Advertisment

OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି, ତୁରନ୍ତ କରନ୍ତୁ ଆବେଦନ

ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
JOB

JOB

OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି । ଜାନୁଆରୀ ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଫେବ୍ରୁଆରୀ ୧୨ରେ ଆବେଦନ ପ୍ରକ୍ରିୟା ଶେଷ ହେବ । ଅନ୍‌ଲାଇନ୍‌ ମାଧ୍ୟମରେ ଏହାର ଅଫିସିଆଲ ୱେବ୍‌ସାଇଟ୍‌ www.opsc.gov.in. କୁ ଯାଇ ଆବେଦନକାରୀ ନିଜର ନାମ ପଞ୍ଜିକରଣ କରିବା ସହ ଚାକିରି ପାଇଁ ଆବେଦନ କରିପାରିବେ ।

Advertisment

ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।

ବିଜ୍ଞପ୍ତି ଅନୁଯାୟୀ ଆବେଦକାରୀଙ୍କ ବୟସ ୨୦୨୩ ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ ।

Advertisment

ଆସିଷ୍ଟାଣ୍ଟ ସିଭିଲ ଇଞ୍ଜିନିୟର ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କ ପାଖରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଗ୍ରୀ ସାର୍ଟିଫିକେଟ ରହିଥିବା ନିହାତି ଆବଶ୍ୟକ ।

GATE ପରୀକ୍ଷା ମାଧ୍ୟମରେ ଆବେନକାରୀଙ୍କ ପରୀକ୍ଷା କରାଯିବ । ତାର ଫଳାଫଳ ଅନୁସାରେ ସେମାନଙ୍କୁ ଭାଇଭା ବା ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

ଏହି ଆବଦେନ ପାଇଁ ଆବେଦନକାରୀଙ୍କୁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ ।

କେମିତି କରିବେ ଆବେଦନ ?

ଏହାର ଅଫିସିଆଲ ୱେବସାଇଟ୍‌ opsc.gov.in କୁ ଯିବେ

ହୋମ୍‌ ପେଜ୍‌ରେ ଲେଖାଥିବା ‘APPLY ONLINE’ ଉପରେ କ୍ଲିକ୍ କରିବେ

ତା’ପରେ ରେଜିଷ୍ଟର ଆଣ୍ଡ ପ୍ରୋସିଡ୍‌କୁ ଯିବେ

ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରି ସବ୍‌ମିଟ୍‌ କରିବେ

ଶେଷରେ ଏହାର ଏକ ପ୍ରିଣ୍ଟ ଆଉଟ୍‌ କାଢ଼ି ପାଖରେ ରଖିବେ

Assistant Engineer OPSC Recruitment
Advertisment
Advertisment