Advertisment

Achyuta Samanta: କେମିତି ରାଜଧାନୀ ଛାତି ଉପରେ ନିଜର ବିଶାଳ ସାମ୍ରାଜ୍ୟ ଗଢ଼ିଲେ ଅଚ୍ୟୁତ ?

ନିଜକୁ ସମାସଜେବୀ, ଶିକ୍ଷାବିତ ବୋଲାଉଥିବା ଅଚ୍ୟୁତ ବର୍ଷ ବର୍ଷ ଧରି ଅନ୍ୟ ଜମିକୁ ହଡ଼ପ କରି ମାଡ଼ି ବସିଛନ୍ତି। କେହି ମୁହଁ ଖୋଲିଲେ ନାଲି ଆଖି ଦେଖାଇ କଥାକୁ ଚାପି ଦିଆଯାଏ।

author-image
Sujit kumar Swain
ଅଦ୍ୟତନ ହୋଇଛି
Achyuta Samanta

Achyuta Samanta

ନେପାଳୀ ଛାତ୍ରୀ ମୃତ୍ୟୁ ପରେ ଚର୍ଚ୍ଚା ଓ ବିବାଦକୁ ଆସିଛି କିଟ୍। ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସାମ୍ରାଜ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି। କେମିତି ରାଜଧାନୀ ଛାତି ଉପରେ ନିଜର ବିଶାଳ ସାମ୍ରାଜ୍ୟ ଗଢ଼ିଲେ ଅଚ୍ୟୁତ ? ଜଣେ ଲାବ୍ ଆସିଷ୍ଟାଣ୍ଟରୁ ରାଜ୍ୟର ଗୋଟିଏ ବୃହତ ଶିକ୍ଷାନୁଷ୍ଠାନ ବ୍ୟବସାୟର ମାଲିକ ବନିଛନ୍ତି। କିଟ୍ ପ୍ରତିଷ୍ଠା କରି ସଫଳତାର ଡିଣ୍ଡିମ ପିଟୁଥିବା ଅଚ୍ୟୁତଙ୍କ ନାଁରେ ରହିଛି ପଟିଆ ଅଞ୍ଚଳରେ ଜମି ଜବରଦଖଲର ମାଳ ମାଳ ଅଭିଯୋଗ। 

Advertisment

ନିଜକୁ ସମାସଜେବୀ, ଶିକ୍ଷାବିତ ବୋଲାଉଥିବା ଅଚ୍ୟୁତ ବର୍ଷ ବର୍ଷ ଧରି ଅନ୍ୟ ଜମିକୁ ହଡ଼ପ କରି ମାଡ଼ି ବସିଛନ୍ତି। କେହି ମୁହଁ ଖୋଲିଲେ ନାଲି ଆଖି ଦେଖାଇ କଥାକୁ ଚାପି ଦିଆଯାଏ। ଅଚ୍ୟୁତ ତଥାକଥିତ ଲୋକସମ୍ପର୍କ ଓ ଖାସ୍ କରି ବିଜେଡିରେ ଯୋଗ ଦେବା ପରେ ସାଂସଦ ବନିବା ପରେ ସବୁ କଳେଙ୍କାରୀକୁ କବର ଦିଆଯାଇଥିବା ଅଭିଯୋଗ ହୁଏ। ନିଜ ପ୍ରତିଷ୍ଠିତ ସଂସ୍ଥାରେ ବଡ଼ ବଡ଼ ଅଫିସରଙ୍କ ପତ୍ନୀ ହେଉ କି ପରିବାରକୁ କାହାକୁ ନା କାହାକୁ ଅଚ୍ୟୁତ ସାମନ୍ତ ଚାକିରି ଦେଇ ଥାଆନ୍ତି ବୋଲି ଚର୍ଚ୍ଚା ହୁଏ। 

ଅଧିକ ପଢ଼ନ୍ତୁ :  ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

Advertisment

ଏପରିକି ଭିଭିଆଇପିଙ୍କ ପିଲାଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଇବାକୁ ଅଫର ଦେଇ ଅନୁକମ୍ପା ହାତେଇ ଥାଆନ୍ତି। କେମିତି ଓ କାହାକୁ ହାତ କରି ପ୍ରତିଷ୍ଠା, ପ୍ରତିପତ୍ତି ବଢ଼ାଯାଏ ସେ କଳା ଅଚ୍ୟୁତଙ୍କୁ ଜଣା। ଆଦିବାସୀ ପିଲାଙ୍କ ପାଇଁ ଆବାସିକ ସ୍କୁଲ୍-କିସ ଖୋଲି ସବୁବେଳେ ଫାଇଦା ମାରୁଥିଲେ। ଆଦିବାସୀ ପିଲାଙ୍କୁ ଢାଲ କରି ଭିତରେ ଭିତରେ ନିଜ ସାମ୍ରାଜ୍ୟ ବଢ଼ାଇବା ସହ ପତିଆରା ବଢାଉଥିଲେ। ମିଛ ପ୍ରବେଳିକା କରି ଇମେଜ ବିଡଲିଂ କରୁଥିଲେ। କିସ୍ ଆଳରେ ରାଜ୍ୟ ତଥା ଦେଶ ବିଦେଶରୁ ପାଣ୍ଠି ଯୋଗାଡ଼ କରୁଥିଲେ। 

ପତିଆରା ପାଇଁ ରାଜନୀତି ମୈଦାନକୁ ବି ଡେଇଁଥିଲେ ଅଚ୍ୟୁତ। ରାଜନୈତିକ ଅଭିଳାଷା ଚରିତାର୍ଥ କରିବାକୁ ବିଜେଡିରେ ମିଶିଥିଲେ। କନ୍ଧମାଳରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଅଚ୍ୟୁତ ସାମନ୍ତ। ତତ୍କାଳୀନ ବିଜେଡି ସରକାରରୁ ଅହେତୁକ ଅନୁକମ୍ଫା ହାତେଇଥିଲେ। ପ୍ରତିବର୍ଷ କିଟରେ ଛାତ୍ରଛାତ୍ରୀ ମୃତ୍ୟୁ ଅଭିଯୋଗ ହୋଇଥାଏ। କିନ୍ତୁ ନିଜ ପତିଆରା ବଳରେ କଥାକୁ ଚପାଇ ଦେଉଥିଲେ ଅଚ୍ୟୁତ। ଏବେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ହରଡ଼ଘଣାରେ ପଡିଛନ୍ତି।

ଅଧିକ ପଢ଼ନ୍ତୁ : କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

Achyuta Samanta KIIT Security Guards KIIT University
Advertisment
Advertisment