Advertisment

ଆପଣ ଅଣ୍ଟା-ପିଠି ଯନ୍ତ୍ରଣା ଭୋଗୁଛନ୍ତି କି, କରନ୍ତୁ ଏହି ଯୋଗ

ଲୋକଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଲୋକଙ୍କ ଶରୀରରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ବଢିଯାଇଛି। ଯଦି ଆପଣ ଦୀର୍ଘ ସମୟ ଧରି କାମ କରୁଛନ୍ତି, ତେବେ ଆପଣ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗିପାରନ୍ତି। ଏହିସବୁ ଯୋଗ ଆପଣଙ୍କୁ ମୁକ୍ତି ଦେବ।

author-image
Pramod Behera
ଅଦ୍ୟତନ ହୋଇଛି
Best yoga for back pain relief

Best yoga for back pain relief

ଆଜିର କାର୍ଯ୍ୟ ଏବଂ ବ୍ୟସ୍ତବହୁଳ ଜୀବନରେ, ଖରାପ ଜୀବନଶୈଳୀ ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖାଯାଉଛି। ଘଣ୍ଟା ଘଣ୍ଟା ଧରି ଲଗାତାର ବସିବା ଓ କାମ କରିବା ଦ୍ୱାରା ଶରୀର ନିଷ୍କ୍ରିୟ ହେବାକୁ ଲାଗେ। କରୋନା ଦିନରୁ ୱାର୍କ ଫ୍ରମ୍ ହୋମ୍ କାରଣରୁ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି।

Advertisment

ଲୋକଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଲୋକଙ୍କ ଶରୀରରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ବଢିଯାଇଛି। ଯଦି ଆପଣ ଦୀର୍ଘ ସମୟ ଧରି କାମ କରୁଛନ୍ତି, ତେବେ ଆପଣ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗିପାରନ୍ତି।

ତେବେ ଏଥିରୁ ମୁକ୍ତି ପାଇବା ଏବଂ ଶରୀରର ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ ଯାହାକୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟରେ ସାମିଲ୍ କରିବାକୁ ପଡିବ। ଯୋଗ ଦ୍ୱାରା ମାଂସପେଶୀ ଆରାମ ପାଇଥାଏ। ଶରୀରରେ ଉର୍ଜା ସଂଚାରିତ ହୋଇଥାଏ। ଏପରି ପରିସ୍ଥିତିରେ, ଯେଉଁମାନଙ୍କର ପିଠି ବା ଅଣ୍ଟା ଯନ୍ତ୍ରଣା ଭୋଗୁଛନ୍ତି ସେମାନେ ନିୟମିତ ଭାବରେ ଯୋଗ ଅଭ୍ୟାସ କରିବା ଉଚିତ। ଆପଣ ଯଦି ନିୟମିତ ଭାବରେ ନିମ୍ନରେ ଦିଆଯାଇଥିବା ଏହି ୩ଟି ଯୋଗାସନ ସଠିକ୍ ଭାବେ କରିବେ ତେବେ ଆପଣ ଅଣ୍ଟା-ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବେ।

Advertisment

ଭୁଜଙ୍ଗାସନ(କୋବ୍ରା ପୋଜ୍):

ଭୁଜଙ୍ଗାସନ କରିବା ଦ୍ୱାରା ମାଂସପେଶୀର ସକ୍ରିୟତା ବଢିଯାଏ। ଏହା ସହିତ ପେଟ, ଛାତି ଏବଂ କାନ୍ଧରେ ମଧ୍ୟ ପ୍ରଭାବ ପଡିଥାଏ। ଏହି ଆସନ ଅଭ୍ୟାସ ଦ୍ୱାରା ମେରୁଦଣ୍ଡ ମଜବୁତ ହୁଏ। ଏହା ବ୍ୟତୀତ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଭୁଜଙ୍ଗାସନ ମଧ୍ୟ ଚାପ ଏବଂ ଥକାପଣରୁ ମୁକ୍ତି ଦେଇଥାଏ, ଯାହା ସାଧାରଣତଃ ପିଠି ଯନ୍ତ୍ରଣା ହେତୁ ହୋଇଥାଏ।

ସେତୁବନ୍ଧାସନ(ବ୍ରିଜ୍ ପୋଜ୍):

ଯେଉଁମାନେ ପିଠି ଓ ଅଣ୍ଟା ଯନ୍ତ୍ରଣାରେ ପିଡିତ ସେମାନଙ୍କୁ ପାଇଁ ସେତୁବନ୍ଧାସନ ଅଭ୍ୟାସ ଏକ ରାମବାଣ ଭଳି କାମ କରେ। ଏହି ଯୋଗାସନ ମେରୁଦଣ୍ଡର ହାଡକୁ ବିସ୍ତାର କରିଥାଏ। ଏହା ଦ୍ୱାରା ପିଠି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ। ସେତୁବନ୍ଧାସନ ଅଭ୍ୟାସ ମଧ୍ୟ ରେକ୍ଟସ୍, ଗ୍ଲୁଟସ୍ ମାଂସପେଶୀ ଏବଂ ହାମ୍‌ଷ୍ଟ୍ରିଙ୍ଗ୍ସ ପାଇଁ ଅତ୍ୟନ୍ତ ଲାଭଦାୟକ।

କ୍ୟାଟ୍-କାଓ ପୋଜ୍:

ଏହି ଯୋଗର ନିୟମିତ ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ବିଶେଷ ଲାଭ ଦେଇଥାଏ। ଏହା ମେରୁଦଣ୍ଡର ସମସ୍ୟାକୁ ହ୍ରାସ କରିଥାଏ। ଏହି ଯୋଗ ପୋଜ୍ ଅଭ୍ୟାସ ତଣ୍ଟି, କାନ୍ଧ ଏବଂ ବେକରେ ପ୍ରଭାବ ପଡିଥାଏ। ଏହା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Yogasana
Advertisment
Advertisment