Advertisment

'କାହିଁକି ବର୍ଷେ ହେଲା ନବୀନଙ୍କ ସ୍ୱାସ୍ଥ୍ୟ ବିଗିଡି ଚାଲିଛି, ନିର୍ଦ୍ଦିଷ୍ଟ ଗୋଷ୍ଠୀର ରହିଛି କି ଷଡ଼ଯନ୍ତ୍ର'

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୋଦିଙ୍କ ବଡ଼ ବୟାନକୁ ନେଇ ହଇଚଇ । ଓଡ଼ିଶାକୁ ଚଳିତ ନିର୍ବାଚନର ଶେଷ ପ୍ରଚାରରେ ଆସି ତିନିତିନିଟି ସଭାରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Narendra Modi

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା । ସ୍ୱାସ୍ଥ୍ୟ ଖରାପ ପଛରେ ଷଡ଼ଯନ୍ତ୍ର ନାହିଁ ତ ? ଯାହା ସାରା ଓଡ଼ିଶାବାସୀଙ୍କ ପ୍ରଶ୍ନ, ଯାହାକୁ ନେଇ ସାରା ରାଜ୍ୟର ସନ୍ଦେହ । ଦୀର୍ଘ ଦିନ ଧରି ଉଙ୍କି ମାରୁଥିବା ଏବଂ ନିକଟରେ ମୁଖ୍ୟମନ୍ତ୍ରୀ ଓ ବ୍ୟୁରୋକ୍ରାଟରୁ ବିଜେଡି ନେତା ବନିଥିବା ଭି.କେ ପାଣ୍ଡିଆନ୍‌ଙ୍କ ସଭାମଞ୍ଚର ଭିଡିଓ ଭାଇରାଲ୍ ପରେ ଅଧିକ ଘନୀଭୂତ ହେଉଥିବା ସେଇ ପ୍ରଶ୍ନ ଓ ସେଇ ସନ୍ଦେହକୁ ସାରା ଦୁନିଆ ସାମ୍ନାରେ ଉଜାଗର କରି ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବେଗ, ସାଂଘାତିକ ନିଶାନା ।

Advertisment

ବାରିପଦା ନିର୍ବାଚନୀ ସଭାରୁ ଆଜି ପ୍ରଥମ ଥର ଏ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷକ ଭିତରେ ନବୀନବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହେଲା କେମିତି ? ଏମିତିକି ଲୋକଙ୍କ ସନ୍ଦେହ ମୁତାବକ ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ? ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି ? ଏସବୁ ଉପରୁ ପରଦା ହଟାବାକୁ ବିଜେପି ସରକାର ଆସିଲେ ସ୍ପେଶାଲ୍ କମିଟି ଗଠନ କରାଯାଇ ଅଚାନକ ସ୍ୱାସ୍ଥ୍ୟ ଖରାପ ପଛର କାରଣର ଯାଞ୍ଚ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ସଭାରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ସଂକେତ, ୬ ମାସରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ

Advertisment

ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆଜି ନୁହେଁ ଦୀର୍ଘଦିନରୁ ଏ ଚର୍ଚ୍ଚା ଲାଗିରହିଛି । ୨୦୧୯ ନିର୍ବାଚନ ସମୟରେ ବି ଯେତେବେଳେ ଏଇ ପ୍ରସଙ୍ଗ ଉଠିଥିଲା, ସେତେବେଳେ ତା’ର କାଉଣ୍ଟରରେ ନବୀନ ଏକ୍ସରସାଇଜ୍ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏପରିକି ଏକଦା ନବୀନଙ୍କ ଘନିଷ୍ଠ ବୈଜୟନ୍ତ ପଣ୍ଡା ବି ଯେତେବେଳେ ଏଇ କଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ସେତେବେଳେ ବି ତାଙ୍କୁ ତୀବ୍ର ବିରୋଧ କରାଯାଇଥିଲା । ହେଲେ ପବରର୍ତ୍ତୀ ସମୟରେ ବିଶେଷ କରି କୋଭିଡ ପରେ ବର୍ଷ ବର୍ଷ ଧରି ନବୀନ ତାଙ୍କ ଦପ୍ତର ନ ଯିବା, ଚଳିତ ନିର୍ବାଚନ ସମୟରେ ବି ଗତଥର ତୁଳନାରେ କମ୍ ରାଲି, ରୋଡ୍ ସୋ’ କରିବା, ଅତି ସଂକ୍ଷିପ୍ତ ଭାଷଣ ରଖିବା ଭଳି କାରଣରୁ ଯେତେବେଳେ ବି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି, ସେତେବେଳେ ବି ନବୀନ ଫିଟ୍ ଥିବାର ଭିଡିଓ ଆସିଛି । ନହେଲେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏହା ଅଭଦ୍ର ଅଶ୍ଳୀଳ ଟିପ୍ପଣୀର ଆଖ୍ୟା ଦିଆଯାଇ ଦବେଇବାର ଉଦ୍ୟମ ହୋଇଛି। ହେଲେ ପ୍ରତିଥର ଦବିବା ବଦଳରେ ଆହୁରି ଫୁଟି ବାହାରିଛି ଏ ପ୍ରସଙ୍ଗ ।

ନିକଟରେ ଭରି ସଭାମଞ୍ଚରେ ନବୀନଙ୍କ ଭାଷଣ ବେଳର ଏ ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ ପରେ ଆଜି ତିନି ତିନିଟି ନିର୍ବାଚନୀ ସଭା ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଖୋଦ୍ ପିଏମ୍ ମୋଦିଙ୍କ ଉଦବେଗ ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି । ହେଲେ ପ୍ରଧାନମନ୍ତ୍ରୀଙ୍କ ଏ ମନ୍ତବ୍ୟର ବି ତତ୍କାଳ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା ପୂରା ଠିକ୍ ଅଛି । ମୋ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ଥିଲେ ପ୍ରଧାନମନ୍ତ୍ରୀ ଫୋନ୍ କରି ପାରିଥାନ୍ତେ । ସ୍ୱାସ୍ଥ୍ୟ ଖରାପ ଥିଲେ ପ୍ରଚାରକୁ ଯାଇ ନଥାନ୍ତି ବୋଲି କହିଛନ୍ତି ନବୀନ ।

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ବିଜେପିର ଅଲଆଉଟ୍ ଆଟାକ୍, ପ୍ରଥମ ଥର ପାଇଁ ପ୍ରସଙ୍ଗରେ ଖୋଦ୍ ପ୍ରଧାନନମନ୍ତ୍ରୀଙ୍କ ଟିପ୍ପଣୀ, ଷଡ଼ଯନ୍ତ୍ର ଆଡ଼କୁ ଇସାରା ଓ ତତ୍କାଳ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବର ରାଜନୀତିକୁ ସରଗରମ କରିଛି।

ଅଧିକ ପଢ଼ନ୍ତୁ: ECIଙ୍କ ଆକ୍ସନ ପରେ ହଲଚଲ୍; ବିଜେଡି ଉପରେ ବିଜେପିର ଜୋରଦାର ହମଲା

Narendra Modi Naveen Patnaik General Election 2024
Advertisment
Advertisment