କେବଳ ଭାରତ ନୁହେଁ, ବିଶ୍ୱ ସ୍ତରରେ ପେଟ୍ରୋଲିୟମଜାତ ସାମଗ୍ରୀର ଦର ବୃଦ୍ଧି ହୋଇପାରେ। ତୈଳ ରପ୍ତାନୀକାରୀ ଦେଶଙ୍କୁ ନେଇ ଗଠିତ ସଂଗଠନ OPEC ପ୍ଲସ୍ ପକ୍ଷରୁ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି।
ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।
ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଲଗାତାର ଦ୍ୱିତୀୟ ଦିନରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି।
ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକଶ ଛୁଆଁ ହୋଇଛି। ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ବୃଦ୍ଧି ପାଇଛି।
ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୨୫ ପଇସା ଓ ୩୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୧୦୨ ଟଙ୍କା ୬୪ ପଇସାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ୧୦୮ ଟଙ୍କା ୬୭ ପଇସାରେ ପହଞ୍ଚିଛି।