନଙ୍କ ପାଇଁ ଉପଲବ୍ଧ ଉପକରଣର ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି ।  ଗତ ଗୁରୁବାର ଦିନ କରୋନା ଭୂତାଣୁ ସମ୍ପର୍କରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚଓ ମୁଖ୍ୟ ଓମିକ୍ରନକୁ ନେଇ ଚେତାବନୀ ଦେଇଛନ୍ତି । ଓମିକ୍ରନ୍ ଭାରିଆଣ୍ଟ୍ ସମଗ୍ର ବିଶ୍ୱରେ ସୁନାମୀ ଆଣିପାରେ ବୋଲି କହିଛନ୍ତି ।

ଟିକାକରଣର ବର୍ଷ ୨୦୨୧

୨୦୨୧କୁ ଟିକାକରଣର ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ଟିକାକରଣ ପାଇଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁରୁ ରକ୍ଷା ପାଇଯାଇଛନ୍ତି । ତେବେ ୨୦୨୧ ଟିକାକରଣର ବର୍ଷ ହୋଇଥିବା ସତ୍ତ୍ୱେ ଅନେକ ଦେଶରେ ଟିକା ପହଞ୍ଚି ନପାରିବା ଅତ୍ୟନ୍ତ ଦୁଃଖଦାୟକ । କିଛି ଦେଶ ଅଧିକ ପରିମାରଣରେ ଟିକା ମହଜୁଦ୍ ରଖି ଟିକା ଆବଶ୍ୟକ କରୁଥିବା ଦେଶକୁ ବାଣ୍ଟିବାକୁ ମଙ୍ଗୁ ନାହାନ୍ତି । ଏଥିଯୋଗୁଁ ହଇରାଣ ହେବାକୁ ପଡ଼ୁଛି ।

ଟିକା ବଣ୍ଟନ କ୍ଷେତ୍ରରେ ଅସମାନତାକୁ ଦୂର କଲେ ମହାମାରୀକୁ ସମାପ୍ତ ହୋଇଯିବ । ଗତ ଦୁଇ ବର୍ଷ ଧରି ଚାଲୁଥିବା ଦୁଃସ୍ୱପ୍ନକୁ ମିଳିତ ଭାବେ ହିଁ ସମାପ୍ତ କରିହେବ । ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ଡବ୍ଲୁଏଚଓ ମୁଖ୍ୟ । ତେବେ ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ, ଏହା ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ । ବିଶ୍ୱରୁ ମହାମାରୀ ସମାପ୍ତ କରିବା ସମ୍ଭବ କିନ୍ତୁ ସମସ୍ତେ ମିଳିମିଶି ଚେଷ୍ଟାକଲେ ହିଁ ଏହା ସମ୍ଭବ ହୋଇପାରିବ ।