• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଳମ୍ବରେ ଅଫିସ ଆସିଲେ ବନ୍ଦ କରାଯିବ ଦରମା । ଯେଉଁ କର୍ମଚାରୀମାନେ ବିଳମ୍ବରେ ଅଫିସ ଆସୁଛନ୍ତି, ସେମାନଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ । ନିଜ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ(BMC) ।

ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ଜାରି କରି ବିଏମସି କମିଶନର ଦର୍ଶାଇଛନ୍ତି ଯେ, ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର । ଅଧିକରୁ ଅଧିକ ୧୫ ମିନିଟ୍ ଯାଏଁ କୋହଳ କରାଯାଇପାରିବ । ଅର୍ଥାତ ସକାଳେ ସାଢ଼େ ୧୦ଟା ଯାଏଁ କୋହଳ
କରାଯିବ । ତାପୁଣି କୌଣସି ଟ୍ରାଫିକ୍ ଜାମ୍, ଗାଡ଼ି ଖରାପ କିମ୍ବା ଅନ୍ୟାନ୍ୟ ଜରୁରିକାଳୀନ ସମସ୍ୟା ହେଲେ ହିଁ କୋହଳ କରାଯାଇପାରିବ ।

ଏସବୁ ବାଦ୍ ଯଦି କେହି ଅନ୍ୟ କୌଣସି କାରଣ ଦର୍ଶାଇ ବିଳମ୍ବରେ ଅଫିସ୍ ଆସିଲେ ତାଙ୍କ ପାଇଁ ତତକ୍ଷଣାତ୍ ABSENT କିମ୍ବା NO WORK NO PAY ନୀତି ଲାଗୁ ହେବ ବୋଲି କମିଶନର ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି । କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ଅଫିସ ଆସୁଛନ୍ତି ନା ନାହିଁ, ପ୍ରତ୍ୟେକ ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ତଦାରଖ କରିବେ ବୋଲି ଦର୍ଶାଯାଇଛି ନିର୍ଦ୍ଦେଶନାମାରେ ।

ସେପଟେ ରାଜଧାନୀରେ କୁକୁରଙ୍କ ପାଇଁ ହେବ ଶ୍ମଶାନ ବା ମଶାଣି । ଭୁବନେଶ୍ୱରରେ କୁକୁରଙ୍କ ପାଇଁ ମଶାଣି କରିବ BMC । ଏଭଳି ଏକ ନୂଆ ଯୋଜନା ହାତକୁ ନେଇଛି ବିଏମସି । ଏନେଇ ଜାଗା ଚିହ୍ନଟ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ।

କୁକୁରଙ୍କ ମୃତଦେହ ଆଣିବା ପାଇଁ BMCର ୩ଟି ଜୋନ୍‌ରେ ୩ଟି ଗାଡ଼ି ବୁଲିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ କେସ୍ ଥିବା ବେଳେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲାପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ରାସ୍ତାରେ ଗାଈଗୋରୁ ବୁଲିଲେ ୭ ତାରିଖ ପରେ ବିଏମସି ଉଠାଇନେବ ବୋଲି ସତର୍କ କରିଛି । ଆଜି ବିଏମସି ଅଫିସରେ ବସିଥିବା କର୍ପୋରେସନ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।