• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୟୁକ୍ରେନ୍‌ ରୁଷ୍‌ ଯୁଦ୍ଧ ଥମିବାରେ ନା ନେଉନି । ରୁଷ୍ ୟୁକ୍ରେନ୍‌ ଉପରେ ଘନ ଘନ ଆକ୍ରମଣ କରୁଛି । ଯାହା କାରଣରୁ ବର୍ତ୍ତମାନ ସୁଦ୍ଧା ଏହି ଲଢ଼େଇରେ ଅନେକ ସୈନ୍ୟଙ୍କ ସହ ସାଧାରଣ ଲୋକମାନେ ପ୍ରାଣ ହରାଇଲେଣି । ଏହାରି ମଧ୍ୟରେ ଏକ ଭୟଙ୍କର ସମସ୍ୟା ସୃଷ୍ଟି ହେବାର ପରିସ୍ଥିତି ଉପୁଜିଲାଣି । ଯାହା ଏବେ ୟୁକ୍ରେନ୍ ବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରୁଷ୍ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି । ଏହାରି ଭିତରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି, ଯାହାକୁ ନେଇ ଚିନ୍ତା ବଢିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପରମାଣୁ ଯୁଦ୍ଧ ସମରାଭ୍ୟାସ ପାଇଁ ଋଷ ରାଷ୍ଟ୍ରପତି ପୁଟିନ୍ ଆଦେଶ ଦେଇଛନ୍ତି । ଯେଉଁଥିରୁ ସ୍ପଷ୍ଟ ଜଣାପଡିଛି ଯେ,ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଇଛନ୍ତି । କାରଣ ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ପୁଟିନ୍ ନିଜ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ପୁଟିନ୍ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ସେମାନଙ୍କୁ ସାଇବେରିଆ ପଠାଇଦେଇଛନ୍ତି ବୋଲି ବେଶ୍ ଚର୍ଚ୍ଚା ଧରିଛି ।

ପୁଟିନଙ୍କ ଏହି ପରମାଣୁ ଆକ୍ରମଣ ନିଷ୍ପତ୍ତି ଫଳରେ କେବଳ ୟୁକ୍ରେନ ନୁହେଁ ବରଂ ସମଗ୍ର ବିଶ୍ୱ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଏନେଇ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିଛନ୍ତି ଯେ, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୨୫ ଦିନ ବିତିସାରିଛି । ହେଲେ ୟୁକ୍ରେନ ଅସ୍ତ୍ର ଛାଡିବାକୁ ରାଜି ହେଉନାହିଁ । ଯାହା କାରଣରୁ ପୁଟିନଙ୍କ କ୍ରୋଧ ବଢ଼ିବାରେ ଲାଗିଛି । ତେଣୁ ୟୁକ୍ରେନର ପ୍ରତିଆକ୍ରମଣକୁ ପୁଟିନ ଏକ ଆହ୍ୱାନ ଭାବରେ ଗ୍ରହଣ କରି ପରମାଣୁ ଯୁଦ୍ଧ ପାଇଁ ସମରାଭ୍ୟାସ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ପୁଟିନ୍ ନିଜ ଋଷ୍‌ ଆଣିବିକ ବାହିନୀକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପୁଟିନ୍ ୟୁକ୍ରେନକୁ ପରମାଣୁ ହମଲା ପାଇଁ ଧମକ ମଧ୍ୟ ଦେଇଥିଲେ । ଏହା ସହ ପୁଟିନ୍ ଆଣିବିକ ଅସ୍ତ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ଋଷର ତମାମ୍ ଆଣବିକ ମିସାଇଲଗୁଡିକୁ ଆକ୍ଟିଭ କରାଯାଇଥିଲା । ଋଷ ସେନାର ଆକ୍ରମଣରେ ୟୁକ୍ରେନ ଧ୍ୱଂସସ୍ତୁପରେ ପରିଣତ ହେଲାଣି । ତଥାପି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦୋମିକ ଜେଲେନସ୍କି ନିଜ ଦେଶ ଛାଡିବାକୁ ନାରାଜ ଅଛନ୍ତି ।

ରୁଷ୍‌ ଅପେକ୍ଷା ଛୋଟ ରାଷ୍ଟ୍ର ହୋଇ ମଧ୍ୟ ଯୁଦ୍ଧରୁ ୟୁକ୍ରେନ୍ ପଛଘୁଞ୍ଚା ଦେଉନାହିଁ । ଫଳରେ ନିଜ ଜିଦ୍‌ ୟୁକ୍ରେନ ପାଇଁ ମହଙ୍ଗା ପଡିପାରେ ।

ସୂଚନା ଅନୁସାରେ, ପରମାଣୁଆକ୍ରମଣ ପାଇଁ ଋଷ୍ ପାଖରେ ଡୁମ୍ସଡେ ନାମକ ଏକ ବିମାନ ରହିଛି । ଯାହା ଦ୍ୱାରା ରୁଷ୍‌ ୟୁକ୍ରେନ୍ ଉପରେ ଅତି ସହଜରେ ଆକ୍ରମଣ କରିପାରିବ ।