• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Laxmi Bus
ପୁଣି ଲକ୍ଷ୍ମୀ ବସକୁ ବିରୋଧ, ଅଲ୍ ଓଡ଼ିଶା ବସ୍ ମାଲିକ ସଂଘର ବିକ୍ଷୋଭ 

ଭୁବନେଶ୍ୱରରେ ବସ୍ ମାଲିକ ସଂଘର ପ୍ରତିବାଦ । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ ।

Self Immolation
ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳିଦେଲା ଯୁବକ

ପାରିବାରିକ ଝଗଡ଼ାରୁ ରାଗରେ ନିଜକୁ ନିଜେ ଜାଳିଦେଲା । ଭୁବନେଶ୍ୱର ବଡ଼ଗଡ଼ ଥାନା କେଶୁରା ଗାଁରେ ଲୋମହର୍ଷକ ଘଟଣା ଘଟିଛି । ସିସିଟିଭିରେ କଏଦ ହେଲା ଭିଜୁଆଲ ।

Sudam Marandi
‘କ୍ୟାବିନେଟ ନିଷ୍ପତ୍ତି ଯେମିତି ମାଚ୍ୟୁଅର୍ଡ ହେବା କଥା, ସେମିତି ହୋଇନି’

ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ । ପ୍ରଶ୍ନକାଳ ଅଚଳ ପରେ ଶୂନ୍ୟକାଳ ବି ଅଚଳ ହେଲା । ଏନେଇ ପୁଣି ସ୍ପଷ୍ଟୀକରଣ ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

Puri, Lord Jagannath
ଜଗା ଦୁଆରେ ଥମୁନି ଦର୍ଶନ ଯନ୍ତ୍ରଣା, ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଲାଗି ପ୍ରଶାସନ କଲା ସ୍ୱତନ୍ତ୍ର ବ୍ୟବସ୍ଥା

୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି ।

Husband accused
ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁସିଥିଲା ସ୍ୱାମୀ; ବାନ୍ଧିଲା ପୋଲିସ

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।

Disease X
ଆସୁଛି କି କୋଭିଡ୍ ଭଳି ଆଉ ଏକ ମହାମାରୀ ? ବଢ଼ିଲାଣି ଡିଜିଜ୍-‘X’କୁ ନେଇ ଚିନ୍ତା

ଜୁନୋଟିକ ଡିଜିଜ୍ କୁହାଯାଉଥିବା ଏଭଳି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆରମ୍ଭ ହୋଇଛି କସରତ । ଖାଲି ସେତିକି ନୁହେଁ, ଜଳବାୟୁ ପରିବର୍ତ୍ତନ କାରଣରୁ ରୋଗ ପାଟର୍ଣ୍ଣ ବି ବଦଳୁଛି ।

Woman brutally attacked by husband in Bhubaneswar
କାହିଁକି ଅଫିସ୍‌ରେ ପଶି ପତ୍ନୀଙ୍କୁ ଛୁରୀ ଭୁସିଲେ ସ୍ୱାମୀ, ଜଣାପଡ଼ିଲା କାରଣ...

କୌଣସି ବିବାଦରୁ ୨ ବର୍ଷ ହେଲା ମହିଳା ଜଣକ ତାଙ୍କ ଗାଁରେ ରହୁଥିଲେ । ପ୍ରତିପୋଷଣ ପାଇଁ ଗତ ସପ୍ତାହେ ହେଲା ସମ୍ପୃକ୍ତ ମହିଳା ଚାକିରି କରୁଥିଲେ ।

Taraprasad Bahinipati
‘ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଲମ୍ବିତ କର, AIIMS ପଠାଇ ଚିକିତ୍ସା କର’

ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।

Qualifier match for 2026 FIFA World Cup
କଳିଙ୍ଗରେ ଫୁଟବଲ ଫିଭର, ମୁହାଁମୁହିଁ ହେବେ ଭାରତ-କତାର

ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨୦୨୬ ଫିଫା ବିଶ୍ବକପ ପାଇଁ କ୍ବାଲିଫାୟର ମ୍ୟାଚ । ଶକ୍ତିଶାଳୀ କାତାର ବିରୋଧରେ ମ୍ୟାଚ ଖେଳିବ ବ୍ଲୁ ଟାଇଗର୍ ଭାରତ ।

Saluga Pradhan became the vice-president
ସାଲୁଗା ହେଲେ ଉପବାଚସ୍ପତି, ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ।

Holding Tax
ହୋଲ୍ଡିଂ ଟିକସ ଆଦାୟରେ ଏବର୍ଷ ବହୁ ପଛରେ BMC

୨୦୨୨-୨୩ ଆର୍ଥକ ବର୍ଷରେ ବିଏମସି ହୋଲ୍ଡିଂ ଟିକସ ଆଦାୟରେ ରେକର୍ଡ କରିଥିଲା । ୧୨୫ କୋଟି ଟଙ୍କା ଟାର୍ଗେଟ ଥିବା ବେଳେ, ଆଦାୟ ହୋଇଥିଲା ୭୫ କୋଟି ।

Aparajita Sarangi
ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର ! ୨୪୦ % ସୁଧରେ ଦିଆଯାଉଥିଲା ୠଣ

ନୂଆ ଥିଓରୀ ଆଣି ବିଜେଡିକୁ ଘେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକେ ବଖାଣିଲେ ଦୁର୍ଦ୍ଦଶା, କିଛି ଜାଣିନି କହି ଏଡ଼ାଇଗଲେ ବିଧାୟକ ସୁଶାନ୍ତ ।

Biswabhusan Harichandan
ରାଜ୍ୟ ସରକାରଙ୍କୁ ବିଶ୍ୱଭୂଷଣଙ୍କ ନିଶାନା; ଶୀଘ୍ର ଖୋଲାଯାଉ ଶ୍ରୀମନ୍ଦିରର ୪ ଦ୍ୱାର

ଶ୍ରୀମନ୍ଦିରର ୩ ଦ୍ୱାର ଖୋଲନ୍ତୁ ସରକାର । କାହିଁକି ନା ଖରା ବର୍ଷାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ଛତିଶଗଡ଼ ରାଜ୍ୟପାଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଖବରକାଗଜରେ ସ୍ତମ୍ଭ ଲେଖି ପ୍ରଶାସନ ଏବଂ ସରକାରଙ୍କୁ କରିଛନ୍ତି ଟାର୍ଗେଟ ।

Bhubaneswar metro project,
ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ MOU ସ୍ୱାକ୍ଷର

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ । ୪ ବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବ୍ୟୟ ହେବାକୁ ଥିବା ୬ ହଜାର ୨ ଶହ ୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।

BJP MP Aparajita Sarangi blasts Odisha govt over arrest of 150 people in Padmakesharpur group clash
‘ପଦ୍ମକେଶରୀପୁରରେ ବ୍ୟାପକ ଭାବେ ବେଆଇନ ସୁଧ କାରବାର ଚାଲିଛି’

‘ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି ।’

Political circles abuzz about the next Deputy Speaker
ଆସନ୍ତାକାଲି ନାମାଙ୍କନ; କିଏ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି ?

ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।

Padmakesharpur Group clash
ପଦ୍ମକେଶରୀପୁରରେ କେବେ ଫେରିବ ଶାନ୍ତି ? ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଗୋଷ୍ଠୀ ସଂଘର୍ଷକୁ ବିତିଯାଇଛି ପ୍ରାୟ ୩ ମାସ । ମାମଲାରେ ୧୫୦ରୁ ଅଧିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଅଥଚ ଶାନ୍ତି ଫେରାଇବାକୁ ନା କୌଣସି ଶାନ୍ତିକମିଟି ତିଆରି କରିଛନ୍ତି ରାଜ୍ୟ ସରକାର ନା କୋର୍ଟରେ କୌଣସି ଚାର୍ଜସିଟ ଦାଖଲ କରିଛି ପୋଲିସ ।

Locals express concern over Dumping Yard situation in Bhubaneswar
ଲୋକଙ୍କୁ କଲବଲ କରୁଛି ଗାଡ଼କଣ ଡମ୍ପିଂ ୟାର୍ଡ, ଦୁର୍ଗନ୍ଧ ଏମିତି ଯେ ଯା’ଆସ କରିବା ମୁସ୍କିଲ...

ଆବର୍ଜନାର ଦୁର୍ଗନ୍ଧରେ ଫାଟି ପଡ଼ୁଛି ପ୍ରାୟ ୫ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ। ବାଟ ଚଲା ଲୋକଠୁ ସ୍ଥାନୀୟ ବାସିନ୍ଦା ସମସ୍ତଙ୍କର ଗୋଟିଏ ଅଭିଯୋଗ, ଅସହ୍ୟ ଏ ଦୁର୍ଗନ୍ଧ ।

 Aparajita Sarangi writes a letter to Odisha CM over violence situation in Padmakesarpur
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପଦ୍ମକେଶରୀପୁରରେ ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ

ବିଳମ୍ବ ନ କରି ହସ୍ତକ୍ଷେପ କରିବାକୁ ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

Man dead body found with kidney and eyes missing
ମୃତଦେହରୁ ତାଡ଼ି ନେଇଗଲେ କିଡନୀ, ଆଖି !

ମୃତଦେହରୁ ତାଡ଼ି ନେଇଗଲେ କିଡନୀ ସହ ଆଖି ! ଏଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ଆସି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଆସିଛି ।

BMC
ଏଣିକି ଅଳିଆ ଅଲଗା ନଦେଲେ ନେବନି ବିଏମ୍‌ସି

ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ବିଏମସିର ଅନୁରୋଧ କରିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କହିଛନ୍ତି ବିଏମସି କମିଶନର ।

Ropeway
ଉଦ୍‌ଘାଟନ ହେଲା ନନ୍ଦନକାନନ ରୋପ୍‌ୱେ; କାଲିଠୁ ପର୍ଯ୍ୟଟକ ନେଇପାରିବେ ମଜା

ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିଛି ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ ।

Senior Division Sub-Judge
ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ ଆସବାବପତ୍ର ନିଲାମ

କଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ରାୟ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ ।

Opposition raises questions over Odisha being topmost revenue surplus state
ରାଜସ୍ୱ ବଢୁଛି, ନା ଖର୍ଚ୍ଚ କରୁନାହାନ୍ତି ସରକାର ? ଚାଷୀଠୁ ସରକାରୀ ଚାକିରିଆ ଯାଏଁ ସମସ୍ତଙ୍କ ମାଳମାଳ ସମସ୍ୟା

ବିଜେଡି ଶାସନର ୨୩ ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି, ଆଶା କର୍ମୀ । କାହାର ଦାବି ଦରମା ବୃଦ୍ଧି, ତ କାହାର ଦାବି ସ୍ଥାୟୀ ନିଯୁକ୍ତି...ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ।

 PM SHRI
ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର ? ଆୟୁଷ୍ମାନକୁ ନା ପରେ ଏବେ ପିଏମ୍ ଶ୍ରୀକୁ ନେଇ ମତ ଅସ୍ପଷ୍ଟ

୨୦୨୨ ସେପ୍ଟମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସାରା ଦେଶରେ ୧୪ ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି ଆଧାରରେ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ପ୍ରତିଷ୍ଠା, ଅତ୍ୟାଧୁନିକ ଲାବ୍, କ୍ରୀଡ଼ାକୁ ଗୁରୁତ୍ୱ ଦେଇ ଭିତ୍ତିଭୂମିର ବିକାଶ ଲାଗି ପିଏମ୍‌ଶ୍ରୀରେ ବ୍ୟବସ୍ଥା ରହିଛି ।