/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716825205.jpg)
Balasore Politics
ହାତରେ ଆଉ କମ୍ ସମୟ । ଶେଷ ମୁହୂର୍ତ୍ତରେ ନିଜ ସପକ୍ଷରେ ସମର୍ଥନ ଜୁଟାଇବାକୁ କସରତ୍ ଚଳାଇଛନ୍ତି ପ୍ରାର୍ଥୀ । ସରଗରମ ଏବେ ବାଲେଶ୍ୱର ରାଜନୀତି । ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ପରିବାର । ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି ।
ଏହାରି ଭିତରେ ସ୍ୱରୁପଙ୍କ ପତ୍ନୀ ସାଗରିକା ଦାସ ସ୍ୱାମୀଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରୁଛନ୍ତି । ସେ ଏହି ଗାଁର ବୋହୂ ଓ ତାଙ୍କ ସ୍ବାମୀ ଏହି ଗାଁର ପୁଅ ଏଭଲି କହି ସ୍ବରୂପଙ୍କ ସପକ୍ଷରେ ମତଦାନ ପାଇଁ ଚଳାଇଛନ୍ତି ପ୍ରାଣମୂର୍ଚ୍ଛା ଉଦ୍ୟମ । ଅନ୍ୟପଟେ ବିଜେପିର ମାନସ ଦତ୍ତଙ୍କ ପାଇଁ ତାଙ୍କ ପତ୍ନୀ ସୂର୍ଯ୍ୟତନୟା ଦାସ ଓ ଭଉଣୀ ମଧୁସ୍ମିତା ଦତ୍ତ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । ମିଶ୍ରଣ ପର୍ବ କରି ପଞ୍ଚାୟତରେ ବୈଠକ କରିବା ସହ ମାନସଙ୍କ ସପକ୍ଷରେ ସମର୍ଥନ ଜୁଟାଉଛନ୍ତି ନଣଦ ଓ ଭାଉଜ ।
ଏପଟେ କଂଗ୍ରେସ ପ୍ରାର୍ଥୀ ମୋନାଲିସାଙ୍କ ସ୍ୱାମୀ ସରୋଜ ଲେଙ୍କା, ସ୍ତ୍ରୀଙ୍କ ପାଇଁ ରାତି ଦିନ ଏକ କରି କେଉଁଠି ସଭା ସମିତି ହେବ ତ ପୁଣି କଂଗ୍ରେସର ପୁରୁଣା ଲୋକଙ୍କୁ କିଭଳି ଫେରାଇ ଅଣାଯିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ପ୍ରାର୍ଥୀ ମାନଙ୍କ ପ୍ରଚାର ଦାୟିତ୍ୱ ପରିବାର କାନ୍ଧକୁ ଗଲା ପରେ ଦୁଇଗୁଣ ହୋଇ ଯାଇଛି ପ୍ରଚାରର ବେଗ ।
ପ୍ରାର୍ଥୀଙ୍କ ପରିବାର ପ୍ରଚାରର ଦାୟିତ୍ୱ ନିଜ ମୁଣ୍ଡକୁ ନେବା ପରେ କିଏ ମାରିବ ବାଜି । ଆଉ ବିଧାୟକ ସେତୁ ନିର୍ମାଣରେ କାହା ପରିବାର ପାଇବ ଗୁଣ୍ଡୁଚି ମୂଷାର ଉପାଧି ତାହା ସମୟ କହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)