Advertisment

ଉତ୍ତରାଖଣ୍ଡରେ ଧାମିଙ୍କ ଦ୍ୱିତୀୟ ଇଂନିସ୍ ଆରମ୍ଭ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ଭାବେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ଶପଥପାଠ ଗ୍ରହଣ କରିଛନ୍ତି ।

author-image
Pallipuspa Samal
 puskar singh dhami takes oath

puskar singh dhami takes oath

ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଅନ୍ୟ ବିଜେପି ନେତାଙ୍କ ମଧ୍ୟରେ ଯୋଗୀ ଆଦିତ୍ୟନାଥ, ମନୋହରଲାଲ ଖଟ୍ଟର, ପ୍ରମୋଦ ସାଓ୍ୱନ୍ତ, ମୀନାଖି ଲେଖି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Advertisment

ସେମାନଙ୍କ ମଧ୍ୟରେ ସତପାଲ ମହାରାଜ, ସୁବୋଧ ୟୁନିୟାଲ, ଧାମ ସିଂ, ରେଖା ଆର୍ଯ୍ୟ ଏବଂ ଗଣେଷ ଜୋଶୀ ପ୍ରମୁଖ ଦ୍ୱିତୀଥର ଥର ପାଇଁ ଧାମି ମନ୍ତ୍ରିମଣ୍ଡଳରେ ସାମିଲ ହୋଥଇଛନ୍ତି। ତେବେ ନୂଆ କରି ଚନ୍ଦନ ରାମ ଦାଶ, ସୁରଭା ବହୁଗୁଣା, ପ୍ରେମ ଚାନ୍ଦ ଅଗ୍ରୱାଲ ପ୍ରମୁଖ ପ୍ରଥମଥର ପାଇଁ ମନ୍ତ୍ରୀ ଭାବେ ସୁଯୋଗ ପାଇଛନ୍ତି ।

ଚଳିତ ବିଧାନ ସଭା ନିର୍ବାଚନରେ ଧାମି ବିଧାୟକ ଭାବେ ପରାଜିତ ହୋଇଥିଲେ। ଏହା ସତ୍ତ୍ୱେ ବିଜେପି ବିଧାୟକ ଦଳରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବିସିଥିବା ଏହି ବୈଠକରେ କେନ୍ଦ୍ର ମୀନାଖି ଲେଖି ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଧାମିଙ୍କ ନାମରେ ମୋହର ବାଜିଥିଲା।

Advertisment

୨୦୧୨ରୁ ଧାମି ଉତ୍ତାରାଖଣ୍ଡର ଖତିମା ଆସନରୁ ବିଧାୟକ ଭାବେ ଜିତି ଆସୁଥିଲେ। ହେଲେ ଚଳିତ ନିର୍ବାଚନରେ ପ୍ରତିପକ୍ଷ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୬,୫୭୯ ଭୋଟରେ ପରାଜିତ ହୋଛନ୍ତି। ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ଆସନରେ ବିଜେପି ୪୭ଟି ସିଟ୍ ଜିତି ସରକାର ଗଠନ କରିବାକୁ ସକ୍ଷମ ହୋଇଛି।

Pushkar Singh Dhami
Advertisment
Advertisment