• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏକାମ୍ର କ୍ଷେତ୍ର ଅଧିପତିଙ୍କୁ ଶ୍ରୀକ୍ଷେତ୍ର ଆମନ୍ତ୍ରଣ । ମହାପ୍ରଭୁ ଲିଙ୍ଗରାଜଙ୍କୁ ଜଗନ୍ନାଥ ଧାମକୁ ସାଦର ନିମନ୍ତ୍ରଣ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦେବ ନିମନ୍ତ୍ରଣର ପ୍ରାରମ୍ଭରେ ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ପୁରୀରୁ ଆସିଥିଲେ ପ୍ରତିନିଧି ମଣ୍ଡଳି। ଆକର୍ଷଣୀୟ ଝୋଟି ଓ ଚିତା ସାଙ୍ଗକୁ, ପାରମ୍ପରିକ ନୃତ୍ୟସଂଗୀତ ମାଧ୍ୟମରେ ସେମାନଙ୍କୁ ଅଭିନବ ଢଙ୍ଗରେ ହୋଇଥିଲା ଭବ୍ୟ ସ୍ୱାଗତ।

ଲିଙ୍ଗରାଜ ମନ୍ଦିର ସେବକମାନେ ଶ୍ରୀମନ୍ଦିର ସେବାୟତଙ୍କୁ ମହାପ୍ରଭୁଙ୍କ ଗର୍ଭଗୃହକୁ ପାଛୋଟି ନେଇଥିଲେ। ଆଉ ସେଠି ପ୍ରତିନିଧିମଣ୍ଡଳି ସାଙ୍ଗରେ ଆଣିଥିବା ଗୁଆ, ନଡ଼ିଆ, ପାନ, ମାହାର୍ଦ୍ଦ ଓ ନିମନ୍ତ୍ରଣ ପତ୍ର ଦେଇ କୁତାଞ୍ଜଳୀ ପୁଟରେ ପରିକ୍ରମା ପ୍ରକଳ୍ପ ଉତ୍ସବରେ ଅତିଥି ହେବାକୁ ନିମନ୍ତ୍ରଣ ଦେଇଥିଲେ ।

ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପରେ ଦେଶର ବିଭିନ୍ନ ପ୍ରମୁଖ ମନ୍ଦିର, ଧାମ ଓ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ପୀଠକୁ ଯାତ୍ରା କରିଥିରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଟିମ୍। ମୋଟ୍ ୩୦ଟି ଟିମ୍ ମଧ୍ୟରୁ ୧୩ଟି ଓଡ଼ିଶା ଭିତରେ ଓ ୧୭ଟି ଓଡ଼ିଶା ବାହାରେ ବିଭିନ୍ନ ଦେବସ୍ଥାନ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଯାଇ ନିମନ୍ତ୍ରଣ ଦେବେ। ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅକ୍ଷତ ଚାଉଳ ଓ ଗୁଆ ପ୍ରଦାନ କରିଥିଲେ। ଆଜି ସକାଳେ ପୁରୀରୁ ବାବାହାରିଥିବା ନିମନ୍ତ୍ରଣକାରୀ ଟିମକୁ ନାମ ସଂକୀର୍ତ୍ତନ ଓ ଶଙ୍ଖ ବଜାଇ ବିଦାୟ ଦେଇଥିଲେ ପୁରୀବାସୀ ଏବଂ ଜଗନ୍ନାଥ ଭକ୍ତ।

ଗୋଟିଏ ପଟେ ଆସନ୍ତା ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଭବ୍ୟ ଆୟୋଜନ ଚାଲିଛି ତ ଅନ୍ୟପଟେ ଶ୍ରୀମନ୍ଦିର ଆଗରେ ଦର୍ଶନ ଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି। କ୍ରିସମାସ୍ ଛୁଟି ଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ପରିକ୍ରମା ପ୍ରକଳ୍ପ ଆଳରେ ୪ ଦ୍ୱାର ଖୋଲା ଯାଉନଥିବାରୁ ଭକ୍ତ ଅକଥନୀୟ କଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି। ଖାଲି ଶ୍ରୀମନ୍ଦିର ନୁହେଁ, ସମୁଦ୍ରକୂଳ- ବଡ଼ଦାଣ୍ଡ ଓ ମଠ ମନ୍ଦିର ସବୁଠି ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି।