Advertisment

ନବୀନଙ୍କୁ କପିଲ୍‌ଙ୍କ ପ୍ରଶଂସା; କହିଲେ ଆପଣଙ୍କ ହୃଦୟ ଆପଣଙ୍କ ରାଜ୍ୟ ଭଳି ସୁନ୍ଦର

ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତିଦେଲେ କପିଲ୍ ଶର୍ମା। କହିଲେ ଆପଣଙ୍କ ହୃଦୟ ଆପଣଙ୍କ ରାଜ୍ୟ ଭଳି ସୁନ୍ଦର। ଓଡିଶା ମୋ ହୃଦୟରେ ରହିବ।

author-image
Pramod Behera
Kapil Sharma sharing a photo with chief minister Naveen Patnaik and wrote wonderful

Kapil Sharma sharing a photo with chief minister Naveen Patnaik and wrote wonderful

କମେଡିଆନ୍ କପିଲ୍ ଶର୍ମା ଓ ନନ୍ଦିତା ଦାସ ସେମାନଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଓଡିଶାରେ ସୁଟିଂ କରୁଛନ୍ତି। ଉଭୟ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ସବୁ ବୁଲୁଛନ୍ତି। ନିକଟରେ କପିଲ କୋଣାର୍କର ସୂର୍ଯ୍ୟ ମନ୍ଦିର ବୁଲିବାକୁ ଯାଇଥିଲେ ଓ ଏହାର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ସମୟରେ ସେ ଡେନିମ୍ ସହିତ ଲାଲ ରଙ୍ଗର ଟି-ସାର୍ଟ୍ ପିନ୍ଧିଛନ୍ତି। ଫଟୋରେ ସେ ଫିଟ୍ ଆଉ ପତଳା ଦେଖାଯାଉଛନ୍ତି।

Advertisment

ସୋସିଆଲ୍ ମିଡିଆରେ ସେ ତାଙ୍କର ଏହି ଫଟୋ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ #କୋଣାର୍କ #suntemple ସୁନ୍ଦର #ଭୁବନେଶ୍ୱର #ଓଡିଶା ବୁଲିବା ଏକ ଅଦ୍ଭୁଦ ଅନୁଭବ ଥିଲା। କପିଲଙ୍କ ଏହି ପୋଷ୍ଟକୁ ଅନେକ ପସନ୍ଦ କରୁଥିବା ବେଳେ ସିଙ୍ଗର ଜସବୀର ଜସ୍ସୀ ତାଳି ମାରିବାର ଏକ ଇମୋଜୀ ଶେୟାର୍ କରିଛନ୍ତି।

ଏହା ପୂର୍ବରୁ କପିଲ ଶର୍ମା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ତାଙ୍କ ସହ ଏକ ପୋଷ୍ଟ୍ ଶେୟାର କରି ଆତିଥ୍ୟ ପାଇଁ ଧନ୍ୟବାଦ ଦେଇଥିଲେ। ଫଟୋର ସିରିଜ୍ ଶେୟାର କରି ସେ ଲେଖିଥିଲେ ଯେ “ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବହୁତ ଖୁସି ଲାଗିଲା। ଅଦ୍ଭୁତ ଆତିଥ୍ୟ ପାଇଁ ଧନ୍ୟବାଦ ଏବଂ ମତେ ମୋ ନିଜ ଘର ଭଳି ଅନୁଭବ କରେଇଥିବାରୁ ଧନ୍ୟବାଦ। ଆପଣଙ୍କ ହୃଦୟ ଆପଣଙ୍କ ରାଜ୍ୟ ଭଳି ସୁନ୍ଦର। ଓଡିଶା ମୋ ହୃଦୟରେ ରହିବ। ଓଡିଶାର ମନୋଲୋଭା ସଂସ୍କୃତି ଓ ପରମ୍ପରା ସହ ମତେ ପରିଚିତ କରେଇଥିବାରୁ ନନ୍ଦିତା ଦାସଙ୍କ ଅଧିକାରୀମାନଙ୍କୁ ମୋର ବିଶେଷ ଧନ୍ୟବାଦ। #beautiful #bhubaneswar #thecityoftemples”

Advertisment

ଏହି ଫିଲ୍ମରେ ନନ୍ଦିତା ଦାସ ଜଣେ ଫୁଡ୍ ଡେଲିଭରୀଙ୍କ ପତ୍ନୀ ଶାହାନା ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ତେବେ ଏହି ପ୍ରୋଜେକ୍ଟରେ କାମ କରି ନିଜ ଉତ୍ସାହକୁ ପ୍ରକାଶ କରିବାକୁ ଯାଇ କପିଲ ଶର୍ମା କହିଛନ୍ତି ଯେ “ମୁଁ ବହୁତ ଉତ୍ସାହିତ। ଏନେଇ ନୁହେଁ ଯେ ମୁଁ ଏକ ଫିଲ୍ମ କରୁଛି, ବରଂ ଏନେଇ ଯେ ମୁଁ ନନ୍ଦିତା ଦାସଙ୍କର ଫିଲ୍ମ କରୁଛି, ଯାହାଙ୍କୁ ମୁଁ ଜଣେ ଅଭିନେତ୍ରୀ ଓ ଜଣେ ନିର୍ଦ୍ଦେଶକ ଭାବରେ ଦେଖିଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ତାଙ୍କର ପ୍ରତ୍ୟେକ ଜିନିଷକୁ ଦେଖିବାର ଦୃଷ୍ଟିକୋଣ ଭିନ୍ନ। ଏନେଇ ଜଣେ ଅଭିନେତା ହିସାବରେ ମୋର କାମ ହେଉଛି କେବଳ ତାହା ହିଁ କରିବା ସେ ଯାହା ମତେ କହିବେ। ତାଙ୍କର କାମ ମୋ ଠାରୁ ବହୁତ ଅଲଗା। ଏହା ଛଡା ମୁଁ ବହୁତ ଖୁସି ଯେ ଦର୍ଶକମାନେ ମୋର ଏକ ନୂଆ ଦିଗ ଦେଖିବେ।”

Entertainment
Advertisment
Advertisment