/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703821475.jpg)
Nandankanan
ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆଜି ପ୍ରତିଷ୍ଠା ଦିବସ । ୬୪ତମ ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଅବସରରେ ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ ସଙ୍ଗ ରିଲିଜ ହେବ । ସେହିପରି ୱାଲାବି ଏନକ୍ଲୋଜରର ଉଦଘାଟନ, କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍କୁ ସ୍ୱତନ୍ତ୍ର ଖୁଆଡରେ ଛଡାଯିବାର କାର୍ଯ୍ୟକ୍ରମ ରହିଛି ।
ଏଥିସହ ନନ୍ଦନକାନନ୍ ଇଣ୍ଟିଗ୍ରେଟେଡ୍ ମନିଟରିଂ ସିଷ୍ଟମ୍ ଆପ୍, ଷ୍ଟେଟ୍ ବଟାନିକାଲ୍ ଗାର୍ଡେନ୍ରେ ୱେବସାଇଟ୍ ଉନ୍ମୋଚନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନରେ ବାମ୍ବୁସେଟମ୍ର ଉଦଘାଟନ କରିବେ ମନ୍ତ୍ରୀ । ସେହିପରି ବଟାନିକାଲ୍ ଗାର୍ଡେନରେ ହାଇଡ୍ରୋଫାଇଟ୍ ଗାର୍ଡେନର ଉଦଘାଟନ ସହ ବାଘ ମାନଙ୍କ ନାମ ଘୋଷଣା ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
#ନନ୍ଦନକାନନର_ପ୍ରତିଷ୍ଠା_ଦିବସରେ_ଶିମିଳିପାଳକୁ_ଉପହାର
ଶିମିଳିପାଳରେ ମୁତୟନ ହେବ ୧୪ ଅଲୱେଦର କଷ୍ଟମାଇଜ୍ ବୋଲେରୋ#Similipal#TigerReserve#Bolero#OTVpic.twitter.com/YvLFTwZNow— ଓଟିଭି (@otvkhabar) December 29, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)