ରାଜ୍ୟରେ ବିଦ୍ୟୁତ୍ ଆବଣ୍ଟନ ବ୍ୟବସ୍ଥା ପ୍ରସଙ୍ଗରେ ବର୍ଷିଲା ବିଜେପି । ପ୍ରେସ୍ମିଟ୍ କରି ଦଳ କହିଛି, ଓଡ଼ିଶାବାସୀଙ୍କ ହକ୍ର ବିଦ୍ୟୁତ୍କୁ ତାମିଲନାଡୁକୁ ଦେଉଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ର ତାଲାବିରା ଠାରେ ନାଭେଲି ଲିଗ୍ନାଇଟ କର୍ପୋରେସନ ୩୨ ଶହ ମେଗାୱାଟ୍ର ପାୱାର ପ୍ଲାଣ୍ଟର ୧୫ ଶହ ମେଗାୱାଟ୍ ତାମିଲନାଡୁକୁ ଦିଆଯାଉଛି ।
କେନ୍ଦ୍ର ସରକାରଙ୍କ କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ଅନୁସାରେ, ଯେଉଁ ରାଜ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପିତ ହେବ, ଉତ୍ପାଦିତ ବିଦ୍ୟୁତ୍ରୁ ୫୦ ପ୍ରତିଶତ ରାଜ୍ୟ ନେବ । ସେହି ଅନୁପାତରେ, ଓଡ଼ିଶା ୧୬୦୦ ମେଗାୱାଟ୍ ବିଦ୍ୟୁତ ପାଇବା କଥା, ମାତ୍ର ରାଜ୍ୟକୁ ମିଳୁଛି ମାତ୍ର ୮ଶହ ମେଗାୱାଟ୍ ବିଦ୍ୟୁତ୍ ।
ଏହାକୁ ଲୁଟ୍ କୁହାଯିବ ନାହିଁ ତ କ’ଣ କୁହାଯିବ ବୋଲି ପ୍ରଶ୍ନ କରିଛି ବିଜେପି । ତାମିଲନାଡୁର ଗୋଟିଏ ଦମ୍ପତି ରାଜ୍ୟ ସରକାରଙ୍କୁ ମୁଣ୍ଡ ଜାମିନରେ ରଖିଛି । ଏହି ଚୁକ୍ତିର ତର୍ଜମା କରିବା ପାଇଁ ଓଇଆରସିର କ୍ଷମତା ଅଛି । କିନ୍ତୁ କାହିଁକି ନୀରବ ଓଇଆରସି ?
Also Read
ଏ ଲୁଟ୍ ପ୍ରତିଦିନ ପ୍ରତି ଓଡ଼ିଆଙ୍କ ପାଖରୁ ହେଉଛି । ତଥ୍ୟ ଅନୁଯାଇ ସର୍ବ ଭାରତୀୟ ସ୍ତରରେ ଖାଉଟି ଯେତିକି ବିଦ୍ୟୁତ୍ ଶୁଳ୍କ ଦେଉଛନ୍ତି ତା’ଠାରୁ, ଓଡ଼ିଶାରେ ଖାଉଟି ୮୦ ପଇସା ଅଧିକ ଶୁଳ୍କ ଦେଉଥିବା ଅଭିଯୋଗ କରିଛି ବିଜେପି । ଖବର ଲେଖାଯିବା ସୁଦ୍ଧା ଏନେଇ ଶକ୍ତିମନ୍ତ୍ରୀ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।