Advertisment

CBI Raids IAS Bishnupada Sethi Residence: ପୁଣି କଡ଼ ଲେଉଟାଇଲା CBI; ୭୦ ଦିନ ପରେ IAS ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ୍

IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କକୁ ନେଇ ଖୋଳତାଡ଼ । ସକାଳ ପ୍ରାୟ ୬ଟା। ଭୁବନେଶ୍ବରସ୍ଥିତ ବିଷ୍ଣୁପଦଙ୍କ ସରକାରୀ ବାସଭବନ। IASଙ୍କ ଆଖି ନଖୋଲୁଣୁ ଘରେ ପଶିଥିଲେ ଦିଲ୍ଲୀ ସିବିଆଇର ୮ ଜଣିଆ ଟିମ୍।

author-image
Sujit kumar Swain
CBI Raids IAS Bishnupada Sethi Residence

CBI Raids IAS Bishnupada Sethi Residence

ପୁଣି କଡ଼ ଲେଉଟାଇଲା CBI। ୭୦ ଦିନ ପରେ ପୁଣି ଆକ୍ଟିଭ ହେଲା ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲାଞ୍ଚ କାରବାର ମାମଲା। ମାମଲାରେ ଆଜି ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ୍ କରିଛି। ୮ ଜଣିଆ ଟିମ ସକାଳ ୬ଟାରୁ ଜାରି ରଖିଛି ଯାଂଚ୍। ବିଷ୍ଣୁପଦଙ୍କ ବିରୋଧରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ସମେତ ଅନ୍ୟ କିଛି କେନ୍ଦ୍ରୀୟ PSUକୁ ଅନୁକମ୍ପା ଦେଖାଇବା ଅଭିଯୋଗ ରହିଥିଲା । ଏନେଇ ସିବିଆଇ ତାଙ୍କୁ ପୂର୍ବରୁ ସମନ କରିଥିବା ବେଳେ ଆଜି ହୋଇଛି ଚଢାଉ।

Advertisment

IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କକୁ ନେଇ ଖୋଳତାଡ଼ । ସକାଳ ପ୍ରାୟ ୬ଟା। ଭୁବନେଶ୍ବରସ୍ଥିତ ବିଷ୍ଣୁପଦଙ୍କ ସରକାରୀ ବାସଭବନ। IASଙ୍କ ଆଖି ନଖୋଲୁଣୁ ଘରେ ପଶିଥିଲେ ଦିଲ୍ଲୀ ସିବିଆଇର ୮ ଜଣିଆ ଟିମ୍। ଆରମ୍ଭ ହୋଇଗଲା ଘନ ଘନ ଯାଂଚ୍। ହଲ୍, ବେଡ୍ ରୁମ୍, କିଚେନ୍, ସାରା ଘର ଘାଣ୍ଟି ପକାଇଲେ। କାର୍ ଡିକି ଖୋଲି ବି ଦେଖିଲେ। ଗଣମାଧ୍ୟମକୁ ଜୋରଜବରଦସ୍ତ ବାହାର କରି ଚାଲିଲା ନନଷ୍ଟପ୍ ରେଡ୍। ତାରି ଭିତରେ ବିଷ୍ଣୁପଦଙ୍କୁ ଲଗାତର ପ୍ରଶ୍ନ ବି ହେଉଥିଲା। ତେବେ CBIର ରେଡ୍ ନେଇ କ୍ୟାମେରା ସାମ୍ନାରେ ଆପତ୍ତି ଉଠାଇଥିଲେ ବିଷ୍ଣୁପଦ। କହିଥିଲେ, ମୋର କିଛି ଦୋଷ ନାହିଁ। ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି। ମହିଳା ଅଧିକାରୀଙ୍କ ବିନା ଜୋରଜବରଦସ୍ତ ରେଡ୍ କରାଯାଇଛି। ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ମୋର କିଛି ଲିଙ୍କ୍ ନାହିଁ। ସେପଟେ ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ: ଆଜିଠୁ ଯୁକ୍ତ ୨ ପରୀକ୍ଷା, କପି ରୋକିବାକୁ ୫ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା

Advertisment

ସେପଟେ ଜଳେଶ୍ବର ସୁହୁରିଆ ପଂଚାୟତ ନରସିଂହପୁରସ୍ଥିତ ପୈତୃକ ଘରେ ମଧ୍ୟ ରେଡ୍ କରିଥିଲା ସିବିଆଇ। ୪ ଜଣିଆ ଟିମ୍ ସକାଳୁ ସକାଳୁ ଘରେ କବାଟ ବନ୍ଦ କରି ଛାନବିନ କରିଥିଲେ। ଏହାରି ଭିତରେ ସିବିଆଇ ରେଡ୍ ପ୍ରତିବାଦରେ ବିଷ୍ଣୁପଦ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଏନେଇ ଏକ ହାତଲେଖା ଚିଠି ଗଣମାଧ୍ୟମକୁ ଆସିଛି। ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ମୋ ବିରୋଧରେ ଏତଲା ନ ଥାଇ ଏହି ରେଡ୍ କରାଯାଇଛି। ସିବିଆଇର ଏହି ରେଡ୍ ଦ୍ବାରା ମୁଁ ଏଯାଏ ଅର୍ଜିଥିବା ସବୁ ମାନ ସମ୍ମାନ ହରାଇଛି। ମୋର ଆଉ ଭବିଷ୍ୟତ କିଛି ନାହିଁ। ଏହି ରେଡ୍ ପ୍ରତିବାଦରେ ମୁଁ ଇସ୍ତଫା ଦେଉଛି। ତେବେ ଚିଠିଟି ପ୍ରକୃତରେ ବିଷ୍ଣୁପଦଙ୍କର କି ନୁହେଁ, ସେ ନେଇ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

ଡିସେମ୍ବର ୮ ତାରିଖ ରାତି। ଭୁବନେଶ୍ବରର ଏକ ତାରକା ହୋଟେଲ୍ ନିକଟରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ। ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରି ଆରମ୍ଭ କରିଥିଲା ଖୋଳତାଡ଼। ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏଥିରେ ସାମ୍ନାକୁ ଆସିଥିଲା ବରିଷ୍ଠ IAS ଅଫିସର ବିଷ୍ଣୁପଦଙ୍କ ନାଁ। ଏସସି-ଏସଟି ବିଭାଗ ଅଧୀନରେ ଆବାସିକ ଆଶ୍ରମ ସ୍କୁଲର ଅପଗ୍ରେଡେସନ ପାଇଁ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀକୁ ଚିଠି ଲେଖିଥିଲେ ସଚିବ ଥିବା ବିଷ୍ଣୁପଦ ସେଠୀ। ବୌଦ୍ଧ ଏବଂ ନୟାଗଡରେ ସ୍କୁଲ ଅପଗ୍ରେଡେସନ ପାଇଁ ପ୍ଲାନ ଏବଂ ଏଷ୍ଟିମେଟ ଦେବାକୁ ଚିଠିରେ କୁହାଯାଇଥିଲା। ଚିଠିରେ ସ୍ପଷ୍ଟ କରିଥିଲା ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ସହ ବିଷ୍ଣୁପଦ ସେଠୀଙ୍କର ସିଧାସଳଖ ଲିଙ୍କ। ଯାହାକୁ ଆଧାର କରି ଡିସେମ୍ବର ୧୧ ତାରିଖରେ ହାଜର ହେବାକୁ ବିଷ୍ଣୁପଦଙ୍କୁ ନୋଟିସ କରିଥିଲା ସିବିଆଇ। ପରେ ବିଷ୍ଣୁପଦ ସିବିଆଇରେ ହାଜର ହୋଇ ଉତ୍ତର ରଖିଥିବା ବେଳେ ତାଙ୍କର ଦୁଇ ଡ୍ରାଇଭରଙ୍କୁ ମଧ୍ୟ  ଜେରା କରିଥିଲା ତଦନ୍ତକାରୀ ସଂସ୍ଥା। 

ଅଧିକ ପଢ଼ନ୍ତୁ: ‘ମୋ ଝିଅ ସହ ଯାହା ହେଲା, ଅନ୍ୟ କାହା ସହ ଏମିତି ନ ହେଉ’

Bhubaneswar Cbi Raids Bishnupada Sethi IAS
Advertisment
Advertisment