• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାଣ୍ଡିଆନ ଓଡ଼ିଶା ବିଷୟରେ କିଛି ଜାଣିନାହାନ୍ତି। ତାଙ୍କର ଏ ବିଷୟରେ ପାଠ କମ୍ । ଭ୍ରାମ୍ୟମାଣ ମୁଖପାତ୍ର ଭାବେ ଏବେ ସେ ବୁଲିବୁଲି ଭୁଲ୍ କଥା କହୁଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ବିଜୁ ବାବୁ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ପାରାଦୀପ ବନ୍ଦର ହୋଇଥିବା କହିଥିଲେ ପାଣ୍ଡିଆନ । ହେଲେ ବିଜୁ ଯେବେ ମୁଖ୍ୟମନ୍ତ୍ରୀ ଥିଲେ, ସେତିକି ବେଳେ ବନ୍ଦର ହୋଇଥିଲା ।

କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ ବୋଲି କହିଛନ୍ତି ପଞ୍ଚାନନ । ସେହିପରି ନବୀନଙ୍କ ବେଳେ ନୁହେଁ, ଜାନକୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ IOCL ହୋଇଥିଲା । ଓଡିଶାର ଅର୍ଥନୀତି, ରାଜନୀତି ଓ ଇତିହାସ ପାଣ୍ଡିଆନ୍ ପଢିବା ଦରକାର ଓ ବୁଝିବା ଦରକାର ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ । ତେବେ ଏନେଇ ଭି.କେ ପାଣ୍ଡିଆନ କିମ୍ବା ଶାସକ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।