ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୦୦ ଟଙ୍କା ହ୍ରାସ ପାଇ ୪୭,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପ୍ରତି ୪୩୦ ଟଙ୍କା କମି ୫୧,୬୭୦ ଟଙ୍କା ରହିଥିବା ଜଣାଯାଇଛି। କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୧,୩୦୦ ଟଙ୍କା କମି ୬୭,୬୦୦ ଟଙ୍କା ରହିଛି ।
ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣର ଆଶଙ୍କା । ରୁଷ୍ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି । ଏହାରି ଭିତରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି, ଯାହାକୁ ନେଇ ଚିନ୍ତା ବଢିଛି ।
ଆଜି ୨୦୨୨ ମସିହା, ମାର୍ଚ୍ଚମାସ ୨୪ ତାରିଖ, ଗୁରୁବାର, ମୀନ୧୦ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଜ୍ୟେଷ୍ଠାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧା..
ଲୋକଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଲୋକଙ୍କ ଶରୀରରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ବଢିଯାଇଛି। ଯଦି ଆପଣ ଦୀର୍ଘ ସମୟ ଧରି କାମ କରୁଛନ୍ତି, ତେବେ ଆପଣ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗିପାରନ୍ତି। ଏହିସବୁ ଯୋଗ ଆପଣଙ୍କୁ ମୁକ୍ତି ଦେବ।
ଆଜିର ସମୟରେ ଏମିତି କୌଣସି କାମ ନାହିଁ ଯାହା ମହିଳାମାନେ କରିପାରିବେ ନାହିଁ। ଏନେଇ କେବଳ ଦରକାର ଏକ ଦୃଢ ଇଚ୍ଛାଶକ୍ତି। ତା’ପରେ ସମଗ୍ର ବିଶ୍ୱ ତୁମ ପାଖେ ମୁଣ୍ଡ ନୁଆଁଇବ। ଏଭଳି କିଛି କାହାଣୀ ଆଦିଲକ୍ଷ୍ମୀଙ୍କର କ୍ଷେତ୍ରରେ ଦେଖିବାକୁ ମିଳେ।
ସୋସିଆଲ୍ ମିଡିଆରେ ଦେଖାଯାଇଛି ଜଣେ ବ୍ୟକ୍ତିଙ୍କ ବିକୃତ ମାନସିକତା। ବିହାହିତ ମହିଳାଙ୍କୁ ଦେଉଛନ୍ତି ପ୍ରେମ ବାର୍ତ୍ତା ଓ ଦେଉଛନ୍ତି ବିବାହ ପ୍ରସ୍ତାବ।
ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍କୁ ଅଗ୍ନିକାଣ୍ଡ ସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି ।
ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।
ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ଭାବେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ଶପଥପାଠ ଗ୍ରହଣ କରିଛନ୍ତି ।
ଦୁଇ ଜଣ ପରିବାରର ୪ ଜଣ ଶିଶୁ ବିଷାକ୍ତ ଚକୋଲେଟ୍ ଖାଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ଖୁସିନଗରରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଳୋକଙ୍କ କହିବା ଅନୁଯାୟୀ, ଘରେ ବାହାରେ ପଡ଼ିଥିବା ଚକୋଲେଟ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି।
ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଅସୁବିଧା ମଧ୍ୟ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ଅଧିକ ମାତ୍ରରେ କଦଳୀ ଖାଇବା ଦ୍ୱାରା କଣ ହୋଇଥାଏ ।
ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୨୮ତମ ଦିନ । ବର୍ତ୍ତମାନ ଏହ ସମୟରେ ଦୁଇ ଦେଶ ବହୁତ ଅସୁବିଧା ସହ ଯନ୍ତ୍ରଣା ଭୋଗୁଛି । ଏହା ନୁହେଁ ଯେ ଯୁଦ୍ଧ କେବଳ ଏହି ଦୁଇ ଦେଶ ଉପରେ ପଡିଛି। ୟୁକ୍ରେନ ବିବାଦର ଆଉ ଏକ ପ୍ରଭାବ ଇଣ୍ଡୋନେସିଆ ଉପରେ ମଧ୍ୟ ପଡିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଇଣ୍ଡୋନେସିଆରେ ବହୁଚର୍ଚ୍ଚିତ ‘ଇଣ୍ଡୋମି’ ନୁଡୁଲ୍ସର ସଙ୍କଟ ଦେଖାଦେଇଛି ।
ମାର୍ଚ୍ଚ ୨୩ କାହିଁକି ଶହୀଦ ଦିବସ। ଏହି ଦିନ କାହିଁକି ଭଗତ ସିଂହଙ୍କୁ ଦିଆଗଲା ଫାଶୀ। ଭଗତ ସିଂହ କିପରି ହୋଇଗଲେ ବିପ୍ଲବୀ ପୁରୁଷ। ଜାଣିବା ପାଇଁ ପଢନ୍ତୁ…
'ଦ କାଶ୍ମୀର ଫାଇଲ୍ସ' ଏହାର ଦ୍ୱିତୀୟ ସପ୍ତାହରେ ବି ବକ୍ସ ଅଫିସ୍ରେ ଧମାଲ୍ କରୁଛି। ଏହି ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୨୦୦ କୋଟିରୁ ଅଧିକ ସଂଗ୍ରହ କରିସାରିଲାଣି। ଅନ୍ୟପକ୍ଷରେ ଅକ୍ଷୟ କୁମାରଙ୍କ ଅଭିନୀତ 'ବଚ୍ଚନ ପାଣ୍ଡେ' ପଞ୍ଚମ ଦିନରେ ମୋଟ ୪୩ କୋଟି ଟଙ୍କା ଆୟ କରିଛି।
ଆପଣ ଗୁଇନ୍ଦା ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ(NIA) ଖାଲିପଡିଛି ୬୭ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ nia.gov.in କୁ ଯାଇ ଆବେଦନ କରିପାରିବେ।
ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତିଦେଲେ କପିଲ୍ ଶର୍ମା। କହିଲେ ଆପଣଙ୍କ ହୃଦୟ ଆପଣଙ୍କ ରାଜ୍ୟ ଭଳି ସୁନ୍ଦର। ଓଡିଶା ମୋ ହୃଦୟରେ ରହିବ।
ବଢ଼ିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୫୦ ଟଙ୍କା ବଢ଼ି ୪୭,୭୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୦୦ ଟଙ୍କା ବଢ଼ି ୫୨,୧୦୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି ଆଜି ରୁପା ମୂଲ୍ୟ ବି ବୃଦ୍ଧି ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦୦ ଟଙ୍କା ବଢ଼ି ୬୮,୯୦୦ ଟଙ୍କା ରହିଛି ।
ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।
ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଲଗାତାର ଦ୍ୱିତୀୟ ଦିନରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି।
ଆଜି୨୦୨୨ ମସିହା, ମାର୍ଚ୍ଚମାସ ୨୩ ତାରିଖ, ବୁଧବାର, ମୀନ୯ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ଅନୁରାଧା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ...
ଦିନର ଭୋଜନ ସକାଳ ଜଳଖିଆରୁ ଆରମ୍ଭ ହେଉଥିବାରୁ ଏହା ଜରୁରୀ ଯେ ଏହି ଖାଇବା ପୁଷ୍ଟିକର ହେବ । ପ୍ରୋଟିନ୍, ଭିଟାମିନ୍ ବି କ୍ୟାଲ୍ସିୟମ୍, ଲୌହ ଓ ତନ୍ତୁ ଜାତୀୟ ଖାଦ୍ୟ ହିଁ ଆମ ଦିନଯାକର ଆବଶ୍ୟକ ପୋଷଣ ପାଇଁ ଦରକାର । ଏହା ଦ୍ୱାରା ଅତ୍ୟଧିକ ପାଚନ କ୍ରିୟା ନ ହୋଇ ଭୋକ କମ୍ ହୋଇଥାଏ । ତେଣୁ ଏହା ଓଜନ ହ୍ରାସରେ ସାହାଯ୍ୟ କରେ ।
'କାଚ୍ଚା ବାଦାମ' ପୁରୁଣା ହେଉଛି। ଏବେ ଟ୍ରେଣ୍ଡକୁ ଆସିଲାଣି 'କାଚ୍ଚା ଅମରୁଦ୍'। ଲୋକେ ଏହାକୁ ଦେଖିଲା ପରେ ‘କାଚ୍ଚା ଆମ୍’ ପାଇଁ ଫର୍ମାଇସ୍ କରୁଛନ୍ତି।
ଇତିହାସରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଆଜିର ନାରୀମାନଙ୍କ ପାଇଁ ସବୁ କ୍ଷେତ୍ରରେ ରାସ୍ତା ଖୋଲି ଦେଇଛନ୍ତି। ହେଲେ ଆପଣଙ୍କୁ ହୁଏତ ଜଣା ନଥିବ ଆଇଏଏସ୍ ପାଇଥିବା ପ୍ରଥମ ଭାରତୀୟ ମହିଳା କିଏ, ଯିଏ ୟୁପିଏସସି ପରୀକ୍ଷାରେ ପାସ୍ ହୋଇଥିଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିନେବା।