/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717128865.jpg)
General Election 2024
ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ମତଦାନ ହେବ । ସେହିପରି ରାଜ୍ୟରେ ୬ ଲୋକସଭା କ୍ଷେତ୍ର ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସେଥିପାଇଁ ଏବେ ବୁଥ ମୁହାଁ ପୋଲିଂ ପାର୍ଟି । ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଭୋଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭଦ୍ରକ ଜିଲ୍ଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ମୋଟ ୧୩୦୯ ବୁଥକୁ ପୁଲିଙ୍ଗ ପାର୍ଟି ମାନେ ଯାଇଛନ୍ତି। ଏଥି ପାଇଁ ଭଦ୍ରକ ସ୍ବୟଂ ଶାସିତ କଲେଜ, ଆରଏମସି କ୍ୟାମ୍ପସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ନେହରୁ ଷ୍ଟାଡିୟମ ଠାରେ ଡିସବର୍ସିଂ ସେଣ୍ଟର କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଅଶ୍ୱିନୀ ପ୍ରମାଣ ଦେଲେ, BJD ମିଛ ବିଜ୍ଞାପନ ଦେଇ ଲୋକଙ୍କୁ ଭଣ୍ଡାଉଛି !
ପୋଲିଙ୍ଗ ପାର୍ଟି ମାନେ EVM ଓ VVPAT ସହ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ବୁଥ ଅଭିମୁଖେ ଯାଇଛନ୍ତି। ତେବେ ଚଳିତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ୫ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୧୨ ଲକ୍ଷ ୬୪ ହଜାରରୁ ଅଧିକ ଭୋଟର ମତଦାନ କରିବେ। ନିର୍ବାଚନରେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ୮ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି ।
ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ଏବଂ ପାରାଦୀପ ନିର୍ବାଚନମଣ୍ଡଳୀର ପୋଲିଂ କର୍ମଚାରୀମାନଙ୍କୁ ସ୍ଥାନୀୟ ଏସଭିଏମ କଲେଜ ପରିସରରୁ ବିଭିନ୍ନ ବୁଥକୁ ପଠାଇଯାଇଛି । ଆଜି ଜଗତସିଂହପୁର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ପୋଲିଂ କର୍ମଚାରୀ ବୁଥକୁ ଯିବେ। ଜିଲ୍ଲାର ମୋଟ ୧ ହଜାର ୫୧ ବୁଥ ଥିବାବେଳେ ୬୦ ପ୍ରତିଶତରୁ ଅଧିକ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ସମ୍ବେଦନଶୀଳ ବୁଥ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।
ଅନ୍ୟପଟେ ଆସନ୍ତାକାଲି ହେବାକୁ ଥିବା ମତଦାନ ପାଇଁ କେନ୍ଦ୍ରାପଡାରେ ବୁଥକୁ ଯାଇଛନ୍ତି ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟରେ ପାଟକୁରା, ଆଳି ଓ ମହାକାଳପଡା ନିର୍ବାଚନମଣ୍ଡଳୀ ପାଇଁ ପୋଲିଂ ପାର୍ଟି ପଠାଯାଇଛି । ପୋଲିଂ କର୍ମଚାରୀ କେନ୍ଦ୍ରାପଡା ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା କେନ୍ଦ୍ରରୁ ମତଦାନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ EVM ଇତ୍ୟାଦି ନେଇ ବୁଥକୁ ଯାଇଛନ୍ତି । ନିର୍ବାଚନ ପରିଚାଳନା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନିର୍ବାଚନ ପରିଚାଳନାରେ ପ୍ରାୟ ୧୮ କମ୍ପାନୀ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ପକ୍ଷରୁ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)