ଆଜିର ମ୍ୟାଚ୍ ହାରିଲେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ସେମିଫାଇନାଲ ଯିବା ବାଟ ପ୍ରାୟ ବନ୍ଦ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୫ଟିରୁ ୨ଟିରେ ହିଁ ଜିତି ପାରିଛି ।
ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର । ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା, ଦର ବୃଦ୍ଧି ପରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୪୯.୫୦ ଟଙ୍କା ପହଞ୍ଚିଛି ।
ୟୁକ୍ରେନ୍ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭାରତରେ ହେବ ଅଧିବ ଗରମ। ଲୁ’ ବହିବାର ବି ସମ୍ଭାବନା ରହିଛି। ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ।
ପୁଣି ବିଶ୍ୱକୁ ଡରାଇବା ଆରମ୍ଭ କଲାଣି। କରୋନା ଭୂତାଣୁର ନୂଆ ରୂପ ଗଲା କିଛି ମାସ ଧରି ଚୀନ, କୋରିଆ, ହଂକଂ, ତାଇଓ୍ୱାନ୍ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପରେ ବଢ଼ିଛି ଭୟ।
ମଣିଷ ମସ୍ତିଷ୍କରେ ରହିଛି ଅନେକ ଗୁପ୍ତ ଟନେଲ୍। ଏହା ମସ୍ତିଷ୍କକୁ ଖପୁରୀ ସହିତ ସଂଯୋଗ କରେ ଏବଂ ବାର୍ତ୍ତା ବିନିମୟ କରେ। ଖାଲି ଏତିକି ନୁହେଁ, କରିଥାଏ ଆହୁରି ଅନେକ କାମ।
ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି ।
ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା ।
ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ। ବିଜେପି ବିଧାନସଭା ପାର୍ଟି ବୈଠକରେ ସେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ତାଙ୍କ ନାମରେ ମୋହର ବାଜିଛି।
ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବିତ ଅଶୋକ କୁମାର ମିତ୍ତଲ ଏବଂ ଦିଲ୍ଲୀ ବିଧାୟକ ରାଘବ ଚଡ୍ଡା ରାଜ୍ୟସଭା ଯିବେ। ଆମଆଦୀମ ପାର୍ଟି ପକ୍ଷରୁ ମନୋନିତ ହୋଇଥିବା ଏହି ୪ ଜଣ ପଞ୍ଜାବ ବିଧାନସଭାରୁ ସଂସଦର ଉପର ଗୃହକୁ ଯିବେ।
ଉତ୍ତରାଖଣ୍ଡକୁ ମିଳିଗଲା ନୂଆ ମୁଖ୍ୟମନ୍ତ୍ରୀ। ପୁଷ୍କର ସିଂ ଧାମି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ମୋହର ଲାଗିଛି।
ପୁଷ୍କର ସିଂହ ଧାମି କ୍ରମାଗତ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ । ଧାମିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡରେ ଦ୍ରୁତ ଅଗ୍ରଗତି ଆସିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ତଥା ଉତ୍ତରାଖଣ୍ଡ ପାଇଁ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ।
ତାଙ୍କର ଦୌଡ଼ିବା ଭିଡିଓକୁ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ବିନୋଦ କାପ୍ରି ଟ୍ୱିଟ୍ କରିବା ପରେ ରାତାରାତି ହିରୋ ପାଲଟିଛନ୍ତି ପ୍ରଦୀପ । କେବଳ ହିରୋ ପାଲିଟିଛନ୍ତି ତାହା ନୁହେଁ ବରଂ ପ୍ରଦୀପଙ୍କୁ ସାହାଯ୍ୟର ସୁଅ ଛୁଟିଛି ।
ବିଶିଷ୍ଟ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ। ବାବା ବଳିଆ, ଶାସ୍ତ୍ରୀୟ ସଂଗୀତ ଗାୟିକା ଶ୍ୟାମାମଣି ଦେବୀ, ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
କାନ୍ଧରେ ବ୍ୟାଗ୍,ହାଫ୍ ପ୍ୟାଣ୍ଟ୍ ଓ ଫୁଲ୍ ଟି-ସାର୍ଟ ପିନ୍ଧି ରାସ୍ତାରେ ଦୌଡ଼ୁଛନ୍ତି ଯୁବକ। କାର୍ରେ ଘର ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଅଫର୍ ମଧ୍ୟ ମିଳିଥିଲା। ହେଲେ ଏହାକୁ ସେ ମନା କରି ଦେଇଥିଲେ। ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଯୁବକଙ୍କୁ ପ୍ରଶଂସା କରିବାରେ ପଛାଇବେ ନାହିଁ।
‘ଦ କାଶ୍ମୀର ଫାଇଲ୍ସ’ର ଚର୍ଚ୍ଚା ଏବେ ଚାରିଆଡେ। ସମସ୍ତେ ଏହାକୁ ପ୍ରଶଂସା କରୁଛନ୍ତି। କିନ୍ତୁ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏହି ଫିଲ୍ମକୁ ଘୃଣା କରୁଥିବା କହିଛନ୍ତି। ତେବେ ଏହାର କାରଣ କ’ଣ ତାହା ସେ କହିଛନ୍ତି।
ଚୀନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୩୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଯାତ୍ରୀବାହୀ ବିମାନଟି ଦକ୍ଷିଣପଶ୍ଚିମ ଚୀନରେ କ୍ରାଶ୍ ହୋଇଯାଇଛି। ବିମାନ ଦୁର୍ଘଟଣାଗ୍ରସ୍ତର କାରଣ ଜଣାପଡ଼ି ନାହିଁ।
ଆଇଏମ୍ଡିବି କ’ଣ? ଏହା କେବେ ଓ କିପରି ଆରମ୍ଭ ହେଲା? କିଏ ଏହାର ପ୍ରତିଷ୍ଠାତା? ଏହା କିପରି ବିଭିନ୍ନ ଫିଲ୍ମର ସମୀକ୍ଷା କରେ? ଜାଣିବା ପାଇଁ ପଢନ୍ତୁ…
ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି ବିବେଚନା କରାଯାଏ। ଖାଦ୍ୟ ସହିତ ଦୈନନ୍ଦିନ ଜୀବନରେ କିଛି ଯୋଗାସନ ଅନ୍ତର୍ଭୁକ୍ତ କରିବା ମଧ୍ୟ ବହୁତ ଲାଭଦାୟକ ହୋଇପାରେ।
ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍କୁ ସମର୍ଥନ କରୁଥିବା ଜଣାପଡିଛି।
ବୃଦ୍ଧଙ୍କ ପ୍ରତିଭା ଦେଖି ଲୋକମାନେ ପାଗଳ ହେଉଥିବା ଦେଖାଯାଏ। ତାଙ୍କର ଏହି ପ୍ରତିଭା ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ହଇଚଇ ସୃଷ୍ଟି କରୁଛି। ସେ ହାତରେ ଏକ ଛୋଟ ବାଦ୍ୟଯନ୍ତ୍ର ସହିତ ଯୁଗଳବନ୍ଦୀ କରୁଥିବା ବେଳେ ବୃଦ୍ଧଙ୍କର ସ୍ୱର ଏତେ ମଧୁର ଲାଗୁଛି ଯେ ସିଏ ଶୁଣିବ ସେ ସେଇଠି ହିଁ ହଜିଯିବ।
ସୋଆସିଲ୍ ମିଡିଆରେ ଭାଇରାଲ ହେଉଛି ଏକ ଭାବପ୍ରବଣ ଭିଡିଓ। ଏକ ଛୋଟ ଝିଅକୁ ନିଜ କୋଳରେ ଧରିବା ମାତ୍ରେ ଏକ ପିଲା ଖୁସି ହୋଇଯାଉଥିବା ଦେଖାଯାଏ। ଏହି ପିଲାଟି ପ୍ରଥମ ଥର ପାଇଁ ତା ସାନ ଭଉଣୀକୁ କୋଳରେ ଧରିଛି, ଯେଉଁଥିପାଇଁ ତା ଆଖିରୁ ଖୁସିର ଲୁହ ଝରିଆସୁଛି।
ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି।