ଆମେ ନିଜ ଦୈନନ୍ଦିନ ଜୀବନରେ ଏହି ବିଚାରଧାରାକୁ ଅଣଦେଖା କରି ଦେଇଥାଉ ,କିନ୍ତୁ କେତୋଟି ବିଚାର ଏହିଭଳି ରହିଛି ଆମ ଜୀବନରେ ଆଗକୁ ବଢି଼ବାରେ ସାହାଯ୍ୟ କରିଥାଏ ।
Also Read
ଧ୍ୟାନ ଦିଅନ୍ତୁ ଏହି ୪ଟି କଥା:
କଠିନ ପରିଶ୍ରମ:
ସଫଳତା ହାସଲ କରିବା ପାଇଁ ପ୍ରଥମ ମନ୍ତ୍ର ହେଲା କଠିନ ପରିଶ୍ରମ l ଲୋକମାନଙ୍କ ପାଖରୁ ଆପଣ ଏହା କହିବା ମଧ୍ୟ ଶୁଣିଥିବେ ଯେ ସଫଳତା ପାଇବା ପାଇଁ କୌଣସି ସରଳ ଉପାୟ ନାହିଁ l ଯଦି ଆପଣ ଛାତ୍ର ହୋଇଛନ୍ତି ତେବେ ନିଜ ଭବିଷ୍ୟତର ସ୍ୱପ୍ନକୁ ଦେଖି ପରିଶ୍ରମ କରି ଚାଲନ୍ତୁ l ଯଦି ଆପଣ କର୍ମଜୀବି ହୋଇଛନ୍ତି ତେବେ ବର୍ତ୍ତମାନର କାର୍ଯ୍ୟରେ ପରିଶ୍ରମ କରିବା ସହିତ ଭବିଷ୍ୟତ ପାଇଁ କିଛି ଉଚ୍ଚ ଅଭିଳାଷ ରଖନ୍ତୁ l
ପ୍ରତ୍ୟେକ କାମ ପାଇଁ ସମୟ ନିର୍ଦ୍ଧାରଣ:
ଆପଣ ଯଦି ଛାତ୍ର ହୋଇଛନ୍ତି ତେବେ ନିଜର ପାଠ୍ୟକ୍ରମକୁ ପୂରା କରିବା ପାଇଁ ସମୟ ନିର୍ଦ୍ଧାରଣ କରନ୍ତୁ l ଆପଣ ଯେଉଁ କାମ କରିବାକୁ ଯାଉଛନ୍ତି କିମ୍ବା ଚାହୁଁଛନ୍ତି ସେଥିପାଇଁ ପୂର୍ବରୁ ସମୟ ନିର୍ଦ୍ଧାରଣ କରନ୍ତୁ l କାରଣ ଜୀବନରେ ସମୟାନୁବର୍ତ୍ତୀ ହେବା ନିହାତି ଆବଶ୍ୟକ l ଯିଏ ସମୟର ମୂଲ୍ୟକୁ ବୁଝିଛି ସେ ସବୁକିଛି କରି ପାରିବ ।
ଧ୍ୟାନ ଦେଇ କରନ୍ତୁ କାର୍ଯ୍ୟ:
ବିନା ଧ୍ୟାନରେ ଛାତ୍ର ମାନେ ଯେତେ ଅଧିକ ପାଠ ପଢିଲେ ମଧ୍ୟ ସେ ପାଠପଢ଼ାର କୌଣସି ମୂଲ୍ୟ ନାହିଁ । ଯେତିକି ସମୟ ପଢୁଛନ୍ତି ଏକାଗ୍ରତା ରଖିବା ଆବଶ୍ୟକ । ସେହିଭଳି କର୍ମଜୀବୀ ମାନେ ସବୁବେଳେ ନିଜ କାମକୁ ଯଦି ଧ୍ୟାନ ଦେଇ କରିବେ ତେବେ କାମ ତାଙ୍କର ସହଜ ହେବା ସହିତ ସରଳ ମଧ୍ୟ ହୋଇଯିବ ।
ନିଜ ସ୍ୱପ୍ନକୁ ସତ୍ୟ କରିବାର ସଂଘର୍ଷ:
ସବୁବେଳେ ଜୀବନରେ ବଡ଼ ସ୍ୱପ୍ନ ଦେଖିବା ଆବଶ୍ୟକ ଓ ଦୀର୍ଘ ସମୟ ପାଇଁ ଏହାକୁ ସମୟ ନିର୍ଦ୍ଧାରଣ କରନ୍ତୁ । ଯଦି କେବେ ଲାଗୁଛି ଆପଣ ହlରିବାକୁ ଯାଉଛନ୍ତି ତେବେ ନିଜର ସ୍ୱପ୍ନକୁ ମନେ ପକାନ୍ତୁ । ନିଜର ମନକୁ ବୁଝାନ୍ତୁ ଯେ 'ମୁଁ ମୋର ଗୋଲକୁ ହାସଲ କରିବି' ।