Advertisment

KIIT Student Death Case: KIIT କ୍ୟାଂପସରେ ସାଂଘାତିକ ସୁଇସାଇଡ୍ ଟ୍ରେଣ୍ଡ; ପାଲଟିଛି କି ମୌତ୍ କା କୁଆଁ ?

କେବେ ଛାତ୍ର ତ କେବେ ଛାତ୍ରୀ...ଜୀବନ ହାରିଛନ୍ତି ନାନା କାରଣ ପାଇଁ...କିଏ ହୁଏତ ପ୍ରେମ କିମ୍ବା ଶୈକ୍ଷିକ ବିବାଦରୁ...ଆଉ କିଏ ଆର୍ଥିକ ନଚେତ ଅନ୍ୟାନ୍ୟ ସାମାଜିକ କାରଣରୁ...ଅସମୟରେ ଝଡ଼ିଯାଇଛନ୍ତି ଦେଶର ଭବିଷ୍ୟତ, ଧୂଳିସାତ ହୋଇଛି ପାଣି ଭଳି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ନେଇ ବାପା, ମା’ ଦେଖୁଥିବା ସ୍ବପ୍ନ।

author-image
Sujit kumar Swain
ଅଦ୍ୟତନ ହୋଇଛି
KIIT Student Death Case

KIIT Student Death Case

କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଏବଂ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ଆଜିର ନୁହଁ। ପୂର୍ବରୁ ବି ଏଠି ଏକାଧିକ ପିଲାଙ୍କ ଜୀବନ ହାରିଛନ୍ତି, ତା’ର ତଥ୍ୟ ଲୁଚିଯାଇଛି ଶିକ୍ଷା ନାଁରେ ଛିଡ଼ା ହୋଇଥିବା ଅଚ୍ୟୁତ ସାମନ୍ତଙ୍କ ବିଶାଳ ସାମ୍ରାଜ୍ୟ ଭିତରେ। ପୋଲିସ୍ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୩ରେ କିଟ୍‌ର ୨ ଜଣ ଏବଂ ୨୦୨୪ରେ ବି ୨ ଜଣ ଛାତ୍ରଛାତ୍ରୀ ନାନା କାରଣରୁ ଜୀବନ ହାରିଛନ୍ତି। କାରଣ ଯାହା ବି ଥାଉ, ଏତେ ବଡ଼ ଶିକ୍ଷାନୁଷ୍ଠାନ, ଆତ୍ମହତ୍ୟା ଭଳି ସ୍ପର୍ଶକାତର ସ୍ଥିତିକୁ ପ୍ରତିରୋଧ ନକରିବା ଓ ପିଲାଙ୍କ ଜୀବନ ଯିବା, କର୍ତ୍ତୃପକ୍ଷଙ୍କ ଦାୟିତ୍ବପଣିଆକୁ ନେଇ ଛିଡ଼ା କରିଛି ଅନେକ ପ୍ରଶ୍ନ।

Advertisment

KIIT କ୍ୟାଂପସରେ ସାଂଘାତିକ ସୁଇସାଇଡ୍ ଟ୍ରେଣ୍ଡ...କେବେ ଛାତ୍ର ତ କେବେ ଛାତ୍ରୀ...ଜୀବନ ହାରିଛନ୍ତି ନାନା କାରଣ ପାଇଁ...କିଏ ହୁଏତ ପ୍ରେମ କିମ୍ବା ଶୈକ୍ଷିକ ବିବାଦରୁ...ଆଉ କିଏ ଆର୍ଥିକ ନଚେତ ଅନ୍ୟାନ୍ୟ ସାମାଜିକ କାରଣରୁ...ଅସମୟରେ ଝଡ଼ିଯାଇଛନ୍ତି ଦେଶର ଭବିଷ୍ୟତ, ଧୂଳିସାତ ହୋଇଛି ପାଣି ଭଳି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ ନେଇ ବାପା, ମା’ ଦେଖୁଥିବା ସ୍ବପ୍ନ। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୩ ଏପ୍ରିଲରେ Ph.D ପାଇଁ ଉତ୍ତର ପ୍ରଦେଶରୁ ଆସିଥିବା ଜଣେ ଛାତ୍ରୀ କରିଥିଲେ ସୁଇସାଇଡ୍। ଅବଶ୍ୟ ତାଙ୍କର ମୃତଦେହ ମିଳିଥିଲା ନନ୍ଦନ ବିହାର ଅଞ୍ଚଳର ଏକ ଭଡ଼ାଘରୁ। ସେହିବର୍ଷ ଆଉ ଜଣେ ଛାତ୍ରଙ୍କ ବି ଜୀବନ ଯାଇଥିଲା। 

ଅଧିକ ପଢ଼ନ୍ତୁ : କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

ଆଉ ୨୦୨୪ରେ ତ ଦୁଇ ଦୁଇ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ତଥ୍ୟ ପୋଲିସ ସୂତ୍ରରୁ ମିଳିଛି। ଆଉ ଏବେ ଏହି ଧାରାରେ ଯୋଡ଼ିହୋଇଯାଇଛି ନେପାଳୀ ଛାତ୍ରୀଙ୍କ ନାଁ। ଯେଉଁଥିରେ ମୃତକଙ୍କୁ ଓହ୍ଲାଯାଉଛି ଏବଂ ହଷ୍ଟେଲରୁ ଗାଡ଼ିରେ ନିଆଯାଉଛି ଅନ୍ୟତ୍ର। ଉଦବେଗର କଥା ହେଉଛି, ଆତ୍ମହତ୍ୟା କରିଥିବା ଛାତ୍ର ହୁଅନ୍ତୁ ଅବା ଛାତ୍ରୀ। ଆଇନ ଅନୁଯାୟୀ, ତାଙ୍କ ମୃତଦେହ ପୋଲିସକୁ ଦିଆଯିବା କଥା। ତଦନ୍ତ ପରେ ମୃତଦେହକୁ ପୋଲିସ ଜବତ କରିବା କଥା। କିନ୍ତୁ ସଂପୃକ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ଡେଡବଡ଼ିକୁ ନିଜେ ନିଜେ ଉଦ୍ଧାର କରି ନେଇଯାଉଛନ୍ତି ଅନ୍ୟତ୍ର। ତେବେ କାହିଁକି କର୍ମଚାରୀଙ୍କ ଏଭଳି ପଦକ୍ଷେପ କାହିଁକି ? ମାମଲାକୁ ଚପାଇ ଦେବା ପାଇଁ ଷଡ଼ଯନ୍ତ୍ର ନା ଏହା ପଛରେ ରହିଛି କୌଣସି କାରଣ ? କାହା ନିର୍ଦ୍ଦେଶରେ କର୍ମଚାରୀ ମାନେ ହଷ୍ଟେଲରୁ ଉଦ୍ଧାର କରନ୍ତି ମୃତଦେହକୁ ? ଏଭଳି ଘଟଣା ସହ ଆତ୍ମହତ୍ୟାର ଟ୍ରେଣ୍ଡ ଦେଖିଲେ ଲାଗୁଛି, ପିଲାଙ୍କ ପାଇଁ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିଟ୍ ପାଲଟିଛି କି ମୌତ୍ କା କୁଆଁ ? ତେବେ ଏନେଇ କିଟ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment

ଏକଥା ସତ ଯେ, କିଟ୍‌ରେ ୩୦ରୁ ଅଧିକ ପାଠ୍ୟକ୍ରମରେ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ନିଜ ୱେବସାଇଟରେ ଦାବି କରୁଛନ୍ତି କର୍ତ୍ତୃପକ୍ଷ। ତାହାରି ଭିତରେ ଅଛନ୍ତି ୬୫ଟି ଦେଶର ୨ ହଜାର ବିଦେଶୀ ଛାତ୍ରଛାତ୍ରୀ। ସେହିପରି ନେପାଳରୁ ପ୍ରାୟ ୫ଶହ ପିଲା ପଢୁଥିବା କୁହାଯାଉଛି। ତା’ବୋଲି କ’ଣ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ନୁହେଁ କି ? କାହିଁକି ନିୟମିତ ସୁଇସାଇଡ୍ ଘଟଣା ସାମ୍ନାକୁ ଆସୁଛି KIITରୁ ? କାହିଁକି ସଂପୃକ୍ତ ପ୍ରତିଷ୍ଠାନକୁ ଜିରୋ ସୁଇସାଇଡ୍ ଜୋନ୍ କରିପାରୁନାହାଁନ୍ତି କର୍ତ୍ତୃପକ୍ଷ ? ଛାତ୍ରଛାତ୍ରୀଙ୍କୁ ସଠିକ୍ ସମୟରେ କରାଯାଉନି କି କାଉନସେଲିଂ ?

ଅଧିକ ପଢ଼ନ୍ତୁ :  ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

KIIT Security Guards KIIT University
Advertisment
Advertisment