• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଲବଲ କଲାଣି କରୋନା । ତୃତୀୟ ଲହରୀ ସଙ୍କେତ କି ? ହରିୟାଣା ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରିବେ । ଜାନୁଆରୀ ୧୨ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି ।

ହରିୟାଣାକୁ ଫେରିଲା କଟକଣା

ବର୍ତ୍ତମାନ ହରିୟାଣାର ଗୁରୁଗ୍ରାମ, ଫରିଦାବାଦରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଫଳରେ ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ବ୍ୟତୀତ ବଜାର ଗୁଡ଼ିକ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହିଁ ଖୋଲା ରହିବ । ବାର୍ ଏବଂ ରେଷ୍ଟୁରାଣ୍ଟ ଗୁଡିକ କେବଳ ୫୦ ପ୍ରତିଶତ ସିଟ୍ କ୍ଷମତା ସହିତ ଚାଲୁ ରହିବ ।

ଗାଇଡଲାଇନ ଅନୁସାରେ ଟ୍ରେନିଂ ନେଉଥିବା ବ୍ୟକ୍ତି ତଥା ଖେଳାଳିଙ୍କ ପାଇଁ ଖୋଲିବ ସ୍ୱିମିଂ ପୁଲ୍ । ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ସ୍ୱିମିଂ ପୁଲ୍ ବନ୍ଦ ରହିବ । ଏହା ବ୍ୟତୀତ ଲୋକମାନେ ଏଣ୍ଟରଟେନମେଣ୍ଟ ପାର୍କରେ ମଧ୍ୟ ପ୍ରବେଶ କରିବେ ନାହିଁ  ।

ଟିକାକରଣ ଉପରେ କଠୋର କଟକଣା, ପ୍ରବେଶ ଉପରେ ପ୍ରତିବନ୍ଧକ

କରୋନା ସଂକ୍ରମଣ ବୃଦ୍ଧି ଭିତରେ ବର୍ତ୍ତମାନ ହରିୟାଣାରେ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପନିପରିବା ବଜାର ଠାରୁ ଆରମ୍ଭ କରି ବସଷ୍ଟାଣ୍ଡ-ରେଳ ଷ୍ଟେସନ ପର୍ଯ୍ୟନ୍ତ କେବଳ ଟିକାର ଉଭୟ ଡୋଜ୍ ନେଇଥିବା ଲୋକଙ୍କୁ ପ୍ରବେଶ ମିଳିବ । ସେହିପରି ଟିକା ନେଇଥିବା ଲୋକେ ହିଁ ଅଟୋରେ ଯାତ୍ରା କରପାରିବେ । ବିବାହ ସମ୍ପର୍କରେ ମଧ୍ୟ ସରକାର ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଶବଦାହ ଏବଂ ବିବାହ ସମାରୋହରେ ଯଥାକ୍ରମେ ୫୦ ଏବଂ ୧୦୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ଅନୁସରଣ କରିବା ବାଧ୍ୟତାମୂଳକ । କୋଭିଡ କଟକଣା ମାନୁନଥିବା ତଥା ମାସ୍କ ପିନ୍ଧୁ ନଥିବା ଲୋକଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । କୌଣସି ଅନୁଷ୍ଠାନ ନିୟମ ଉଲ୍ଲଂଘନ କଲେ ୫୦୦୦ ଟଙ୍କା ତଣ୍ଡ ଗଣିବେ ।