/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703991191.jpg)
Bhubaneswar New Year Checking
ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଜୋରଦାର ବ୍ଲକିଂ ଓ ଚେକିଂ। ବଡ଼ଗଡ଼, ଲକ୍ଷ୍ମୀ ସାଗର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ନୟାପଲ୍ଲୀ ପୋଲିସ ସହରର ପ୍ରମୁଖ ଛକରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛନ୍ତି। ଯାନ ବାହନ ଯାଞ୍ଚ କରିବ ସହିତ କିଏ ମଦ ପିଇ ଗାଡ଼ି ଚଳାଇଥିଲା, ତାର ଯାଞ୍ଚ କରିଛନ୍ତି। ବ୍ରେଥ୍ ଆନାଲାଇଜର୍ ବ୍ୟବହାର କରାଯାଇଛି। ଜିରୋ ନାଇଟରେ ମଧ୍ୟ ଫୁଲ୍ ଟାଇଟ୍ ଚେକିଂ ।
ମଦ ପିଇ ଗାଡ଼ି ନଚଲାଇବାକୁ ଚେତାବନୀ ଦେଇଛି ପୋଲିସ। ସନ୍ଧ୍ୟା ୭ଟାରୁ ରାତି ୨ଟା ଯାଏଁ ଭୁବନେଶ୍ୱରର ଛକ ଛକରେ ଚେକିଂ କଡ଼ାକଡ଼ି କରିବ କମିଶନରେଟ୍ ପୋଲିସ। ଭୁବନେଶ୍ବରର ୨୯ଟି ସମ୍ବେଦନଶୀଳ ଛକରେ ପୋଲିସ ବ୍ଲକିଂ କରିବା ସହ, ଅସାମାଜିକ କାର୍ଯ୍ୟକଳାପ ଓ ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରାଯିବ ବୋଲି ଆଗରୁ ପୋଲିସ କହିଥିଲା। ମାଷ୍ଟର କ୍ୟାଣ୍ଟିନ, କଳ୍ପନା, ଖଣ୍ଡଗିରି ରସୁଲଗଡ଼ ଆଦି ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଗାଡ଼ି ଗୁଡିକୁ ସ୍କାନିଂ କରାଯିବ।
ସୁରକ୍ଷା ଦାୟିତ୍ବରେ ୪ ଅତିରିକ୍ତ ଡିସିପିଙ୍କ ସହ ୭ ଏସିପି, ୨୪ ଇନସପେକ୍ଟର, ୮୭ ସବଇନ୍ସପେକ୍ଟରଙ୍କ ସହ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହେବ। ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଘାଇଁ ଘାଇଁ ପଇଁତରା ମାରିବ ପିସିଆର ଭ୍ୟାନ ଓ ସ୍ପେଶାଲ ସ୍କ୍ୱାର୍ଡ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)