Advertisment

Water crisis in Ganjam: ଲୁଣିଆ ପାଣିରୁ ମିଳିବ ମୁକ୍ତି, ଘରକୁ ଆସିବ ମିଠା ପାଣି

ସମୁଦ୍ରର ଲୁଣି ପାଣିକୁ ଟ୍ରିଟ୍‌ମେଣ୍ଟ କରି ଗଞ୍ଜାମ ଜିଲ୍ଲାର ଦୁଇ ସମୁଦ୍ର କୁଳିଆ ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ଯୋଗାଣ ହେବ ମଧୁର ଜଳ। ଦୂର ହେବ ବର୍ଷ ବର୍ଷର ଲୁଣି ପାଣି ସମସ୍ୟା। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗେଇ ଆସିଛନ୍ତି ଇଣ୍ଡିଆନ୍‌ ରେର୍‌ ଆର୍ଥ ଲିମିଟେଡ୍ (IRE) ଓ ରାଜ୍ୟ ସରକାର।

author-image
Manoranjan Sial
ଅଦ୍ୟତନ ହୋଇଛି
Water

Water

ସମୁଦ୍ରର ଲୁଣି ପାଣି ହେବ ମିଠା। ହଁ ଆପଣ ଠିକ ଶୁଣିଛନ୍ତି। ଆଉ ସେହି ପାଣି ଗ୍ରାମକୁ ପାଇପ୍‌ ଯୋଗେ ପଠାଯିବ। ଏଭଳି ଏକ ପ୍ରୟାସ ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲାରେ। ଜିଲ୍ଲାରେ ଥିବା ଭାରତୀୟ ବିରଳ ମୂର୍ତ୍ତିକା ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ଏକ ଚୁକ୍ତି ହୋଇଛି। ଫଳରେ ଗଞ୍ଜାମରେ ଦେଖାଯାଉଥିବା ଜଳକଷ୍ଟ ଏହାଦ୍ୱାରା ଦୂର ହୋଇପାରିବ।

Advertisment

ସମୁଦ୍ରର ଲୁଣି ପାଣିକୁ ଟ୍ରିଟ୍‌ମେଣ୍ଟ କରି ଗଞ୍ଜାମ ଜିଲ୍ଲାର ଦୁଇ ସମୁଦ୍ର କୁଳିଆ ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ଯୋଗାଣ ହେବ ମଧୁର ଜଳ। ଦୂର ହେବ ବର୍ଷ ବର୍ଷର ଲୁଣି ପାଣି ସମସ୍ୟା। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଆଗେଇ ଆସିଛନ୍ତି ଇଣ୍ଡିଆନ୍‌ ରେର୍‌ ଆର୍ଥ ଲିମିଟେଡ୍ (IRE) ଓ ରାଜ୍ୟ ସରକାର। ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର ଟେକ୍ନିକ ଦ୍ୱାରା ସମୁଦ୍ର ପାଣିରୁ ଲବଣ ଅଂଶ ବାହାର କରାଯିବ। ପରେ ମିଠା ଜଳକୁ ପାଇପ ଯୋଗେ ଏହି ଦୁଇ ଗାଁକୁ ପାନୀୟ ଜଳ ଯୋଗାଇବ RWSS। IRE ଏବଂ RWSS ମଧ୍ୟରେ ଏନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଜରିଆରେ ଦୁଇ ଗାଁର ୨ ହଜାରରୁ ଅଧିକ ପରିବାର ମିଠା ପାଣି ପିଇବାର ସୁଯୋଗ ପାଇବେ। ପରୀକ୍ଷାମୂଳକ ଭାବେ ଏହି ଦୁଇ ଗାଁକୁ ଜଳ ଯୋଗାଣ ପରେ ପରବର୍ତ୍ତୀ ସମୟରେ ଅଧିକ ଗାଁକୁ ମିଠା ପାଣି ଯୋଗାଇ ଦେବାକୁ ଯୋଜନା ରହିଛି।

ଅଧିକ ପଢ଼ନ୍ତୁ: ପୁଣି କଡ଼ ଲେଉଟାଇଲା CBI; ୭୦ ଦିନ ପରେ IAS ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍

Advertisment

IREରେ ଜଳ ବିଶୋଧନ ପରେ ପାଣିକୁ ପ୍ରାୟ ୪ କିଲୋମିଟର ଦୂର ପର୍ଯ୍ୟନ୍ତ ପାଇପ୍‌ ବିଛାଇ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ନେଇଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ। ଏଥିପାଇଁ ବଡ ଟ୍ୟାଙ୍କ କରାଯାଇ ପାଣିକୁ ସୁରକ୍ଷିତ ରଖାଯାଇପାରିବ ବୋଲି RWSS ପକ୍ଷରୁ କୁହାଯାଇଛି। IRE ଓ ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଦୀର୍ଘ ଦିନ ଧରି ଖାର ପାଣି ପିଉଥିବା ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

Ganjam Water Crisis
Advertisment
Advertisment