• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ । ତାସହ ହୋଟେଲଗୁଡ଼ିକରେ ଆୟୋଜନକୁ ଜଗିବ ଅବକାରୀ ବିଭାଗ । ଟୁଇନ ସିଟିରେ କେମିତି ଜିରୋ ନାଇଟ୍ ପାଳନ କରିବେ ଜାଣନ୍ତୁ..

ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ । ହେଲେ ଜିରୋ ନାଇଟ୍ ସେଲିବ୍ରେସନ୍ ପୂର୍ବରୁ ହୋଟେଲ ମାଲିକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି କମିଶନରେଟ୍ ପୋଲିସ୍ । ଯେଉଁଥିରେ ନୂଆ ଗାଇଡଲାଇନକୁ ଗୋଟି ଗୋଟି କରି ବୁଝାଯାଇଛି ।

ରାତି ୧୨ ପରେ ପୁରା ଟ୍ୱିନ୍ ସିଟିରେ ୫୦ ପ୍ଲାଟୁନ୍ ଫୋର୍ସ ସହ ପୋଲିସ୍ ଛାଉଣୀରେ ପରିଣତ ହେବ । କେବଳ ରାଜଧାନୀରେ ରହିବ ୬୦ ବ୍ଲକିଂ ପଏଣ୍ଟ୍ । ଯେପରି ନିଶାଶକ୍ତ ଅବସ୍ଥାରେ କେହି ଗାଡି ଚଲାଇବେନି ତା ଉପରେ ଗୁରୁତ୍ୱ ଦିଆଯିବ । ଯଦି, ହୋଟେଲରୁ ନିଶାଶକ୍ତ ଅବସ୍ଥାରେ ଲୋକେ ବାହାରନ୍ତି ତାହେଲେ ଡ୍ରାଇଭରର ବ୍ୟବସ୍ଥା ହୋଟେଲ୍ ମାଲିକ କରାଇବାକୁ କୁହାଯାଇଛି । ମଦ୍ୟପାନ କରି ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ୍ କମିଶନର କହିଛନ୍ତି ।

ହୋଟେଲ୍, ପବ୍ ଏବଂ ରେସ୍ତୋରାଁ ମାଲିକଙ୍କ ପାଇଁ ବି କଡ଼ାକଡ଼ି ନିୟମ ରହିଛି । ଅନୁମତି ନେଇଥିବା ସମୟ ଭିତରେ ହିଁ ପାର୍ଟି ହେବ । କୌଣସି ଖୋଲା ସ୍ଥାନରେ ସେଲିବ୍ରେସନ୍ ହେବନି। ସିସିଟିଭି ଲଗାଇବା ଭଳି ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଛି ପୋଲିସ । ତାସହ ଅବକାରୀ ପଦାର୍ଥ ବିକ୍ରି ନେଇ ବି ସ୍ୱତନ୍ତ୍ର ନଜର ରଖିଛି ଅବକାରୀ ବିଭାଗ । ଏବେଠାରୁ ଭୁବନେଶ୍ୱର ଓ କଟକରେ ନୂଆବର୍ଷ ପାଇଁ ଜମିଲାଣି ମାହୋଲ୍ ।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now