• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଥିବା ସମସ୍ତ ଭିଡିଓଗୁଡିକ ମଧ୍ୟରେ କିଛି ମଜାଳିଆ, କିଛି ଭୟାନକ ଏବଂ କିଛି ଅତି କୌତୁକିଆ ଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଖୁବ୍ ହୃଦୟସ୍ପର୍ଶୀ ହେବା ସହ କୌତୁକିଆ ମଧ୍ୟ ହୋଇଛି। ପ୍ରେମିକ ପ୍ରେମିକାଙ୍କ ଏହି ଭିଡିଓରେ ପୁଅଟି କିପରି ନିଜ ପ୍ରେମିକାର ଯତ୍ନ ନେଉଛି ତାହା ଦେଖିବାକୁ ମିଳୁଥିବା ବେଳେ ଏହା ମଧ୍ୟ ସମସ୍ତଙ୍କ ହୃଦୟକୁ କିଣି ନେବା ଭଳି ହୋଇଛି।

ଏହି ଭିଡିଓରେ ଉଭୟଙ୍କ ଯୋଡି ଖୁବ ମଜାଳିଆ ଦେଖାଯାଏ। ଏଥିରେ ଉଭୟ ବୁଲିବାର ମଜ୍ଜା ନେଉଥିବା ସାମ୍ନାରେ ଏକ ନଦୀ ପଡିଯାଏ। ପ୍ରେମିକ ଜଣକ ପ୍ରେମିକାକୁ ନଦୀ ପାର ହେବା ପାଇଁ ଯାହା କିଛି କରେ, ତାହା ପ୍ରକୃତରେ ତାଙ୍କ ପ୍ରେମର ପ୍ରମାଣକୁ ଦୁନିଆ ଆଗରେ ଦେଖେଇଦିଏ। ଲୋକମାନେ ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖୁଥିବା ବେଳେ ଖୁବ ପସନ୍ଦ କରୁଛନ୍ତି। ଆପଣ ମଧ୍ୟ ଏହି ଭିଡିଓ ଦେଖି ପ୍ରେମିକର ପ୍ରଶଂସା ନ କରି ରହିପାରିବେ ନାହିଁ।

ଭାଇରାଲ ହେଉଥିବା ଏହି ଭିଡିଓରେ ପ୍ରେମିକ ଜଣକ ତା’ ପ୍ରେମିକାକୁ ଭଲରେ ନଦୀ ପାର କରେଇ ଦେବା ପାଇଁ ନଦୀର ଦୁଇ ପାଖରେ ଥିବା ପଥର ଉପରେ ହାତ ଓ ଗୋଡ ଦେଇ ପୋଲ ପାଲଟି ଯାଉଛି। ଏହା ପରେ ଝିଅଟି ତା’ ଉପରେ ପାଦ ରଖି ନଦୀ ପାର ହେଉଛି ଏବଂ ତା’ପରେ ତାଙ୍କୁ ହାତରେ ଧରି ଉଠେଇ ନେଉଛି। ପ୍ରେମିକା ପ୍ରତି ପ୍ରେମିକର ଏହି ଭଲ ପାଇବା ଦେଖି ଲୋକମାନେ ତାଙ୍କର ଯତ୍ନଶୀଳ ପ୍ରକୃତିକୁ ବେଶ ପ୍ରଶଂସା କରିଛନ୍ତି। ଏହି ଭିଡିଓ କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ଏହାକୁ ଖୁବ ପସନ୍ଦ କରାଯାଉଛି।

ଏହି ସୁନ୍ଦର ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ hepgul5 ନାମକ ଏକ ଆକାଉଣ୍ଟ୍‌ରେ ଶେୟାର କରାଯାଇଛି। ଏପର୍ଯ୍ୟନ୍ତ ଏହାକୁ ୪ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଲୋକମାନେ ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ସେହି ପରି ୪୮ ଲକ୍ଷରୁ ଅଧିକ ଲୋକ ଏହା ଦେଖିଛନ୍ତି ଏବଂ ସେମାନେ ଏହି ଯୁବକଙ୍କୁ ମଧ୍ୟ ଖୋଲାଖୋଲି ପ୍ରଶଂସା କରୁଛନ୍ତି। ଭିଡିଓ ଦେଖିବା ପରେ ଜଣେ ଉପଭୋକ୍ତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ “ଯୁବକ ଜଣକ ନିଜ ପ୍ରେମିକା ପାଇଁ ପାଇଁ ଯାହା କରିଛନ୍ତି ତାହା ଖୁବ୍ ସୁନ୍ଦର।” ତେବେ ଏହି ପ୍ରେମିକ ଜଣକର ଏଭଳି ବିନମ୍ରତାକୁ ଦେଖି ଅଧିକାଂଶ ତାଙ୍କୁ ପସନ୍ଦ କରିଛନ୍ତି।