Advertisment

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପାଣ୍ଡିଆନଙ୍କ ଏଭଳି ବ୍ୟବହାର ଠିକ୍ ନୁହେଁ କହିଲା କଂଗ୍ରେସ

ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ରାସନ୍ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବଣ୍ଟନ ହେଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ajoy Kumar On CM Naveen Viral Video

Ajay Kumar

ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ ଦୁର୍ବ୍ୟବହାରକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେ କହିଛନ୍ତି, ପାଣ୍ଡିଆନ୍ ଏତେ ବର୍ଷର ଜଣେ ମୁଖ୍ୟମନ୍ତ୍ରୀଙ୍କ ସହ ଏମିତି ବ୍ୟବହାର କରି କିଛି ଠିକ୍ କରି ନାହାନ୍ତି। ଏହା ଦର୍ଶାଉଛି ସେ ବ୍ୟକ୍ତି ରାଜ୍ୟ ଶାସନ ଭାରକୁ ନିଜ ହାତରେ ଚଳାଇବାକୁ ଉଦ୍ୟମ କରୁଛନ୍ତି।

Advertisment

ଦୁଇ ଦିନ ହେବ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଗୋଟିଏ ଭିଡିଓରେ ନବୀନଙ୍କ ହାତକୁ କଣ୍ଟ୍ରୋଲ କରୁଛନ୍ତି ପାଣ୍ଡିଆନ୍ । ଆଉ ଅନ୍ୟ ଭିଡିଓରେ ନବୀନଙ୍କୁ ଗୋଡ଼ ମାରି କିଛି ଇଙ୍ଗିତ କରୁଛନ୍ତି ପାଣ୍ଡିଆନ୍ । ଏହି ଦୁଇ ଭିଡିଓକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପାଣ୍ଡିଆନଙ୍କ ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । କଂଗ୍ରେସ ପୂର୍ବରୁ ବିଜେପି ମଧ୍ୟ ନିନ୍ଦା କରିଛି ।

ଅଧିକ ପଢ଼ନ୍ତୁ: ବାରମ୍ବାର ଅପମାନ ! ପ୍ରଥମେ ସଭାରେ ନବୀନଙ୍କ ହାତକୁ ଟାଣିଲେ, ଏବେ ଗୋଡ଼ରେ ଖେଞ୍ଚିଲେ !

Advertisment

ଅନ୍ୟପଟେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଓ ବିରୋଧୀ ବିଜେପି ଉପରେ ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର କହିଛନ୍ତି, ଦେଶ ଓ ରାଜ୍ୟରେ ଦିଆଯାଉଥିବା ରାସନ୍ କଂଗ୍ରେସ ସରକାର ସମୟରେ ଆସିଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବଣ୍ଟନ କରାଯାଉଛି। ୨୦୧୩ ଖାଦ୍ୟ ସୁରକ୍ଷା ଯୋଜନାରେ କଂଗ୍ରେସ ସରକାର ଆଇନ ଆଣିଥିଲେ ସେଇ ଯୋଜନାକୁ ମୋଦି ଓ ନବୀନ ନିଜ ଫଟୋ ଲଗାଇ ବାହାବା ନେଉଛନ୍ତି ବୋଲି ସେ କହିଛନ୍ତି।

ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେପି କହିଛି ଏହା ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ।

ତେବେ ଆଜି କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ ଭଦ୍ରକ ଓ ବାଲେଶ୍ୱରରେ ଶୋଭାଯାତ୍ରା କରିବେ। ଆଉ କିଛି ସମୟ ପରେ ଖଡ଼ଗେ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗଦେବେ। ଅପରାହ୍ନ ୩ଟାରେ ଚାନ୍ଦବାଲିରେ ନିର୍ବାଚନୀ ସଭା କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଭଦ୍ରକ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପୂର୍ବାହ୍ନ ୧୧ଟାରେ ସିମୁଳିଆ ସାନମହିତପୁର ଆସି ରାହୁଲ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି । 

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର । ତା ପୂର୍ବରୁ ପ୍ରଚାର ଯୁଦ୍ଧକୁ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତୁତ ସବୁ ଦଳ। ବିଜେପି ପାଇଁ ଆଜି ପ୍ରଚାର ଲାଗି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦାଠାରେ ମୋଦି ପହଞ୍ଚି ସାରିଛନ୍ତି। ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ପଛରେ କାହା ଷଡ଼ଯନ୍ତ୍ର ? ପଚାରିଲେ ମୋଦି...

BJD BJP Congress Odisha Politics General Election 2024
Advertisment
Advertisment