/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718631167.jpg)
School Closed
ଖରା ଓ ଗୁଳୁଗୁଳିକୁ ଦେଖି ଜିଲ୍ଲାପାଳମାନେ ନେବେ ସ୍କୁଲ ଖୋଲିବା ନିଷ୍ପତ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଯେଉଁଠି ପାଗ ଅନୁକୂଳ ଥିବ,
ସେଠାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ସ୍କୁଲ ଖୋଲିବ। ଆସନ୍ତା ୨୦ ତାରିଖ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଞ୍ଜାମ, ଭଦ୍ରକ ଓ ବରଗଡରେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି। ୨୦ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ସେପଟେ ବାଲେଶ୍ୱରରେ ଆସନ୍ତାକାଲି ଦିନକ ପାଇଁ ସ୍କୁଲ ଛୁଟି ରହିବ। ୧୯ ତାରିଖରୁ ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ୍ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଜଗତସିଂହପୁର, ଦେବଗଡ, ନବରଙ୍ଗପୁର ଏବଂ ଅନୁଗୁଳରେ ଆସନ୍ତାକାଲିଠାରୁ ସକାଳୁଆ ସ୍କୁଲ କରିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇଛନ୍ତି।
ଏହାଛଡ଼ା ଏକାଧିକ ଜିଲ୍ଲାରେ ସକାଳୁଆ ସ୍କୁଲ ନେଇ ଜିଲ୍ଲା ପ୍ରଶାସନର ସୂଚନା ଦେଇଛନ୍ତି । କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳରେ ସକାଳୁଆ ସ୍କୁଲ ଚାଲିବ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ଏହି ସମୟରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ରହିଛି।
ଅନ୍ୟପଟେ ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରାଯାଇଛି । ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ, ସ୍କୁଲ ଖୋଲିବାର ତାରିଖ ଘୁଞ୍ଚାଇବାକୁ ଦାବି କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା । ସଂଘ କହିଛି, ରାଜ୍ୟର ଅଧିକାଂଶ ସ୍କୁଲର ଛାତ ଆଜବେଷ୍ଟସ ହୋଇଥିବାବେଳେ, କିଛି ସ୍କୁଲରେ ବିଦ୍ୟୁତ ସଂଯୋଗ ଏବଂ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଏଣୁ ସ୍କୁଲ ଖୋଲିବା ତାରିଖ ଘୁଞ୍ଚାଇବାକୁ ଓଷ୍ଟା ଦାବି କରିଛି ।
ତାପମାତ୍ରା ହ୍ରାସ ନହେବା ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାରଙ୍କୁ ନିବେଦନ କରିଛି ଓଷ୍ଟା । ଅତିକମରେ ଆଉ ୩-୪ ଦିନ ଛୁଟି ଘୁଞ୍ଚାଇବାକୁ ଦାବି କରିଛି ଓଷ୍ଟା।
ଆଜି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହର । ୪୨ ଟପିଲା ୨ ସହର । ୪୨.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ, ବୌଦ୍ଧ ୪୨ ଡିଗ୍ରୀ । ନୂଆପଡ଼ା ୪୧.୬ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ବର, ଭବାନୀପାଟଣା, ସୁନ୍ଦରଗଡ଼ ୪୧ ଡିଗ୍ରୀ ଉପରେ ରହିଛି । ପାରଳାଖେମୁଣ୍ଡି, ଅନୁଗୁଳ, ଢେଙ୍କାନାଳ ୪୦.୭ ଡିଗ୍ରୀ ତାପମାତ୍ରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)