ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୭ ତାରିଖ ରବିବାର ମୀନ ୧୩ ଦିନ ଚୈତ୍ର ମାସ ୬ ଦିନ, କୁଷ୍ଣପକ୍ଷ,ଦଶମୀତିଥି, ଉତ୍ତରାଷାଢା ନକ୍ଷତ୍ର ମକର ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ ।
ଚିତା କୁଟେଇବା ପ୍ରଥାଟା ଭାରତର ରାଜସ୍ଥାନରୁ ଆଣ୍ଡାମାନ୍ ପ୍ରାୟ ସବୁ ଜାଗାରେ ପ୍ରଚଳିତ ଅଛି। ପୃଥିବୀର ବିଭିନ୍ନ କୋଣରେ ଥିବା ତନ୍ତ୍ର ବା cult cultureରେ ମଧ୍ୟ ବିଶେଷ ଧରଣର tattoo ବନାଯାଇଥାଏ। ଛୋଟ ଛୋଟ ଅସାବଧାନତା ପାଇଁ ଏଇ ସୁନ୍ଦର tattoo ସା°ଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ ଓ ସୁନ୍ଦର ଦେଖାଯିବା ବଦଳରେ ସବୁଦିନ ପାଇଁ ଶରୀର ଓ ମନରେ ଦାଗ ଛାଡିଯାଏ।
ଅରବିନ୍ଦ କେଜ୍ରିୱାଲ ଶନିବାର କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଗତ ୮ ବର୍ଷ ମଧ୍ୟରେ କେତେଜଣ ଲୋକଙ୍କୁ ଉପତ୍ୟକାକୁ ଫେରାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।
ଭାରତ ସରକାର ଶିକ୍ଷା ତଥା ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବିଦେଶ ଯାତ୍ରା କରୁଥିବା ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଚିନ୍ତା କରୁଛନ୍ତି। ଏହି ସୂଚନା ସରକାରୀ ସୂତ୍ରରୁ ଜଣାପଡିଛି। ତେବେ ଟିକାକରଣ ପାଇଁ ଏହିପରି ଲୋକ ଦେୟ ଦେବା ଉଚିତ କି ନାହିଁ ଏବଂ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଡୋଜ୍ ଉପଲବ୍ଧ କରାଯିବା ଉଚିତ କି ନାହିଁ ସରକାର ବିଚାର କରୁଛନ୍ତି।
ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବିମାନ ସେବା। ଏହାପୂର୍ବରୁ ବିମାନ ବନ୍ଦର ଏବଂ ବିମାନ ଉଡ଼ାଣରେ ଥିବା କୋଭିଡ୍-୧୯ ନିୟମରେ କେନ୍ଦ୍ର ସରକାର ଅନେକ କୋହଳ ଘୋଷଣା କରିଛନ୍ତି।
ଜନତାଙ୍କୁ ଯୋଗୀ ସରକାରର ବଡ ଉପହାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୫ କୋଟି ଜନତାଙ୍କ ପାଇଁ ମାଗଣା ଖାଦ୍ୟାନ୍ନ ଯୋଜନାକୁ ୩ ମାସ ପାଇଁ ବଢେଇ ଦିଆଯାଇଛି।
ଉତ୍ତର ପ୍ରଦେଶ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ୫୨ ମନ୍ତ୍ରୀ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ଜାଣନ୍ତୁ କିଏ କେଉଁ ପଦବୀ ପାଇବାର ସମ୍ଭାବନା ରହିଛି।
ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁହୋଇଛି, କିନ୍ତୁ ଏହାର ଆଇନରେ ହିନ୍ଦୁମାନଙ୍କୁ ବହୁବିବାହ କରିବାର ଅନୁମତି ଦିଆଯାଇଛି। ତେବେ ଏନେଇ କେତେକ ସର୍ତ୍ତ ମଧ୍ୟ ଅଛି। ତେବେ ଏହି ନିୟମ କେଉଁଠି ଅଛି ଏବଂ ଏନେଇ କ’ଣ ସର୍ତ୍ତ ଆସନ୍ତୁ ଜାଣିବା।
ବିହାରରେ ଜଣେ ସ୍ୱାମୀକୁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବଣ୍ଟା ହୋଇଥିବାର ନିଆରା ଘଟଣା ସାମ୍ନାକୁ ଆସିଛି । ଏହି ନିଷ୍ପତ୍ତି କୌଣସି ପଞ୍ଚାୟତ କିମ୍ୱା ନିଜସ୍ୱ ମଧ୍ୟରେ କରାଯାଇନାହିଁ । ବରଂ ପରିବାର ପରାମର୍ଶ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।
ଶବ ବୋହିବା ଲାଗି ମେଡିକାଲରେ ମିଳିଲାନି ଆମ୍ବୁଲାନ୍ସ ଆଉ ନିଜ ମୃତ ଶିଶୁ କନ୍ୟାକୁ ୧୦ କିଲୋମିଟର କାନ୍ଧରେ ବୋହି ଘରକୁ ଆଣିଲା ବାପା।
ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ତଦନ୍ତ ଲାଗି ରାମଫୁରାତର ବଗତୁଇ ଗାଁରେ ପହଞ୍ଚିଲା ସିବିଆଇର ୧୫ ଜଣିଆ ଦଳ। ଡିଆଇଜି ଅଖିଲେଶ ସିଂହଙ୍କ ସହ CFSL ବା ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀ କର୍ମଚାରୀ ମଧ୍ୟ ଯାଇଛନ୍ତି । ଫରେନସିକ୍ ଟିମ ସହାୟତାରେ ତଦନ୍ତ କରାଯାଉଛି ।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ତେବେ ଦୁଇ ଦଳ ବେଶ୍ ଜୋରସୋରରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ସଂଧ୍ୟା ସାଢେ ୭ଟାରେ ମ୍ୟାଚ୍ର ସିଧା ପ୍ରସାରଣ ହେବ ।
ବିଗତ ୨ ବର୍ଷ ହେଲା ଦେଶ କୋଭିଡ ମହାମାରୀରେ ଗତି କରୁଥିବା ବେଳେ ଔଷଧର ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ । ବର୍ତ୍ତମାନ ସ୍ଥିତି ସୁଧୁରୁଥିବା ବେଳେ ଜରୁରୀ ମେଡିସିନ୍ ‘ପାରାସିଟାମଲ’ର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି ସରକାର। ପାଖାପାଖି ଏହି ଔଷଧର ଦାମ୍ ୧୦% ବଢ଼ିବ ବୋଲି ସୂଚନା ମିଳିଛି ।
ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡିକରେ ଉଚ୍ଚଶିକ୍ଷା ତଥା ପାଠପଢ଼ିବା ଆଗ୍ରହୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ UGC ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଚ୍ଛା ୮୫ ପଇସା ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି ।
ଭାରତୀୟ ନୌସେନାର ଜଣେ ଅଧିକାରୀଙ୍କ ଝିଅ ହେଉଛନ୍ତି ଜିଆ । ଯେତେବେଳେ ଜିଆ ଗୁରୁଣ୍ଡି ଗୁରୁଣ୍ଡି ଚାଲିବା ଶିଖୁଥିଲେ ସେତେବେଳେ ତାଙ୍କ ପିତା ମାତା ତାଙ୍କର ଏହି ଦକ୍ଷତା ବିଷୟରେ ଆଭାସ ପାଇଥିଲେ ।
ଭାରତର ସବୁଠାରୁ ଧନୀ ରାଜାଙ୍କ ନାମ ହେଉଛି ମୀର ଓସ୍ମାନ୍ ଅଲି ଖାନ ଯିଏ ହାଇଦ୍ରାବାଦର ନିଜାମ ଥିଲେ। ୩୭ ବର୍ଷ ଧରି ହାଇଦ୍ରାବାଦର ଶାସକ ଥିଲେ। ତେବେ ସେ କେତେ ଧନୀ ଥିଲେ ଆସନ୍ତୁ ଜାଣିବା।
ଦିନେ 'ବଚପନ୍ କା ପ୍ୟାର୍'କୁ ନେଇ ରାତାରାତି ସୋସିଆଲ ମିଡିଆ ସେନ୍ସସର ହୋଇଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଏକ ଅପଡେଟ୍ ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସେ 'ବଚ୍ଚନ ପାଣ୍ଡେ'ର ସଂଳାପରେ ଲିପ୍-ସିଙ୍କ୍ କରୁଥିବା ଦେଖିବାକୁ ମିଳୁଛି।
ପୃଥିବୀରେ ଏପରି ଅନେକ ଗଛ ଏବଂ ଉଦ୍ଭିଦ ଅଛି ଯାହା ଈଶ୍ୱରୀୟ ଏବଂ ଚମତ୍କାର ଭାବରେ ବିବେଚନା କରାଯାଏ। ଏପରି ଅନେକ ଗଛ ଓ ଉଦ୍ଭିଦ ଅଛନ୍ତି ଯେଉଁମାନେ କାନ୍ଦନ୍ତି, ଖାଦ୍ୟ ମାଗନ୍ତି ଏବଂ ନିଜେ ଚାଲି ଚାଲି ଅନ୍ୟ ଏକ ସ୍ଥାନରେ ମଧ୍ୟ ପହଞ୍ଚନ୍ତି।
ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି।
ଉତ୍ତରପ୍ରଦେଶର ରାଜ୍ୟ ରାଜନୀତିରେ ବିଗତ ୩୭ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି । ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ସହ ସରକାର ଗଠନ ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏଇ ଭବ୍ୟ ଶପଥ ଗ୍ରହଣ ଉତ୍ସବରୁ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ ।
ଶ୍ରୀ ଅନ୍ନପୂର୍ଣ୍ଣା ଥିଏଟର ଭିତରେ ଓ ବାହାରେ ଗୁଳି ଫୁଟିଛି। RRR ଚଳଚ୍ଚିତ୍ର ଚାଲିଥିବା ବେଳେ ଜଣେ ଯୁବକ ବନ୍ଧୁକ ଧରି ଗୁଳି ଫୁଟାଇ ହଙ୍ଗାମା ସୃଷ୍ଟି କରିଥିବା ଦେଖାଯାଇଛି।
ମୁକ୍ତିଲାଭ କରିଛି RRR । ଲୋକମାନେ ଏହାର ପ୍ରଥମ ଶୋ’କୁ ଦେଖିବାର ସୁଯୋଗକୁ ହାତଛାଡା କରି ନାହାନ୍ତି। ଫିଲ୍ମରେ ଯଦି ଲୋକେ କାହାକୁ ପସନ୍ଦ କରନ୍ତି, ତେବେ ସେ ହେଉଛନ୍ତି ତାଙ୍କର ପ୍ରିୟ କଳାକାର ରାମ ଚରଣ।
ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ।