Advertisment

ପୁରୁଣା ହେଲାଣି 'କାଚ୍ଚା ବାଦାମ' ଏବେ 'କାଚ୍ଚା ଅମରୁଦ୍‌'

'କାଚ୍ଚା ବାଦାମ' ପୁରୁଣା ହେଉଛି। ଏବେ ଟ୍ରେଣ୍ଡକୁ ଆସିଲାଣି 'କାଚ୍ଚା ଅମରୁଦ୍‌'। ଲୋକେ ଏହାକୁ ଦେଖିଲା ପରେ ‘କାଚ୍ଚା ଆମ୍’ ପାଇଁ ଫର୍ମାଇସ୍ କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kacha amrood remix-video getting viral

Kacha amrood remix-video getting viral

ଆଜିକାଲି ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ ହେଉଛି। ଉଦାହରଣ ଭାବେ ନିକଟରେ ଭାଇରାଲ ହୋଇଥିବା 'କାଚ୍ଚା ବାଦାମ' ଗୀତକୁ ନିଆଯାଇପାରେ। ଏହା ଦ୍ୱାରା ବଙ୍ଗଳାର ବାଦାମ ବିକାଳି ଭୁବନ ବାଦ୍ୟାକର ରାତାରାତି ଇଣ୍ଟରନେଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ।

Advertisment

ବର୍ତ୍ତମାନ ଏହି ଗୀତ ଧିରେ ଧିରେ ମନରୁ ଲିଭି ଲିଭି ଯାଉଛି। ଠିକ୍ ଏହାରି ଭିତରେ 'କାଚ୍ଚା ଅମରୁଦ୍‌' ଗୀତ ସୋସିଆଲ ମିଡିଆରେ ଧମାଲ କରିବାକୁ ଯାଉଛି। କିଛି ଦିନ ପୂର୍ବରୁ ଏହି ଗୀତର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ବର୍ତ୍ତମାନ ଲୋକମାନେ ଏହା ଉପରେ ତିଆରି ହୋଇଥିବା ଗୀତକୁ ବହୁତ ପସନ୍ଦ କରୁଛନ୍ତି।

କିଛି ଦିନ ପୂର୍ବରୁ, ରାସ୍ତାରେ ପିଜୁଳି ବିକ୍ରି କରୁଥିବା ଚାଚା ଆଜି ମ୍ୟୁଜିକ୍ ଭିଡିଓରେ ନିଜ ପରିଚୟ ସୃଷ୍ଟି କରୁଛନ୍ତି। ଗତକାଲି ପର୍ଯ୍ୟନ୍ତ ରାସ୍ତାରେ ପିଜୁଳି ବିକ୍ରି କରୁଥିବା ଏହି ଚାଚାଙ୍କୁ ବା କେମିତି ଜଣାଥିଲା ଯେ ସେ ସୋସିଆଲ ମିଡିଆରେ ଏତେ ଲୋକପ୍ରିୟ ହୋଇଯିବେ। ତେବେ ଏହି ଭିଡିଓ ଦେଖିବା ପରେ, ବର୍ତ୍ତମାନ ଲୋକମାନେ ‘କାଚ୍ଚା ଆମ୍’ ପାଇଁ ଫର୍ମାଇସ୍ କରୁଛନ୍ତି।

Advertisment

'କାଚ୍ଚା ବାଦାମ' ପରେ ବର୍ତ୍ତମାନ 'କାଚ୍ଚା ଅମରୁଦ୍' ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ୍‌ କରୁଛି। ପ୍ରକାଶଥାଉ ଯେ ମାର୍ଚ୍ଚ ୧୪ ରେ 'କାଚ୍ଚା ଅମରୁଦ୍'ର ଗୀତ ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଏହି ଭିଡିଓ ଦେଖି ଲୋକମାନେ ମଧ୍ୟ ଅତି ଉତ୍ସାହର ସହିତ ସେମାନଙ୍କ ମତାମତ ଦେଉଛନ୍ତି। ଭିଡିଓରେ ଲାଇକ୍ ଏବଂ ଭିୟୁର ସିଲ୍‌ସିଲା ଲାଗି ରହିଛି।

Viral Video
Advertisment
Advertisment