/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703993987.jpg)
Bhubaneswar Amrit Bharat
ଓଡ଼ିଶା ଦେଇ ଚାଲିବାକୁ ଥିବା ଅମୃତ ଭାରତ ଏକ୍ସପ୍ରେସ୍ ଭୁବନେଶ୍ବର ସହ ବିଭିନ୍ନ ଷ୍ଟେସନରେ ଭବ୍ୟ ସ୍ବାଗତ କରାଯାଇଛି । ଅମୃତ ଭାରତ ଏକ୍ସପ୍ରେସ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ସୁଲତା ଦେଓ ଉପସ୍ଥିତ ରହି ସ୍ବାଗତ କରିଥିଲେ । ଅମୃତ ଭାରତ ଏକ୍ସପ୍ରେସ୍ ମାଲଦା ଟାଉନରୁ ବେଙ୍ଗଳୁରୁ ମଧ୍ୟରେ ଚଳାଚଳ କରିବ ।
ଓଡ଼ିଶାର ଜଳେଶ୍ବର, ବାଲେଶ୍ବର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁରରେ ଏହି ଟ୍ରେନର ରହଣି ଅଛି। ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ୍ ରହିବ। ଏହା ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ ।
ଏହି ଟ୍ରେନରେ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ର ସିଟ୍, ଉନ୍ନତ ଲଗେଜ୍ ରାକ୍, ମୋବାଇଲ୍ ଷ୍ଟାଣ୍ଡ ଓ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି ଓ ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି। ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଧାମରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଅମୃତ ଭାରତ ଏକ୍ସପ୍ରେସ୍ ଗୋଟିଏ। ଆସନ୍ତା ଜାନୁଆରି ୭ ତାରିଖରୁ ମାଲଦାରୁ ନିୟମିତ ଭାବେ ଚାଲିବ ଏହି ଟ୍ରେନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)