/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704006746.jpg)
Manorama Mohanty
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ହେବେ ମନୋରମା ମହାନ୍ତି । ଗୁଜରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଅଛନ୍ତି ମନୋରମା । ମନୋରମାଙ୍କ ପଦୋନ୍ନତି ହେବା ସହ ନୂଆ ଦାୟିତ୍ବ ଦିଆଯାଇଛି । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପରେ ଭାରତୀୟ ପାଣିପାଗ ବିଜ୍ଞାନରେ ଯୋଗ ଦେଇଥିଲେ ।
Advertisment
ଆରବ ସାଗରର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ସେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ .ଆର ବିଶ୍ୱାସଙ୍କୁ କୋଲକତା ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)