Advertisment

କିଏ ସେହି ମହିଳା, ଯିଏ ଦେଶର ପ୍ରଥମ ଆଇଏଏସ୍‌ ଅଧିକାରୀ ହୋଇଥିଲେ।

ଇତିହାସରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଆଜିର ନାରୀମାନଙ୍କ ପାଇଁ ସବୁ କ୍ଷେତ୍ରରେ ରାସ୍ତା ଖୋଲି ଦେଇଛନ୍ତି। ହେଲେ ଆପଣଙ୍କୁ ହୁଏତ ଜଣା ନଥିବ ଆଇଏଏସ୍ ପାଇଥିବା ପ୍ରଥମ ଭାରତୀୟ ମହିଳା କିଏ, ଯିଏ ୟୁପିଏସସି ପରୀକ୍ଷାରେ ପାସ୍‌ ହୋଇଥିଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
India’s first female IAS officer Anna Aajam Malhotra

India’s first female IAS officer Anna Aajam Malhotra

ଭାରତର ସବୁଠାରୁ କଠିନ କରୀକ୍ଷା ଆଇଏଏସ୍‌ ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଆଶାୟୀ ସାମିଲ୍ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ନିଜ ପରିଶ୍ରମ ଓ ଭାଗ୍ୟ ବଳରେ କୃତକାର୍ଯ୍ୟ ହୁଅନ୍ତି। ତେବେ ଆଇଏଏସ୍‌ ପରୀକ୍ଷାରେ ସଫଳ ହେବାରେ ଅନେକ ମହିଳା ଅଛନ୍ତି। ଏପରିକି ଅନେକ ମହିଳା ମଧ୍ୟ ଦେଶ ବିଦେଶରେ କରିଥିବା ଅନେକ ନାମୀ ଦାମି ଚାକିରି ଛାଡି ସିଭିଲ୍ ସର୍ଭିସ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ପାସ୍‌ ହେବା ପରେ ପ୍ରଶାସନିକ ସେବାରେ ମଧ୍ୟ ଅଂଶ ହୋଇଛନ୍ତି। ଆଜିକାଲି ସରକାରୀ ଚାକିରି କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଯେତିକି ବଢିଛି ତାହା ପୂର୍ବରୁ ହୋଇପାରୁ ନଥିଲା।

Advertisment

ଇତିହାସରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଆଜିର ନାରୀମାନଙ୍କ ପାଇଁ ସବୁ କ୍ଷେତ୍ରରେ ରାସ୍ତା ଖୋଲି ଦେଇଛନ୍ତି। ଯଦି ସିଭିଲ୍ ସେବା କଥା ଦେଖାଯାଏ ତେବେ ଏ କ୍ଷେତ୍ରରେ ସଫଳତା ପାଇଥିବା ପ୍ରଥମ ଭାରତୀୟ ହେଲେ ରବୀନ୍ଦ୍ରନାଥ ଟାଗୋରଙ୍କ ବଡ ଭାଇ ସତ୍ୟେନ୍ଦ୍ର ନାଥ ଟାଗୋର। ହେଲେ ଆପଣଙ୍କୁ ହୁଏତ ଜଣା ନଥିବ ଆଇଏଏସ୍ ପାଇଥିବା ପ୍ରଥମ ଭାରତୀୟ ମହିଳା କିଏ, ଯିଏ ୟୁପିଏସସି ପରୀକ୍ଷାରେ ପାସ୍‌ ହୋଇଥିଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିନେବା।

କ’ଣ ତାଙ୍କ ନାମ:

ଦେଶର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀଙ୍କ ନାମ ହେଉଛି ଅନ୍ନା ରାଜମ ମଲହୋତ୍ରା। ସେ ୧୯୫୧ରେ ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସାମିଲ ହୋଇଥିଲେ। ଏହି ଆଇଏଏସ୍ ପରୀକ୍ଷାରେ ପାସ୍ ହୋଇ ସେ ଦେଶର ପ୍ରଥମ ମହିଳା ଅଧିକାରୀ ହୋଇପାରିଥିଲେ।
ଜୀବନୀ:

Advertisment

ଅନ୍ନା ରାଜମ ୧୯୨୪ ଜୁଲାଇ ୧୭ରେ କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ଜନ୍ମ ହୋଇଥିଲେ। ସେ ତାଙ୍କର ପ୍ରାଥମିକ ଶିକ୍ଷା କୋଝିକୋଡରେ ଆରମ୍ଭ କରିଥିଲେ। ପରେ ଚେନ୍ନାଇସ୍ଥ ମଦ୍ରାସ ବିଶ୍ୱବିଦ୍ୟାଳୟରେ ପରବର୍ତ୍ତୀ ଶିକ୍ଷା ଶେଷ କରିଥିଲେ। ଶିକ୍ଷା ଶେଷ ହେବା ପରେ ଅନ୍ନା ରାଜମ ପ୍ରଶାସନିକ ସେବାରେ ଯିବା ନେଇ ସ୍ଥିର କରିଥିଲେ ଏବଂ ଏ ଦିଗରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ।

ତାଙ୍କ ନିଷ୍ଠା ଓ ପରିଶ୍ରମ ତାଙ୍କୁ ସଫଳତାର ସ୍ୱାଦ ଦେଇଥିଲା। ୧୯୫୧ରେ ସେ ପ୍ରଶାସନିକ ସେବାରେ ପାସ୍ ହୋଇ ଦେଶର ପ୍ରଥମ ମହିଳା ଆଇଏଏସ୍ ଅଧିକାରୀ ହୋଇ ଇତିହାସରେ ନିଜର ନାଁ ଲେଖିଦେଲେ। ଅନ୍ନା ରାଜମ ମଦ୍ରାସ୍ କେଡରରୁ ଟ୍ରେନିଂ ନେଇଛନ୍ତି।

କ୍ୟାରିଅର୍:

ଆଇଏଏସ୍ ହେବା ପରେ ଅନ୍ନା ରାଜମ ନିଜ କାର୍ଯ୍ୟାକାଳ ଭିତରେ ଦେଶର ଦୁଇ ପ୍ରଧାନମନ୍ତ୍ରୀ ଓ ସାତ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିଛନ୍ତି। ସେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସହ ମଧ୍ୟ କାମ କରିଛନ୍ତି। ୧୯୮୨ରେ ଦିଲ୍ଲୀରେ ଏସିଆଈ ଖେଳରେ ଆୟୋଜନ ହୋଇଥିଲା। ଏହି ଅବସରରେ ସେ ଏଥିରେ ପ୍ରଭାରୀ ଭାବେ କାମ କରିଥିଲେ। ଖାଲି ସେତିକି ନୁହେଁ ଅନ୍ନା ରାଜନ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟରେ ମଧ୍ୟ ନିଜର ଯୋଗଦାନ ଦେଇଛନ୍ତି।
ଉପଲବ୍ଧି:

ଅବସର ପରେ ଅନ୍ନା ରାଜମ ପ୍ରସିଦ୍ଧ ହୋଟେଲ୍ ଲୀଲା ବେଞ୍ଚର ଲିମିଟେଡ୍‌ର ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଛନ୍ତି। ଦେଶ ପାଇଁ ତାଙ୍କ ସେବା ନେଇ ୧୯୮୯ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

Women Empowerment
Advertisment
Advertisment