Advertisment

ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୧ ଶ୍ରମିକ

ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

author-image
Rajalaxmi Sahoo
11 Dead In Massive Fire

11 Dead In Massive Fire

ଭୟଙ୍କର ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ୧୧ ଜଣ ଶ୍ରମିକ। ତେଲେଙ୍ଗାନା ସିକନ୍ଦରାବାଦରେ ଏକ କାଠ ଗୋଦାମରେ ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକମାନେ ବିହାର ଅଞ୍ଚଳର ଶ୍ରମିକ ବୋଲି ଜଣାପଡ଼ିଛି। ଗୋଦାମରେ ନିଆଁ ଲାଗି ଯିବା ଦେଖି ଜୀବନ ବଞ୍ଚାଇବା ପାଇଁ ଜଣେ ଶ୍ରମିକ ୨ ମହଲା ବିଲ୍ଡିଂର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ ଦୁଃଖଦ ଖବର, ନିଆଁରେ ପୋଡ଼ି ହୋଇ ୧୧ ଜଣଙ୍କ ଜୀବନ ଚାଲି ଯାଇଛି। 

Advertisment

ସୂଚନା ଅନୁସାରେ, ସିକନ୍ଦରାବାଦର ଜନଗହଳିପୂର୍ଣ୍ଣ ଅଞ୍ଚଳ ଭୋଇଗୁଡ଼ାରେ ଥିବା ଏହି କାଠ ଗୋଦାମରେ ନିଆଁ ଲାଗି ଯାଇଛି। ଏହି ସମୟରେ ଗୋଦାମରେ ବିହାରର ୧୨ ଜଣ ଶ୍ରମିକ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ଜୀବନ ବଞ୍ଚାଇବା ପାଇଁ ୨ ମହଲା ବିଲ୍ଡିଂର ପ୍ରଥମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ ୧୧ ଜଣ ଜୀଅନ୍ତା ଜଳି ଯାଇଥିଲେ। 

ଘଟଣାକୁ ନେଇ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରାଯାଇଛି।ଶ୍ରମିକଙ୍କ ମୃତଦେହ ବିହାର ପଠାଇବାକୁ ବ୍ୟବସ୍ଥା କରାଯାଉଥିବା ତେଲେଙ୍ଗାନା ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ସର୍ଟ ସର୍କିଟ୍‌ ଯୋଗୁ ଗୋଦାମରେ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Telangana Fire Mishap Fire Breaks Out In Godown
Advertisment
Advertisment