Advertisment

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଲଗାତାର ଦ୍ୱିତୀୟ ଦିନରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Again Petrol And Diesel Prices Hiked

Again Petrol And Diesel Prices Hiked

ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଜଣାପଡ଼ିଛି।

Advertisment

ଲଗାତାର ଦ୍ୱିତୀୟ ଦିନରେ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୭ ଟଙ୍କା ୦୧ ପଇସା ଓ ଡିଜେଲ ୮୮ ଟଙ୍କା ୨୭ ପଇସାରେ ପହଞ୍ଚିଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପ୍ରତି ୭୫ ପଇସା ଓ ଡିଜେଲ୍ ୭୬ ପଇସା, କୋଲକାତାରେ ପେଟ୍ରୋଲ ଲିଟର ପ୍ରତି ୮୩ ପଇସା ଓ ଡିଜେଲ୍ ୮୦ ପଇସା ବୃଦ୍ଧି ପାଇଛି। 

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲିଠୁ ଆଜି ପ୍ରାୟ ୧ଟଙ୍କା ମହଙ୍ଗାରେ ବିକ୍ରି ହେଉଛି। ଭୁବନେଶ୍ୱରରେ ପେଟ୍ରୋଲ ଦର ବୃଦ୍ଧି ପାଇ ୧୦୩ ଟଙ୍କା ୬୯ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ ଦର ୯୩ ଟଙ୍କା ପାର୍‌ କରିଛି।

Advertisment
  • କଟକ: ପେଟ୍ରୋଲ ଲିଟର ପ୍ରତି ୧୦୩ ଟଙ୍କା ୮୨ ପଇସା, ଡିଜେଲ୍ ୯୩ ଟଙ୍କା ୬୨ ପଇସା
  • ବାଲେଶ୍ୱର: ପେଟ୍ରୋଲ ଲିଟର ପ୍ରତି ୧୦୩ ଟଙ୍କା ୧୦ ପଇସା, ଡିଜେଲ୍ ୯୩ ଟଙ୍କା ୭୨ ପଇସା
  • ସମ୍ବଲପୁର: ପେଟ୍ରୋଲ ଲିଟର ପ୍ରତି ୧୦୪ ଟଙ୍କା ୦୨ ପଇସା, ଡିଜେଲ୍ ୯୩ ଟଙ୍କା ୮୪ ପଇସା
  • ବଲାଙ୍ଗିର:  ପେଟ୍ରୋଲ ଲିଟର ପ୍ରତି ୧୦୫ ଟଙ୍କା ୩୭ ପଇସା, ଡିଜେଲ୍ ୯୫ ଟଙ୍କା ୧୪ ପଇସା
  • ମାଲକାନଗିରି: ପେଟ୍ରୋଲ ଲିଟର ପ୍ରତି ୧୦୯ ଟଙ୍କା ୪୧ ପଇସା, ଡିଜେଲ୍ ୯୯ ଟଙ୍କା ୦୩  ପଇସା

ସୂଚନାଥାଉ କି,  ୪ ମାସ ପରେ ଗତକାଲିଠୁ ଦେଶରେ ତେଲ ଦର ବଢ଼ିଛି। ସେହିପରି ଗ୍ୟାସ ସିଲିଣ୍ଡର ଉପରେ ୫୦ ଟଙ୍କା ଗତକାଲିଠୁ ବୃଦ୍ଧି ପାଇଛି। କିଛି ମାସ ଯାଏ ଲୋକେ ଏହି ଦର ଛାଟରୁ ବର୍ତ୍ତିଥିଲେ। ହେଲେ ପୁଣି ଥରେ ୪ ମାସ ପରେ ଗ୍ରାହକଙ୍କ ଉପରେ ଏହି ଚଡ଼କ ପଡ଼ିଛି। ମଙ୍ଗଳବାର ଦିନ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଥିଲା। ଏହାସହ ରୋଷେଇ ଗ୍ୟାସ୍‌ ଦର ମଧ୍ୟ ବୃଦ୍ଧି ପାଇଥିଲା। ଏଲ୍‌ପିଜି ଗ୍ୟାସ୍‌ ଦାମ୍‌ ୫୦ ଟଙ୍କା ବୃଦ୍ଧି ପାଇଛି।

୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରୁ ସରୁ ତେଲ ଓ ଗ୍ୟାସ୍ ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ବିରୋଧୀ ଟାର୍ଗେଟ୍‌ କରିଛି। ଏହାର ଜବାବରେ ବିଜେପି କହିଛି, ଏଥିରେ କେନ୍ଦ୍ର ସରକାରଙ୍କ କୌଣସି ହାତ ନାହିଁ । ଆନ୍ତର୍ଜାତିକ ବଜାର ଦର ଆଧାରରେ ହିଁ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପାଉଛି।  

Petrol Diesel Prices Petrol Diesel Price Hike
Advertisment
Advertisment